Advertisment

ICC Rejects Bangladesh’s Plea: ବାଂଲାଦେଶକୁ ବଡ଼ ଝଟକା, ଭାରତରେ ହିଁ T-20 ବିଶ୍ବକପ୍

ଖେଳାଳିଙ୍କ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ଭାରତ ଆସିବାକୁ ଅନିଚ୍ଛା ଦେଖାଇବା ସହ ଆଇସିସିର ଦ୍ବାରସ୍ଥ ହୋଇଥିଲା ବାଂଲାଦେଶ କ୍ରିକେଟ ବୋର୍ଡ। ବାଂଲାଦେଶ କ୍ରିକେଟ ପରାମର୍ଶଦାତା ଆସିଫ ନଜରୁଲ ଏନେଇ ଆଇସିସିର ଦୃଷ୍ଟି ଆକର୍ଷଣ କରିଥିଲେ।

ICC on Bangladesh

ICC on Bangladesh Photograph: (OTV)

Advertisment

ବାଂଲାଦେଶକୁ ପୁଣି ବଡ଼ ଝଟକା ଦେଲା ICC। ଭାରତରେ ହିଁ T-20 ବିଶ୍ବକପ୍ ଖେଳିବାକୁ ପଡ଼ିବ। ସୁରକ୍ଷା ଆଳ ଦେଖାଇ ଭେନ୍ୟୁ ପରିବର୍ତ୍ତନ ପାଇଁ କରିଥିବା ଆବେଦନକୁ ଖାରଜ କରିଛି ଅନ୍ତର୍ଜାତୀୟ କ୍ରିକେଟ ବୋର୍ଡ। ଭାରତରେ ହିଁ ମ୍ୟାଚ୍ ଖେଳିବ ଓ କ୍ରୀଡ଼ାସୂଚୀ ପରିବର୍ତ୍ତନ କରାଯାଇ ପାରିବନି ବୋଲି ବାଂଲାଦେଶକୁ ରୋକଠୋକ୍ ଶୁଣାଇଛି ICC।

Advertisment

ଫେବ୍ରୁଆରୀ ୭ରୁ ଆରମ୍ଭ ହେବ ଟି-ଟ୍ବେଣ୍ଟି ବିଶ୍ବକପ୍। ଖେଳାଳିଙ୍କ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ଭାରତ ଆସିବାକୁ ଅନିଚ୍ଛା ଦେଖାଇବା ସହ ଆଇସିସିର ଦ୍ବାରସ୍ଥ ହୋଇଥିଲା ବାଂଲାଦେଶ କ୍ରିକେଟ ବୋର୍ଡ। ବାଂଲାଦେଶ କ୍ରିକେଟ ପରାମର୍ଶଦାତା ଆସିଫ ନଜରୁଲ ଏନେଇ ଆଇସିସିର ଦୃଷ୍ଟି ଆକର୍ଷଣ କରିଥିଲେ।

ଯାହାକୁ ମିଛ କହିବା ସହ ଆଇସିସି କହିଛି ଯାଞ୍ଚ ବେଳେ ବାଂଲାଦେଶ ଖେଳାଳିଙ୍କୁ ଭାରତରେ କୌଣସି ବିପଦ ନାହିଁ ବୋଲି ଜଣା ପଡିଛି। ତେଣୁ ବାଂଲାଦେଶକୁ ବିଶ୍ବକପ୍ ଖେଳିବାକୁ ଭାରତ ଆସିବାକୁ ପଡ଼ିବ ଓ ପୂର୍ବ ନିର୍ଦ୍ଧାରିତ ଭେନ୍ୟୁରେ ମ୍ୟାଚ୍ ଖେଳିବ ବୋଲି ସ୍ପଷ୍ଟ କରିଛି ଅନ୍ତର୍ଜାତୀୟ କ୍ରିକେଟ ବୋର୍ଡ। 

Advertisment
Bangladesh Cricket Team Bangladesh ICC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ