Advertisment

ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା

ବାଙ୍ଗାଲୁରୁ : ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି। ଏଥିରେ ଦୁଇଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି। ୧୬ଜଣିଆ ଦଳରେ ଓଡିଶାର ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ସ୍ଥାନ ପାଇଛନ୍ତି। ମନପ୍ରୀତ ସିଂଙ୍କୁ ଦଳର…

ଅଦ୍ୟତନ ହୋଇଛି
ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା

Untitled-1

Advertisment

ବାଙ୍ଗାଲୁରୁ : ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି। ଏଥିରେ ଦୁଇଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି। ୧୬ଜଣିଆ ଦଳରେ ଓଡିଶାର ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ସ୍ଥାନ ପାଇଛନ୍ତି। ମନପ୍ରୀତ ସିଂଙ୍କୁ ଦଳର ଅଧିନାୟକ ଭାବେ ଘୋଷଣା କରାଯାଇଛି। ପି. ଆର୍. ଶ୍ରୀଜେସ ଦଳର ଗୋଲକିପର ଦାୟିତ୍ୱ ତୁଲାଇବେ। ସମସେର ସିଂ, ଦିଲପ୍ରିତ ସିଂ, ଗୁରଜନ୍ତ ସିଂ, ଲଲିତ କୁମାର ଉପାଧ୍ୟାୟ, ମନଦୀପ ସିଂଙ୍କୁ ଫରୱାଡ୍‌ ଖେଳାଳି ଭାବେ ଚୟନ କରାଯାଇଛି। ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ, ବିବେକ ସାଗର ପ୍ରସାଦ, ନୀଳକଣ୍ଠ ଶର୍ମା ଓ ସୁମିତ ମିଡ୍‌ଫିଲ୍ଡ ସମ୍ଭାଳିବେ। ଓଡିଶାର ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କ ସହ ହରମନପ୍ରୀତ ସିଂ, ରୁପିନ୍ଦର ପାଲ ସିଂ ଓ ସୁରେନ୍ଦ୍ର କୁମାର ଡିଫେଣ୍ଡର ଭୂମିକା ତୁଲାଇବେ। ଗତକାଲି ଭାରତୀୟ ମହିଳା ହକି ଟିମରେ ଓଡିଶାର ଦୀପଗ୍ରେସ ଏକ୍କା ସ୍ଥାନ ପାଇଥିଲେ ।

Advertisment

ଦଳ ଚୟନ ସମ୍ପର୍କରେ ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ କହିଛନ୍ତି, “୧୬ ଖେଳାଳିଙ୍କ ଚୂଡ଼ାନ୍ତ ଚୟନ କରିବା ସହଜ ନ ଥିଲା। କାରଣ ଚୟନ ନେଇ ଏହି ଖେଳାଳିଙ୍କ ଗୁଣ ସହିତ ଅଭିଳାଷକୁ ଦୃଷ୍ଟିରେ ରଖାଯାଇଥିଲା। ଏହା ସହିତ ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ସ୍ତରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଅଲିମ୍ପିକ୍ସରେ ଦେଶକୁ ପ୍ରତିନିଧିତ୍ୱ କରିବାର ଅର୍ଥ କ’ଣ ସେମାନେ ଜାଣନ୍ତି। ଆମେ ବର୍ତ୍ତମାନ ତାଲିମ ଉପରେ ଧ୍ୟାନ ଦେଇଛୁ ଏବଂ ଟୋକିଓରେ ମିଳିତ ଭାବରେ ଆମର ସର୍ବୋତ୍ତମ ପ୍ରଦର୍ଶନକୁ ଆଗକୁ ବଢାଇବା ଆମର ଲକ୍ଷ୍ୟ।”

Advertisment

ମନୋନୀତ ଦଳକୁ ଅଭିନନ୍ଦନ ଜଣାଇ ହକି ଇଣ୍ଡିଆର ସଭାପତି ଜ୍ଞାନେନ୍ଦ୍ର ନିଙ୍ଗମ୍ବମ୍ କହିଛନ୍ତି, “ଭାରତୀୟ ପୁରୁଷ ହକି ଦଳର ଅଲିମ୍ପିକ୍ ପ୍ରଦର୍ଶନ ପାଇଁ ଏକ ସମୃଦ୍ଧ ଉତ୍ତରାଧିକାରୀ ରହିଛି ଏବଂ ମୁଁ ଏଥର ଅନୁଭବ କରୁଛି, ଦଳ ଶୀର୍ଷ ପଦକ ପ୍ରତିଯୋଗୀ ଭାବରେ ଏହାର ପୂର୍ବ ଗୌରବକୁ ଫେରାଇ ଆଣିବ। ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି।”

ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ସମୃଦ୍ଧ ଇତିହାସ ରହିଛି। ଦଳ ୧୧ଟି ଅଲିମ୍ପିକ୍ ପଦକ ଜିତିଛି ଯେଉଁଥିରେ ୮ ଟି ସ୍ୱର୍ଣ୍ଣ, ୧ ଟି ସିଲଭର ଏବଂ ୨ଟି ବ୍ରୋଞ୍ଜ୍‌ ପଦକ ରହିଛି। ପ୍ରକାଶ ଥାଉକି, ଭାରତୀୟ ଦଳ ଅଲିମ୍ପିକ୍ ପଦକ ଜିତିବାର ୪୧ ବର୍ଷ ବିତିଗଲାଣି। ତେଣୁ ବର୍ତ୍ତମାନର ଭାରତୀୟ ପୁରୁଷ ହକି ଦଳ ଟୋକିଓରେ ଇତିହାସର ଗତିପଥ ବଦଳାଇବାକୁ ବହୁତ ସଂକଳ୍ପବଦ୍ଧ ଥିବା ଜଣାଯାଏ। ବର୍ତ୍ତମାନର ଭାରତୀୟ ଦଳ ୨୦୧୬ ଓ ୨୦୧୮ ଏସିଆନ୍ ଚମ୍ପିଅନସିପ୍ ଟ୍ରଫି, ୨୦୧୭ ଏସିଆ କପ୍ ଗୋଲ୍ଡ, ଏବଂ ୨୦୧୯ ୱାର୍ଲ୍ଡ ସିରିଜ୍ ଜିତିବାରେ ସକ୍ଷମ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ