Hardik Pandya Photograph: (OTV)
ଖେଳଠୁ ନେଇ ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ.. ଏ ସବୁକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଭାରତୀୟ ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ୍ ଏବଂ ପୁଅ ଅଗସ୍ତ୍ୟ ପାଣ୍ଡ୍ୟାଙ୍କୁ ଏକ ବିଳାସପୂର୍ଣ୍ଣ କାର ଉପହାର ଦେଇଛନ୍ତି। କାର ଡେଲିଭରିର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହାର୍ଦ୍ଦିକ ତାଙ୍କ ପୁଅକୁ ଏକ ଲ୍ୟାଣ୍ଡ ରୋଭର ଡିଫେଣ୍ଡର ଉପହାର ଦେଇଛନ୍ତି, ଯାହାର ମୂଲ୍ୟ ପ୍ରାୟ ₹୪ କୋଟି।
ମୁମ୍ବାଇରେ ନତାଶା ପୁଅ ଅଗସ୍ତ୍ୟଙ୍କୁ ଧରି କିଛି ଅଟୋରିକ୍ସାକୁ ଅଟକାଇବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସେ ଅଟକିନଥିଲେ। ଏପରି ଗୋଟିଏ ପରେ ଗୋଟିଏ ଅଟୋକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଡ୍ରାଇଭର ଅଟକିନଥିଲେ। ଯଦିଓ ସେମାନେ ଜାଣିନଥିଲେ ଯେ, ନତାଶା କିଏ ଓ ସେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବତନ ପତ୍ନୀ ବୋଲି। ପରେ ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ ହୋଇଥିଲା।
ଯାହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସେହି ଭିଡିଓ ଦେଖି ନତାଶା ଓ ପୁଅ ଅଗସ୍ତ୍ୟଙ୍କୁ ଏକ ରେଞ୍ଜ ରୋଭର ଡିଫେଣ୍ଡର ଗିଫ୍ଟ କରିଛନ୍ତି। ଏହି କାର୍ ମୁମ୍ବାଇରେ ଡେଲିଭରୀ ହୋଇଥିବା ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି, ଯେଉଁଥିରେ ନତାସା ଏବଂ ଅଗସ୍ତ୍ୟ କାର୍ ପାଖରେ ଦେଖାଯାଇଛନ୍ତି।
ଉଲ୍ଲେଖନୀୟ ଯେ ଦୀର୍ଘଦିନର ପ୍ରେମ ସମ୍ପର୍କ ପରେ ହାର୍ଦ୍ଦିକ ମଇ ୨୦୨୦ରେ ନତାଶା ଷ୍ଟାନକୋଭିକ୍ଙ୍କୁ ବିବାହ କରିଥିଲେ। ନତାଶା ୩୦ ଜୁଲାଇ ୨୦୨୦ରେ ପୁଅ ଅଗସ୍ତ୍ୟ ଜନ୍ମ ହୋଇଥିଲେ। କିନ୍ତୁ ସମ୍ପର୍କରେ ଫାଟ ଆସିବା ଯୋଗୁଁ ୨୦୨୪ରେ ଉଭୟ ଅଲଗା ହୋଇଯାଇଥିଲେ। ହାର୍ଦ୍ଦିକ ବର୍ତ୍ତମାନ ମାହିକା ଶର୍ମାଙ୍କୁ ଡେଟ୍ କରୁଛନ୍ତି। ଆଗାମୀ ଦିନରେ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/23/hardik-pandya-2026-02-23-14-23-49.jpg)