rohit sharma Photograph: (OTV)
୨୦୨୩ରେ ଦିନିକିଆ ବିଶ୍ବକପ ଫାଇନାଲରେ ପରାଜୟ ପରେ ଅନେକଙ୍କ ସ୍ବପ୍ନ ଭାଙ୍ଗିଥିଲା । ଭାରତ ଦିନିକିଆ ବିଶ୍ବକପ ଜିତିବ ବୋଲି ସମସ୍ତଙ୍କ ଆଶା ଥିଲା । ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ଜିତିବ ବୋଲି ବିଶ୍ବାସ ବି ଥିଲା । କିନ୍ତୁ ଫଳାଫଳ ଭାରତ ସପକ୍ଷରେ ଗଲା ନାହିଁ । ଟେଷ୍ଟ ଓ ଟି ୨୦ରୁ ଅବସର ପରେ ବିରାଟ ଓ ରୋହିତ ଦିନିକିଆରେ ଖେଳିବେ ବୋଲି କହିଥିଲେ । ଫ୍ୟାନ୍ସଙ୍କ ମଧ୍ୟରେ ଆଶା ଥିଲା ୨୦୨୭ ଦିନିକିଆ ବିଶ୍ବକପରେ ରୋହିତ ଶର୍ମା ଅଧିନାୟକ ହେବେ । ତାଙ୍କ କ୍ୟାବିନେଟରେ ଯେଉଁ ୨ଟି (T20 ବିଶ୍ବକପ୍ ଓ ଚାମ୍ପିଅନ୍ସ ଟ୍ରଫି) ଅଛି ଆଉ ଗୋଟିଏ ନାହିଁ । ତାହା ହେଉଛି ଦିନିକିଆ ବିଶ୍ବକପ ଟ୍ରଫି । କିନ୍ତୁ ଆଜି ସିଲେକ୍ଟର ଏହା ସ୍ପଷ୍ଟ କରିଦେଇଛନ୍ତି ଯେ ହୁଏତ ରୋହିତ ଆଗାମୀ ଦିନିକିଆ ବିଶ୍ବକପ ଖେଳିନପାରନ୍ତି ।
ଭାରତୀୟ କ୍ରିକେଟ୍ରେ ଏବେ ନୂଆ ଯୁଗର ଆରମ୍ଭ ହେବାକୁ ଯାଉଛି। ଅଷ୍ଟ୍ରେଲିଆ ଗସ୍ତରେ ଏକଦିବସୀୟ ଦଳର ନେତୃତ୍ୱ ଶୁବମନ ଗିଲ ସମ୍ଭାଳିବେ। ଅର୍ଥାତ୍ ରୋହିତ ଶର୍ମା ଏବେ କେବଳ ଖେଳାଳି ଭାବେ ଖେଳୁଥିବା ଦେଖାଯିବେ। ରୋହିତ ଶର୍ମାଙ୍କୁ ୨୦୨୧ ଡିସେମ୍ବରରେ ପୂର୍ଣ୍ଣକାଳୀନ ଏକଦିବସୀୟ ଅଧିନାୟକ କରାଯାଇଥିଲା। କିନ୍ତୁ ରୋହିତ ପୂର୍ଟଙଙଙଙଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟରୁ ପୂର୍ବରୁ ଅବସର ନେଇ ସାରିଛନ୍ତି।
ରୋହିତ ଶର୍ମାଙ୍କ ଅଧିନାୟକତ୍ୱର ଯୁଗ ଏବେ ଶେଷ ହୋଇଛି। ସେ ଅନ୍ୟତମ ସଫଳ ଅନ୍ତର୍ଜାତୀୟ ଅଧିନାୟକ ଭାବେ ତାଙ୍କ କ୍ୟାରିଅର ସମାପ୍ତ କରିଛନ୍ତି। ରୋହିତ ଶର୍ମା ଏକଦିବସୀୟରେ ଭାରତ ପାଇଁ ମୋଟ ୫୬ଟି ମ୍ୟାଚ୍ରେ ଅଧିନାୟକତ୍ୱ କରିଛନ୍ତି। ଏହି ସମୟରେ ଟିମ୍ ଇଣ୍ଡିଆ ୪୨ଟି ମ୍ୟାଚ୍ରେ ଜିତିଛି ଏବଂ ମାତ୍ର ୧୨ଟି ମ୍ୟାଚ୍ରେ ହାରିଛି। ତାଙ୍କ ଅଧିନାୟକତ୍ୱରେ ଗୋଟିଏ ମ୍ୟାଚ୍ ଟାଇ ହୋଇଥିଲା ଏବଂ ଗୋଟିଏ ମ୍ୟାଚ୍ ବିନା ଫଳାଫଳରେ ଶେଷ ହୋଇଥିଲା।
ଅଧିନାୟକ ଭାବେ ସେ ୨ ଥର ଏସିଆ କପ ଟାଇଟଲ ଜିତିଛନ୍ତି। ସେ ଭାରତକୁ ୨୦୧୮ ଓ ୨୦୨୩ ଏସିଆ କପ ଟାଇଟଲ ଜିତାଇଛନ୍ତି। ୨୦୨୪ରେ T20 ବିଶ୍ବକପ ରୋହିତଙ୍କ ନେତୃତ୍ବରେ ଭାରତ ଜିତିଥିଲା । ଏହା ସହିତ ୨୦୨୫ରେ ଚାମ୍ପିଅନ୍ସ ଟ୍ରଫି ମଧ୍ୟ ଜିତାଇଛନ୍ତି। ଭାରତ ୧୨ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ନିଜ ନାମରେ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/04/rohit-sharma-2025-10-04-17-39-15.jpg)