GOUTAM-GAMBHIR Photograph: (OTV)
ସୋସିଆଲ୍ ମିଡିଆରେ ଟ୍ରୋଲରଙ୍କୁ କଡ଼ା ଜବାବ ଦେଇଛନ୍ତି ଟିମ୍ ଇଣ୍ଡିଆ କୋଚ୍ ଗୌତମ ଗମ୍ଭୀର। କିଛି ଦିନ ହେବ ଟ୍ରୋଲିଂର ସମ୍ମୁଖୀନ ହେଉଥିବା ଗୌତମ ଗମ୍ଭୀର କହିଛନ୍ତି, ମୋର ଦାୟିତ୍ୱ ସୋସିଆଲ୍ ମିଡିଆ ପାଇଁ ନୁହେଁ, ଡ୍ରେସିଂ ରୁମ୍ ର ସେହି ୩୦ ଖେଳାଳି ପାଇଁ। ସେ କହିଛନ୍ତି ଯେ ତାଙ୍କର ଦାୟିତ୍ୱ ସୋସିଆଲ୍ ମିଡିଆରେ ଥିବା ଲୋକମାନଙ୍କ ପାଖରେ ନୁହେଁ, ବରଂ ଡ୍ରେସିଂ ରୁମ୍ ରେ ଥିବା ସେହି ୩୦ ଜଣ ଖେଳାଳିଙ୍କ ପାଖରେ। ଖାଲି ଏତିକି ନୁହେଁ ‘ଏକ କୋଚ୍ ତାଙ୍କ ଦଳ ଯେତେ ଭଲ ଖେଳେ, ସେତେ ଭଲ ହୁଏ। ଖେଳାଳିମାନେ ମୋତେ ଏହି ପରି କୋଚ୍ ହେବାରେ ସହାୟତା କରିଛନ୍ତି।’
ଟିମ୍ ଇଣ୍ଡିଆ ବିଶ୍ବକପ୍ ଜିତିବା ପରେ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ କ୍ୟାପଟେନ୍ ସୂର୍ଯ୍ୟକୁମାରଙ୍କ ଫର୍ମକୁ ନେଇ ବି ପ୍ରଶ୍ନ କରିଥିଲା। ଏହାର ଜବାବ ଦେଇ ସେ କହିଛନ୍ତି କି, ବ୍ୟକ୍ତିଗତ ସ୍କୋର ନୁହେଁ ଟିମ୍ ର ପ୍ରଦର୍ଶନ ସବୁଠୁ ବଡ଼ ପ୍ରସଙ୍ଗ ହେବା ଉଚିତ୍।
୨୦୨୬ ଟି-୨୦ବିଶ୍ୱକପ ଫାଇନାଲ୍ ଜିତି ଭାରତ ବିଶ୍ବ ବିଜୟୀ ହୋଇଛି । ଏ ପର୍ଯ୍ୟନ୍ତ ବିଶ୍ବରେ କେବଳ ୫ଥର ଗୋଟିଏ ଦଳ ଗୋଟିଏ ଇନିଂସରେ ୨୫୦କିମ୍ବା ତା’ଠାରୁ ଅଧିକ ସ୍କୋର କରିଛି। ଟିମ୍ ଇଣ୍ଡିଆ ଏହି ୫ ଥର ମଧ୍ୟରୁ ୩ଥର ଏହି ସଫଳତା ପାଇଛି। ଭାରତ ବିଶ୍ୱର ପ୍ରଥମ ଦେଶ ଯିଏ ଟି-୨୦ ବିଶ୍ୱକପ୍ ମ୍ୟାଚ୍ରେ ତିନୋଟି ପୃଥକ ଥର ୨୫୦+ ସ୍କୋର କରିଛି। ଟିମ୍ ଇଣ୍ଡିଆର ଏହି ସଫଳତା ମଧ୍ୟ ସ୍ୱତନ୍ତ୍ର କାରଣ ଭାରତୀୟ ଦଳ ଗୋଟିଏ ବିଶ୍ୱକପରେ ତିନି ଥର ୨୫୦କିମ୍ବା ତା’ଠାରୁ ଅଧିକ ସ୍କୋର କରିଛି।
ଭାରତ ଫାଇନାଲରେ ୨୫୫ରନ କରିଥିଲା, ଯାହା ଟି-୨୦ ବିଶ୍ୱକପ ଫାଇନାଲ ଇତିହାସରେ ସର୍ବାଧିକ ସ୍କୋର । ଏହା ପୂର୍ବରୁ ସର୍ବାଧିକ ବଡ଼ ସ୍କୋର ୧୭୬ରନ୍ ଥିଲା । ଯାହା ଟିମ୍ ଇଣ୍ଡିଆ ୨୦୨୪ବିଶ୍ବକପ ଫାଇନାଲରେ ମଧ୍ୟ କରିଥିଲା । ଏବେ ଟିମ୍ ଇଣ୍ଡିଆ ନିଜ ରେକର୍ଡ଼କୁ ଭାଙ୍ଗି ୨୫୫ରନ୍ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/09/goutam-gambhir-2026-03-09-09-00-27.jpg)