Advertisment

ୟୁରୋ କପ୍‌ ୨୦୨୦: ମ୍ୟାଚ୍‌ ଚାଲି ଥିବାବେଳେ ପଡ଼ିଆରେ ଅଚେତ ହୋଇପଡ଼ିଲେ ଖେଳାଳି

କୋପେନହେଗନ: ଫୁଟବଲର ମିନି ମହାକୁମ୍ଭ କୁହାଯାଉଥିବା ୟୁରୋ କପ୍ ୨୦୨୦ରେ ଗତକାଲି ଏକ ଅଘଟଣ ଘଟିଛି। କୋପେନହେଗନରେ ଏକ ମ୍ୟାଚ୍‌ ଚାଲିଥିବା ବେଳେ ପଡ଼ିଆରେ ଜଣେ ଖେଳାଳି ଅଚେତ ହୋଇପଡ଼ିଥିଲେ। ଫିନ୍‌ଲାଣ୍ଡ୍‌ ଓ ଡେନ୍‌ମାର୍କର ମ୍ୟାଚ୍‌ ଚାଲି ଥିବାବେଳେ ଡେନ୍‌ମାର୍କର ଖେଳାଳି…

ଅଦ୍ୟତନ ହୋଇଛି
ୟୁରୋ କପ୍‌ ୨୦୨୦: ମ୍ୟାଚ୍‌ ଚାଲି ଥିବାବେଳେ ପଡ଼ିଆରେ ଅଚେତ ହୋଇପଡ଼ିଲେ ଖେଳାଳି

euro cup 2020

Advertisment

କୋପେନହେଗନ: ଫୁଟବଲର ମିନି ମହାକୁମ୍ଭ କୁହାଯାଉଥିବା ୟୁରୋ କପ୍ ୨୦୨୦ରେ ଗତକାଲି ଏକ ଅଘଟଣ ଘଟିଛି। କୋପେନହେଗନରେ ଏକ ମ୍ୟାଚ୍‌ ଚାଲିଥିବା ବେଳେ ପଡ଼ିଆରେ ଜଣେ ଖେଳାଳି ଅଚେତ ହୋଇପଡ଼ିଥିଲେ। ଫିନ୍‌ଲାଣ୍ଡ୍‌ ଓ ଡେନ୍‌ମାର୍କର ମ୍ୟାଚ୍‌ ଚାଲି ଥିବାବେଳେ ଡେନ୍‌ମାର୍କର ଖେଳାଳି କ୍ରିଷ୍ଟିଅନ୍‌ ଏରିକ୍‌ସନ୍‌ ଅଚେତ ହୋଇ ପଡ଼ିଥିଲେ। ମେଡିକାଲ ଟିମ୍ ସାଙ୍ଗେ ସାଙ୍ଗେ ପହଞ୍ଚି ତାଙ୍କୁ ହସ୍ପିଟାଲକୁ ନେଇଥିଲେ।

Advertisment

ହଠାତ୍ କ୍ରିଷ୍ଟିଅନ୍‌ ପଡ଼ିଆରେ ଅଚେତ୍‌ ହେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। କିଛି ସମୟ ପାଇଁ ମ୍ୟାଚ୍‌କୁ ବନ୍ଦ ମଧ୍ୟ କରାଯାଇଥିଲା। ତେବେ କିଛି ସମୟ ପରେ ପୁଣି ମ୍ୟାଚ୍‌ ଆରମ୍ଭ ହୋଇଥିଲା। ହସ୍ପିଟାଲରେ ଚିକିତ୍ସା ପରେ କ୍ରିଷ୍ଟିଅନ୍‌ ବର୍ତ୍ତମାନ ସୁସ୍ଥ ଅଛନ୍ତି। ଦ୍ୱିତୀୟାର୍ଦ୍ଧରେ ଫିନ୍‌ଲାଣ୍ଡ୍‌ ୧-୦ ଗୋଲ୍‌ରେ ଡେନମାର୍କକୁ ପରାସ୍ତ କରିଛି। ସେପଟେ ଗ୍ରୁପ୍ -ଏ ର ଆଉ ଏକ ମ୍ୟାଚ୍‌ରେ ସ୍ୱିଜରଲାଣ୍ଡ ୱେଲ୍ସ ମ୍ୟାଚ ୧-୧ରେ ଡ୍ର ରହିଥିଲା।

ଶୁକ୍ରବାର ଉଦ୍‌ଘାଟନୀ ମ୍ୟାଚ୍‌ରେ ତୁର୍କୀକୁ ୩-୦ ଗୋଲ୍‌ରେ ପରାସ୍ତ କରିଥିଲା ଇଟାଲୀ । ପ୍ରଥମଥର ପାଇଁ ୟୁରୋ କପ୍‌ରେ ୩ଟି ଗୋଲ ମାରି କୌଣସି ଦଳକୁ ପରାସ୍ତ କରିଛି ଇଟାଲୀ । ପୂର୍ବରୁ ଇଟାଲୀ ଓ ତୁର୍କୀ ମଧ୍ୟରେ ଖେଳାଯାଇଥିବା ଶେଷ ୧୧ଟି ମ୍ୟାଚ୍‌ ମଧ୍ୟରୁ ଏହା ଇଟାଲୀର ଅଷ୍ଟମ ବିଜୟ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ