dhoni
ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଧୋନୀଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି ।
ସୂଚନା ଅନୁସାରେ, ଭାରତର ଏହି ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ଭୂଷଣକୁ ୫ଜଣ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି । ଧୋନିଙ୍କ ବ୍ୟତୀତ ବିଲିୟାର୍ଡସ୍ ଚମ୍ପିଆନ୍ ପଙ୍କଜ ଆଡ଼ୱାନି ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଏହି ସମ୍ମାନ ପାଇଛନ୍ତି। ତେବେ ୩୮ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି।
ଧୋନି ଏହି ଅବସରରେ ସୈନିକ ବେଶରେ ଥିଲେ। ଭାରତୀୟ ଆଞ୍ଚଳିକ ସେନା ତାଙ୍କୁ ଭାରତର ୨୦୧୧ ବିଶ୍ୱକପ୍ ବିଜୟ ପରେ ଅବୈତନିକ କର୍ନେଲ ପଦ ପ୍ରଦାନ କରିଥିଲା। ୩୭ ବର୍ଷୀୟ ଧୋନି ପୂର୍ବତନ ବିଶ୍ୱ ବିଜୟୀ ଅଧିନାୟକ କପିଳ ଦେବଙ୍କ ପରେ ଦ୍ୱିତୀୟ ଭାରତୀୟ କ୍ରିକେଟର ଭାବେ ଏହି ପୁରସ୍କାର ଗ୍ରହଣ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/dhoni_1626434852.jpg)