Sefali-Verma Photograph: (OTV)
କଥାରେ ଅଛି ଯଦି ତୁମେ ହୃଦୟ ସହିତ କିଛି ଚାହୁଁଛ, ତେବେ ସମଗ୍ର ବ୍ରହ୍ମାଣ୍ଡ ଏହାକୁ ସମ୍ଭବ କରିବା ପାଇଁ ଲାଗିପଡ଼େ।" ଯାହା ଭାରତୀୟ ମହିଳା ଦଳ ପ୍ରମାଣିତ କରିଛନ୍ତି। ହରମନପ୍ରୀତ କୌର ଏବଂ କୋ ଆରମ୍ଭରୁ ବିଶ୍ୱକପ୍ ଟାଇଟଲର ଦୃଢ଼ ଦାବିଦାର ଥିଲେ। କିନ୍ତୁ ଲିଗ୍ ପର୍ଯ୍ୟାୟରେ ଲଗାତାର ତିନୋଟି ପରାଜୟ ପରେ, ବହୁତ କମ୍ ଲୋକ ଭୋବିଥିଲେ ଭାରତ ବିଶ୍ୱ ଚାମ୍ପିଅନ ହେବ। ହେଲେ ହରମନଙ୍କ ନେତୃତ୍ୱରେ, ଝିଅମାନେ ହାର ମାନି ନଥିଲେ ଏବଂ ନଭେମ୍ବର 2 ରେ, ସେମାନେ ତାହା ହାସଲ କରିଥିଲେ ଯାହା ସମଗ୍ର ଦେଶ 52 ବର୍ଷ ଧରି ଅପେକ୍ଷା କରିଥିଲା।
ଭାରତୀୟ ମହିଳା ଦଳ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ ହୋଇଥିଲା। ତେବେ ଏହି ମ୍ୟାଚର ମୁଖ୍ୟ ଆକର୍ଷଣ ସାଜିଥିଲେ ୨୧ ବର୍ଷୀୟା ସେଫାଳି ବର୍ମା। ସେ ପ୍ରଥମେ ବିଶ୍ୱକପ୍ ଦଳରେ ସାମିଲ ନଥିଲେ। ହେଲେ ଏକ ସଂଯୋଗ ଦେଖନ୍ତୁ ତାଙ୍କୁ କେବଳ ଫାଇନାଲରେ ଖେଳିବାର ସୁଯୋଗ ମିଳିଲା।
ଆଘାତ କାରଣରୁ ଟିମ୍ ଇଣ୍ଡିଆର ମୁଖ୍ୟ ଓପନର୍ ପ୍ରତୀକା ରାୱଲ ଦଳରୁ ବାଦ ପଡ଼ିଥିଲେ। ଆଉ ତାଙ୍କ ବଦଳରେ ଯେତେବେଳେ ଶେଫାଲି ଶଫାଲିଙ୍କୁ ହଠାତ୍ ଦଳରେ ସାମିଲ କରାଯାଇଥିଲା। ସେ କହିଥିଲେ ଯେ ଏହା ଈଶ୍ୱରଙ୍କ ଇଚ୍ଛା। ଭଗବାନ ତାଙ୍କୁ କିଛି ଭଲ କରିବା ପାଇଁ ଏଠାକୁ ପଠାଇଛନ୍ତି। ସେ ଏହି ସୁଯୋଗର ସର୍ବାଧିକ ଉପଯୋଗ କରିଥିଲେ। ଫାଇନାଲ ମ୍ୟାଚରେ 78 ବଲରୁ ସାତ ଚୌକା ଏବଂ ଦୁଇଟି ଛକା ସହ 87 ରନ୍ କରି ଭାରତକୁ ଏକ ଦୃଢ଼ ଆରମ୍ଭ ଦେଇଥିଲେ ଶେଫାଳୀ।
ଏପରିକି ସେ ଗୁରୁତ୍ୱପୂର୍ଣ୍ଣ ଦୁଇଟି ୱିକେଟ ମଧ୍ୟ ନେଇଥିଲେ। ଆଉ ତାଙ୍କୁ ମିଳିଥିଲା ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର। ଏହି ବିସ୍ଫୋରକ ଇନିଂସ ସହିତ, ଶେଫାଲି ପ୍ରମାଣିତ କରିଥିଲେ ଯେ ମ୍ୟନେଜମେଣ୍ଟ ଦ୍ୱାରା ତାଙ୍କୁ ଦିଆଯାଇଥିବା ସୁଯୋଗ ବ୍ୟର୍ଥ୍ୟ ନଥିଲା। ଗତ ଏକ ବର୍ଷ ଧରି ଖେଳରୁ ବାହାରେ ରହିବା ପରେ, ସେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ଆଉ ଝଡ଼ ପରି ସାଉଥ ଆଫ୍ରିକାକୁ ଧ୍ୱଂସ କରିଦେଇଥିଲେ।
ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିବା ପରେ, ଶେଫାଲି ବର୍ମା କହିଥିଲେ, "ମୁଁ ଆରମ୍ଭରେ କହିଥିଲି ଯେ ଭଗବାନ ମୋତେ କିଛି ଭଲ କରିବା ପାଇଁ ଏଠାକୁ ପଠାଇଛନ୍ତି, ଏବଂ ଆଜି ତାହା ପ୍ରତିଫଳିତ ହୋଇଛି। ଆମେ ଜିତିଥିବାରୁ ମୁଁ ବହୁତ ଖୁସି, ଏବଂ ମୁଁ ଏହାକୁ ଶବ୍ଦରେ ପ୍ରକାଶ କରିପାରିବି ନାହିଁ।" ଏହା ମୋ ପାଇଁ କଷ୍ଟକର ଥିଲା, କିନ୍ତୁ ମୁଁ ନିଜ ଉପରେ ବିଶ୍ୱାସ ରଖିଥିଲି। ତେବେ ଶେଫାଳୀଙ୍କ ଏହି ପ୍ରଦର୍ଶନ ଯେ କେବଳ ଏକ ବ୍ୟକ୍ତିଗତ ସଫଳତା ତାହା ନୁହେଁ, ବରଂ ଭାରତୀୟ ମହିଳା କ୍ରିକେଟ ପାଇଁ ଏହା ଆତ୍ମବିଶ୍ୱାସର ପ୍ରତୀକ ସାଜିବ। ଆଉ ଭବିଷ୍ୟତରେ ବଡ଼ ମ୍ୟାଚ୍ରେ ଭାରତୀୟ ଦଳକୁ ଆହୁରି ମଜବୁତ କରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/03/sefali-verma-2025-11-03-21-43-28.jpg)