Advertisment

ଚେନ୍ନାଇ ଜିତି ପ୍ଲେ ଅଫ୍‌ରୁ ପଞ୍ଜାବକୁ ବିଦା କଲା

ଆବୁ ଧାବି: ଚଳିତ ଆଇପିଏଲ୍‌ର ୫୩ତମ ମ୍ୟାଚ୍‌ରେ ଆଜି କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହୋଇଛି। ଶେଖ ଜାଏଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌କୁ ଚେନ୍ନାଇ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୫୩ ରନ୍‌ କରି ପାରିଥିଲା। ଦଳ ପକ୍ଷରୁ ଦୀପକ ହୁଡା ୩୦ ବଲ୍‌ ଖେଳି ବିସ୍ପୋରକ ୬୨ ରନ୍‌ କରି ଅପରାଜିତ ଥିଲେ। ତାଙ୍କ ପରେ […]

ଅଦ୍ୟତନ ହୋଇଛି
ଚେନ୍ନାଇ ଜିତି ପ୍ଲେ ଅଫ୍‌ରୁ ପଞ୍ଜାବକୁ ବିଦା କଲା

e

Advertisment

ଆବୁ ଧାବି: ଚଳିତ ଆଇପିଏଲ୍‌ର ୫୩ତମ ମ୍ୟାଚ୍‌ରେ ଆଜି କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହୋଇଛି। ଶେଖ ଜାଏଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌କୁ ଚେନ୍ନାଇ ଜିତି ନେଇଛି।

Advertisment

ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୫୩ ରନ୍‌ କରି ପାରିଥିଲା। ଦଳ ପକ୍ଷରୁ ଦୀପକ ହୁଡା ୩୦ ବଲ୍‌ ଖେଳି ବିସ୍ପୋରକ ୬୨ ରନ୍‌ କରି ଅପରାଜିତ ଥିଲେ। ତାଙ୍କ ପରେ କେଏଲ୍‌ ରାହୁଲ ୨୭ ବଲ୍‌ ଖେଳି ୨୯ ରନ୍‌ କରିଥିବାବେଳେ ମୟଙ୍କ ୧୫ ବଲ୍‌ରେ ୨୬ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ।

ସେହିପରି ଚେନ୍ନାଇ ଏହି ମ୍ୟାଚ୍‌କୁ ୯ ୱିକେଟ୍‌ରେ ପଞ୍ଜାବକୁ ହରାଇଛି। ଦଳ ପକ୍ଷରୁ ଋତୁରାଜ ଗାଇକ୍ୱାଡ ୪୯ ବଲ୍‌ ଖେଳି ସର୍ବାଧିକ ୬୨ ରନ୍‌ କରି ଅପରାଜିତ ଥିବାବେଳେ ଡୁ ପ୍ଲେସିସ୍ ୩୪ ବଲ୍‌ରେ ୪୮ ରନ୍ କରି ଆଉଟ୍‌ ହୋଇଥିଲେ। ଅମ୍ୱାତି ରାୟୁଡ଼ୁ ମଧ୍ୟ ୩୦ ବଲ୍‌ରେ ୩୦ ରନ୍‌ କରି ଅପରାଜିତ ରହିଥିଲେ।

Advertisment

ଦୁଇ ଦଳର ପ୍ଲେ ଅଫକୁ ଯିବା ପାଇଁ ୧୪ଟି ମ୍ୟାଚ୍‌ରୁ ଏହା ଅନ୍ତିମ ମ୍ୟାଚ୍‌ ଥିଲା। ପୂର୍ବରୁ ଚେନ୍ନାଇର ପ୍ଲେ ଅଫ୍‌ ଆଶା ମଉଳି ଯାଇଥିବାବେଳେ ପଞ୍ଜାବ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଥିଲା।

କାରଣ ଦଳ ଏହା ପୂର୍ବରୁ ୧୩ଟି ମ୍ୟାଚ୍‌ ଖେଳି ୬ଟି ଜିତି ଥିଲା ଏବଂ ପଏଣ୍ଟ ଟେବୁଲ୍‌ରେ ୧୨ ପଏଣ୍ଟ ପାଇ ପଞ୍ଚମ ସ୍ଥାନରେ ଥିଲା। ଏହି ମ୍ୟାଚ୍‌ ଜିତି ଦଳ ୧୪ ପଏଣ୍ଟ ସହ ପ୍ଲେ ଅଫରେ ଖେଳିବାର ଆଶା ରଖିଥିଲା। ତେବେ ଚେନ୍ନାଇ ଏହି ମ୍ୟାଚ୍‌ ଜିତିବା ସହ ପଞ୍ଜାବର ଶେଷ ଆଶା ମଉଳି ଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ