Advertisment

ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଅବୁଧାବି: ଆଇପିଏଲର ୩୭ ତମ ମ୍ୟାଚ୍‌ରେ ଧୋନୀ ବାହିନୀ ଆଜି ବେଶି ସ୍କୋର କରିବାକୁ ସକ୍ଷମ ହୋଇନି। ଦଳ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୨୫ ରନ୍‌ କରିପାରିଛି। ଫଳରେ ରାଜସ୍ଥାନକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୨୬ ରନ୍‌ର ଟର୍ଗେଟ ମିଳିଛି। ଏହି ମ୍ୟାଚ୍‌ରେ ଧୋନି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଦଳ ରାଜସ୍ଥାନ ରୟାଲ୍ସର ବୋଲରଙ୍କୁ ସାମ୍ନା କରିପାରିନଥିଲା। ଯାହା ଫଳରେ ଚେନ୍ନାଇ ବଡ଼ ସ୍କୋର କରିବାରୁ ବଞ୍ଚିତ […]

ଅଦ୍ୟତନ ହୋଇଛି
ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

5

Advertisment

ଅବୁଧାବି: ଆଇପିଏଲର ୩୭ ତମ ମ୍ୟାଚ୍‌ରେ ଧୋନୀ ବାହିନୀ ଆଜି ବେଶି ସ୍କୋର କରିବାକୁ ସକ୍ଷମ ହୋଇନି। ଦଳ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୨୫ ରନ୍‌ କରିପାରିଛି। ଫଳରେ ରାଜସ୍ଥାନକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୨୬ ରନ୍‌ର ଟର୍ଗେଟ ମିଳିଛି।

Advertisment

ଏହି ମ୍ୟାଚ୍‌ରେ ଧୋନି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଦଳ ରାଜସ୍ଥାନ ରୟାଲ୍ସର ବୋଲରଙ୍କୁ ସାମ୍ନା କରିପାରିନଥିଲା। ଯାହା ଫଳରେ ଚେନ୍ନାଇ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଥିଲା।

ଚେନ୍ନାଇ ପକ୍ଷରୁ ସାମ୍ କୁରାନ ୨୫ ବଲ୍‌ରେ ୨୨ ରନ୍‌ କରି ଶ୍ରେୟାସ ଗୋପାଲଙ୍କ ଦ୍ୱାରା ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଅଧିନାୟକ ଧୋନି ୨୮ ବଲ୍‌ରେ ୨୮ ରନ୍‌କରି ରନ୍‌ ଆଉଟ୍ ହୋଇଥିଲେ। ତେବେ ରବିନ୍ଦ୍ର ଜାଡ଼େଜା ୩୦ ବଲ୍‌ରେ ଚାରୋଟି ଚୌକା ମାରି ସର୍ବାଧିକ ୩୫ ରନ୍‌ କରି ଅପରାଜିତ ଥିଲେ।

Advertisment

ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ୪ ଓଭରରେ ୨୦ରନ୍‌, କାର୍ତ୍ତିକ ତ୍ୟାଗୀ ୪ ଓଭରରେ ୩୫ରନ୍‌, ରାହୁଲ ତେୱାତିଆ ୪ ଓଭରରେ ୧୮ରନ୍‌ ଓ ଶ୍ରେୟସ ଗୋପାଲ ୪ ଓଭରରେ ୧୪ରନ୍‌ ଦେଇ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ