World Cup Photograph: (OTV)
ଏଥର T-20 ବିଶ୍ୱକପ୍ ବିଜେତାଙ୍କ ଉପରେ ଟଙ୍କାର ବର୍ଷା କରିଛି ICC। କେବଳ ବିଜେତା ନୁହଁନ୍ତି ଉପବିଜେତା, ସେମିଫାଇନାଲରେ ପରାଜିତ ଟିମ୍ ଉପରେ ବି ହେବ ଟଙ୍କାର ବର୍ଷା । ICC ରେକର୍ଡ ଭାଙ୍ଗି ପୁରସ୍କାର ରାଶି ବଣ୍ଟନ କରୁଛି। ରିପୋର୍ଟ ଅନୁଯାୟୀ, T20 ବିଶ୍ୱକପ୍ 2026ର ୱିନିଂ ଟିମକୁ ୩ ମିଲିୟନ ଡଲାର ଅର୍ଥାତ ପ୍ରାୟ ୨୭ କୋଟି ୫୦ ଲକ୍ଷ ଟଙ୍କା ମିଳିବ। ସେହିପରି ଉପବିଜେତା ଦଳକୁ ୧.୬ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ ୧୪ କୋଟି ୬୭ ଲକ୍ଷ ଟଙ୍କା ଦିଆଯିବ।
ଯେଉଁ ଦଳ ସେମିଫାଇନାଲରେ ପରାଜିତ ହୋଇଥିଲେ ସେମାନଙ୍କୁ ପ୍ରାୟ ୭ କୋଟି ୨୪ ଲକ୍ଷ, ପଞ୍ଚମରୁ ଦ୍ୱାଦଶ ସ୍ଥାନ ଅଧିକାର କରିଥିବା ଟିମ୍ କୁ ପ୍ରାୟ ୩ କୋଟି ୪୮ ଲକ୍ଷ ଏବଂ ୧୩ରୁ ୨୦ତମ ସ୍ଥାନରେ ଥିବା ଦଳକୁ ପ୍ରାୟ ୨ କୋଟି ୨୯ ଲକ୍ଷ ପୁରସ୍କାର ରାଶି ପ୍ରଦାନ କରାଯିବ। ସମୁଦାୟ ୧୩.୫ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ ୧୨୩ କୋଟି ୭୭ ଲକ୍ଷ ଟଙ୍କା ପୁରସ୍କାର ରାଶି ରଖାଯାଇଛି, ଯାହା 2024 ଟି-20 ବିଶ୍ୱକପ୍ ତୁଳନାରେ ପ୍ରାୟ ୨୦ ପ୍ରତିଶତ ଅଧିକ।
ଏଥର ବିଶ୍ବବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ଅହମ୍ମଦାବାଦରେ ରଚିଲା ଇତିହାସ। ଦେଶର କୋଟି କୋଟି ପ୍ରଶଂସକ, କ୍ରୀଡ଼ାପ୍ରେମୀ ଓ ଦର୍ଶକଙ୍କ ହୃଦୟ ଜିତିଛି ଟିମ୍ ଇଣ୍ଡିଆ। ନ୍ୟୁଜିଲାଣ୍ଡ ବିପକ୍ଷରେ ଟି ୨୦ ବିଶ୍ବକପ୍ ଫାଇନାଲ ମ୍ୟାଚରେ ଭାରତ ହାସଲ କରିଛି ବଡ଼ ବିଜୟ। ୯୬ ରନରେ ଜିତି ଟାଇଟଲ ବଜାୟ ରଖିଛି ଭାରତ। ତେଣୁ ଏଥର ଦେଶ ପାଇଁ ଗୌରବ ଆଣିଥିବା ଭାରତୀୟ ଖେଳାଳିଙ୍କ ହେବ ଟଙ୍କା ବର୍ଷା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/09/world-cup-2026-03-09-08-11-48.jpg)