Advertisment

Shubman Gill: ରୋହିତ ଶର୍ମାଙ୍କ ସ୍ଥାନ ନେଲେ ଶୁବମନ ଗିଲ, ଟେଷ୍ଟ ପରେ ଦିନିକିଆରେ ବି ନେବେ ନେତୃତ୍ବ

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ ଇଣ୍ଡିଆ ଘୋଷଣା । ଦିନିକିଆ ପାଇଁ ୧୫ ଜଣିଆ ଟିମ ଘୋଷଣା କରାଯାଇଛି । ଟେଷ୍ଟ ପରେ ଦିନିକିଆରେ ଶୁବମନ ଗିଲ୍ ନୂଆ ଅଧିନାୟକ ନିଯୁକ୍ତ । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଶୁବମନ ନେବେ ନେତୃତ୍ବ

subhman

subhman Photograph: (OTV)

Advertisment

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ ଇଣ୍ଡିଆ ଘୋଷଣା । ଦିନିକିଆ ପାଇଁ ୧୫ ଜଣିଆ ଟିମ ଘୋଷଣା କରାଯାଇଛି । ଟେଷ୍ଟ ପରେ ଦିନିକିଆରେ ଶୁବମନ ଗିଲ୍ ନୂଆ ଅଧିନାୟକ ନିଯୁକ୍ତ । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଶୁବମନ ନେବେ ନେତୃତ୍ବ । ଶ୍ରେୟସ ଆୟର ହେଲେ ଉପଅଧିନାୟକ । ରୋହିତ ଶର୍ମାଙ୍କ ସ୍ଥାନରେ ଶୁବମନ ନେବେ ନେତୃତ୍ବ । ଦିନିକିଆ ଅଧିନାୟକ ପଟରୁ ହଟିଲେ ରୋହିତ ଶର୍ମା । 

Advertisment

ବିରାଟ କୋହଲି, ରୋହିତ ଶର୍ମା, ଜଶସ୍ବୀ ଜୟସ୍ବାଲ ମଧ୍ୟ ଦଳରେ ସାମିଲ ଅଛନ୍ତି । କେ.ଏଲ ରାହୁଲ ଓ ନୀତିଶ ରେଡ୍ଡୀ, ମହମ୍ମଦ ସିରାଜ, ଅର୍ଶଦୀପ ସିଂ, ରିଙ୍କୁ ସିଂ ଓ ପ୍ରସିଦ୍ଧ କୃଷ୍ଣା ବି ଦଳରେ ସାମିଲ । ଧ୍ରୁବ ଜୁରେଲ, ୱାଂଶିଟନ ସୁନ୍ଦର ଓ ଅକ୍ଷର ପଟେଲ ଓ କୂଳଦୀପଙ୍କୁ ଦଳରେ ସ୍ଥାନ ମିଳିଛି । 

ଆହତ କାରଣରୁ ରିଷଭ ପନ୍ତ ଦଳରୁ ବାଦ୍ ପଡ଼ିଛନ୍ତି । ଦିନିକିଆରେ ଜଶପ୍ରୀତ ବୁମରାଙ୍କୁ ବି ସ୍ଥାନ ମିଳିଲାନି । ହର୍ଷିତ ରାଣାଙ୍କୁ ୧୫ ଜଣିଆ ଟିମରେ ସ୍ଥାନରେ ମିଳିଛି । ଟି-୨୦ ପାଇଁ ସୂର୍ଯ୍ୟକୁମାର ଯାଦବ ଅଧିନାୟକ । ଟି-୨୦ ପାଇଁ ଶୁବମନ ଗିଲ ଉପଅଧିନାୟକ । ଅକ୍ଟୋବର ୧୯ରୁ ୩ଟି ଦିନିକିଆ , ୫ଟି ଟି-୨୦ ମ୍ୟାଚ ଖେଳାଯିବ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ