cricket
ନୂଆଦିଲ୍ଲୀ : ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ଆଜି ବିସିସିଆଇ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ନାଁ ଭାରତ ସରକାରଙ୍କୁ ସୁପାରିସ୍ କରିଛି। ଏହି ୩ ଖେଳାଳିଙ୍କ ବ୍ୟତୀତ ମହିଳା ଟିମ୍ର ସଦସ୍ୟ ପୁନମ ଯାଦବଙ୍କ ନାଁ ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ବିସିସିଆଇ ପ୍ରଶାସନିକ କମିଟି(ସିଓଏ)ର ସଦସ୍ୟମାନେ ବୈଠକ କରି ଏଭଳି ନିଷ୍ପତ୍ତି ନେଇଛନ୍ତି।
୨୫ ବର୍ଷୀୟ ବୁମ୍ରା ଏବେ ଭାରତ ପାଇଁ ୩ଟି ଯାକ ଫର୍ମାଟରେ ଖେଳୁଛନ୍ତି। ଆଗାମୀ ବିଶ୍ୱକପ୍ରେ ମଧ୍ୟ ସେ ଭାରତର ବୋଲିଂ ବାହିନୀର ନେତୃତ୍ୱ ନେବେ।
ମହମ୍ମଦ ଶାମି ମଧ୍ୟ ଗତ କିଛି ବର୍ଷ ହେଲା ଭାରତ ପାଇଁ ଭଲ ପ୍ରଦର୍ଶନ କରୁଛନ୍ତି। ସେହିପରି ଅଲରାଉଣ୍ଡର ଜାଡେଜା ଦୀର୍ଘ ବର୍ଷ ପରେ ଭାରତର ସୀମିତ ଓଭର୍ ଟିମ୍କୁ କମ୍ବ୍ୟାକ୍ କରିଛନ୍ତି। ଏହି ଦୁଇ ଖେଳାଳି ଭାରତର ବିଶ୍ୱକପ୍ ସ୍କ୍ୱାଡ୍ରେ ରହିଛନ୍ତି।
ଅନ୍ୟପକ୍ଷରେ ୨୫ ବର୍ଷୀୟ ପୁନମ ଭାରତ ପାଇଁ ୪୧ଟି ଦିନିକିଆରେ ୬୩ଟି ୱିକେଟ୍ ନେଇଥିବା ବେଳେ ୫୪ ଟି-୨୦ ମ୍ୟାଚ୍ରେ ୭୪ଟି ୱିକେଟ ଦଖଲ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/cricket_1626439355.jpg)