Advertisment

Pakistan Captain Salman Agha: ରନର୍ସ-ଅପ୍ ଚେକ୍ ଫୋପାଡ଼ିଲେ ପାକିସ୍ତାନ କ୍ୟାପଟେନ, ହଜମ ହେଲାନି ପରାଜୟ...ପଡ଼ିଆରେ କଲେ ନାଟକ

ଟିମ୍ ଇଣ୍ଡିଆଠାରୁ ମିଳିଥିବା ପରାଜୟ ପରେ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗାଙ୍କ ବିରକ୍ତି ଭାବ ସ୍ପଷ୍ଟ ଦେଖାଯାଇଥିଲା। ପ୍ରେଜେଣ୍ଟେସନ ସମୟରେ ସେ ରନର୍ସ-ଅପ୍ ଦଳ ପାଇଁ ମିଳିଥିବା ଚେକ୍ କୌଣସି ପ୍ରକାରେ ହାତରେ ନେଇଥିଲେ ଏବଂ ପରେ ତାହାକୁ ପଡ଼ିଆରେ ଅନ୍ୟପଟକୁ ଫୋପାଡି ଦେଇଥିଲେ।

pakistan

pakistan Photograph: (OTV)

Advertisment

ଏସିଆ କପ୍ ୨୦୨୫ ଫାଇନାଲରେ ଭାରତୀୟ ଦଳ ପାକିସ୍ତାନକୁ ୫ ଓ୍ଵିକେଟରେ ପରାସ୍ତ କଲା । ରୋମାଞ୍ଚକର ମ୍ୟାଚରେ ପାକିସ୍ତାନ ଦଳ ପ୍ରଥମେ ବ୍ୟାଟିଂ କରି ୧୪୭ ରନର ଟାର୍ଗେଟ ଦେଇଥିଲା । ଯାହାକୁ ଟିମ୍ ଇଣ୍ଡିଆ ୫ ଓ୍ଵିକେଟ ହରାଇ ହାସଲ କରିନେଇଥିଲା। ଜିତିବା ପରେ ଭାରତୀୟ ଦଳ ପିସିବି ଅଧ୍ୟକ୍ଷ ତଥା ଏସିଆନ୍ କ୍ରିକେଟ କାଉନସିଲ (ଏସିସି) ଅଧ୍ୟକ୍ଷ ମୋହସିନ ନଖଭିଙ୍କ ଠାରୁ ଟ୍ରଫି ନେବାକୁ ମନା କରିଦେଇଥିଲେ। 

Advertisment

ଅନ୍ୟପଟେ, ରନର୍ସ ଅପ୍ ପାକିସ୍ତାନର ଅଧିନାୟକ ସଲମାନ ଅଲି ଆଗା ରନର୍ସ-ଅପ୍ ଚେକ୍ ନେଇ ତାହାକୁ ଫୋପାଡି ଦେଇଥିଲେ। ସଲମାନଙ୍କ ଏହି କାର୍ଯ୍ୟ ପାଇଁ ତାଙ୍କୁ ବେଶ୍ ଟ୍ରୋଲ କରାଯାଉଛି । 

ଟିମ୍ ଇଣ୍ଡିଆଠାରୁ ମିଳିଥିବା ପରାଜୟ ପରେ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗାଙ୍କ ବିରକ୍ତି ଭାବ ସ୍ପଷ୍ଟ ଦେଖାଯାଇଥିଲା। ପ୍ରେଜେଣ୍ଟେସନ ସମୟରେ ସେ ରନର୍ସ-ଅପ୍ ଦଳ ପାଇଁ ମିଳିଥିବା ଚେକ୍ କୌଣସି ପ୍ରକାରେ ହାତରେ ନେଇଥିଲେ ଏବଂ ପରେ ତାହାକୁ ପଡ଼ିଆରେ ଅନ୍ୟପଟକୁ ଫୋପାଡି ଦେଇଥିଲେ। 

Advertisment

ପ୍ରେଜେଣ୍ଟରଙ୍କ ପ୍ରଶ୍ନର ଉତ୍ତର ଦେବା ସମୟରେ ସଲମାନଙ୍କ ମୁହଁରେ ପରାଜୟର ନିରାଶା ସ୍ପଷ୍ଟ ଦେଖାଯାଉଥିଲା। କଥାବାର୍ତ୍ତା ସମୟରେ ସେ କୌଣସିପ୍ରକାରେ ନିଜର ଲୁହ ଲୁଚାଇଥିଲେ। ଚେକ୍ ଫୋପାଡିବା ପରେ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗାଙ୍କୁ ଟ୍ରୋଲ କରାଯାଇଛି ।

ଜଣେ ବ୍ୟକ୍ତି କହିଛନ୍ତି ଫୋପାଡିବାକୁ ହିଁ ଥିଲା ତେବେ ଚେକ୍ ନେଲେ କାହିଁକି। ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଏବେ ଫୋପାଡିଛି, କିନ୍ତୁ ଡ୍ରେସିଂ ରୁମରେ ଏହାକୁ ନେଇ ହିଁ ଟଣାଟଣି ହେବେ, କାହାକୁ କ’ଣ ଓ କେତେ ମିଳିବ। ଆଉ ଜଣେ ୟୁଜର୍ସ କହିଛନ୍ତି- ସଲମାନ ଆଗା ଏବେ ମାତ୍ର ଗଳିରେ କ୍ରିକେଟ ଖେଳିବା ପାଇଁ ଯୋଗ୍ୟ, ତାଙ୍କୁ ଆହୁରି ଶିଖିବାର ଆବଶ୍ୟକତା ଅଛି। 

Advertisment

ଅନ୍ୟ ଜଣେ ୟୁଜର୍ସ କହିଛନ୍ତି- କ୍ୟାମେରା ସାମ୍ନାରେ ନାଟକ ଦେଖାଇବା ପାଇଁ ଫୋପାଡିଛି। ପରେ ଉଠାଇ ନେବ, କାରଣ ଏମାନଙ୍କୁ ଫୋପାଡି ଦିଆଯାଇଥିବା ଜିନିଷ ଉଠାଇବାର ଅଭ୍ୟାସ ଅଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ