Advertisment

Zohos Arattai Messaging App: ଭାରତର ନିଜସ୍ବ ସ୍ୱଦେଶୀ WhatsApp, ବଢୁଛି କ୍ରେଜ....ଆପଣ ବ୍ୟବହାର କଲେଣି !

ହ୍ୱାଟ୍ସଆପକୁ ଟକ୍କର ଦେବ ଅରଟ୍ଟଇ । ଶେଷ ହୋଇପାରେ ହ୍ୱାଟ୍ସଆପର ଏକଚାଟିଆ ବ୍ୟବସାୟ । ଭାରତର ଡିଜିଟାଲ୍ ମେସେଜିଂ ବଜାରରେ ହ୍ୱାଟ୍ସଆପକୁ କମ୍ପିଟିସନ ଦେଉଛି ଅରଟ୍ଟଇ । ଏହାରି ଭିତରେ ଭାରତରରେ ଚହଳ ସୃଷ୍ଟି କରିଛି ଜୋହୋର ସ୍ୱଦେଶୀ ଆପ୍ ଅରଟ୍ଟଇ

arattai

arattai Photograph: (OTV)

Advertisment

ହ୍ୱାଟ୍ସଆପକୁ ଟକ୍କର ଦେବ ଅରଟ୍ଟଇ । ଶେଷ ହୋଇପାରେ ହ୍ୱାଟ୍ସଆପର ଏକଚାଟିଆ ବ୍ୟବସାୟ । ଭାରତର ଡିଜିଟାଲ୍ ମେସେଜିଂ ବଜାରରେ ହ୍ୱାଟ୍ସଆପକୁ କମ୍ପିଟିସନ ଦେଉଛି ଅରଟ୍ଟଇ । ମେଟାର ହ୍ୱାଟ୍ସଆପର ବିଶ୍ୱବ୍ୟାପୀ ୩୦୦କୋଟିରୁ ଅଧିକ ୟୁଜର୍ସ ଅଛନ୍ତି । ଏହାରି ଭିତରେ ଭାରତରରେ ଚହଳ ସୃଷ୍ଟି କରିଛି ଜୋହୋର ସ୍ୱଦେଶୀ ଆପ୍ ଅରଟ୍ଟଇ । ଏହା ଆପ୍ ଷ୍ଟୋରର ସୋସିଆଲ ନେଟୱାର୍କିଂ ବର୍ଗରେ ଏକ ନମ୍ବରରେ ପହଞ୍ଚିଛି। ଏହି ଆପକୁ ମାତ୍ର ତିନି ଦିନରେ ୧୦୦ଗୁଣରୁ ଅଧିକ ଟ୍ରାଫିକ୍ ମିଳିଛି । 

Advertisment

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅରଟ୍ଟଇର ଆପର ଖୁବ ପ୍ରଶଂସା କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛନ୍ତି ଯେ ଅରଟ୍ଟଇ ଇନଷ୍ଟାଣ୍ଟ ମେସେଜିଂ ଆପ୍ ମାଗଣା, ବ୍ୟବହାର କରିବାକୁ ସହଜ, ସୁରକ୍ଷିତ ଏବଂ 'ମେଡ୍ ଇନ୍ ଇଣ୍ଡିଆ'। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସ୍ୱଦେଶୀ ଆପ୍ ଗ୍ରହଣ କରିବାର ଆହ୍ୱାନରେ ଅନୁପ୍ରାଣିତ ହୋଇ, ମୁଁ ସମସ୍ତଙ୍କୁ ନିଜର ବନ୍ଧୁ ଏବଂ ପରିବାର ସହିତ ଯୋଡ଼ି ହେବା ପାଇଁ ଭାରତରେ ନିର୍ମିତ ଆପ୍ ଗ୍ରହଣ କରିବାକୁ ଅନୁରୋଧ କରୁଛି।

Advertisment

ହ୍ୱାଟସଆପ୍ ବନାମ ଅରଟ୍ଟଇ 

ହ୍ୱାଟ୍ସଆପ୍ ହେଉଛି ମେଟାର ମାଲିକାନାରେ ଥିବା ଏକ ବିଶ୍ୱସ୍ତରୀୟ ଆପ୍, ଯାହା ଏହାର ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍ ଏବଂ ଶକ୍ତିଶାଳୀ ଫିଚର୍ସ ପାଇଁ ଜଣାଶୁଣା। ଅନ୍ୟପକ୍ଷରେ ଅରଟ୍ଟଇ ହେଉଛି ଜୋହୋ ଦ୍ୱାରା ବିକଶିତ ଏକ ସ୍ବଦେଶୀ ଆପ୍, । ଅରଟ୍ଟଇ ଏକ ତାମିଲ ଶବ୍ଦ । ଯାହାର ଅର୍ଥ "କାଜୁଆଲ୍ ଚାଟ୍"। ଏହା ସ୍ୱତନ୍ତ୍ର ଭାବରେ ଭାରତର "ଆତ୍ମନିର୍ଭର ଭାରତ" ପଦକ୍ଷେପକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଥିଲା ଏବଂ ଏଥିରେ ଅନେକ ଆଞ୍ଚଳିକ ଭାଷାରେ ଚାଟ୍ କରିହେବ ।

ମେସେଜିଂ ଏବଂ ଭାଷା ସମର୍ଥନ

ଅରଟ୍ଟଇ ଏକ ହାଲକା ଇଣ୍ଟରଫେସ୍ ସହ ତାମିଲ, ତେଲୁଗୁ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାର ସପୋର୍ଟ ସହ ତିଆରି ହୋଇଛି । ଏହା ଜାପାନୀ, ରୁଷିଆ ଏବଂ ତୁର୍କୀ ସମେତ ମୋଟ ୧୬ ଟି ଭାଷାକୁ ସପୋର୍ଟ କରେ। ଏହା କମ୍ ଷ୍ଟୋରେଜ୍ ଏବଂ ସ୍ଲୋ ନେଟୱାର୍କରେ ମଧ୍ୟ ଆରାମରେ ଚାଲିଥାଏ। ତେବେ WhatsApp ବିଶ୍ୱ ସ୍ତରରେ ଏକ ଦୃଢ଼ ମେସେଜିଂ ଅଭିଜ୍ଞତା ପ୍ରଦାନ କରେ ଏବଂ ପ୍ରମୁଖ ଭାରତୀୟ ଭାଷାଗୁଡ଼ିକୁ ସମର୍ଥନ କରେ । WhatsApp ହେଉଛି ଭାରତରେ ସର୍ବାଧିକ ବ୍ୟବହୃତ ମେସେଜିଂ ଆପ୍।

Advertisment

ଗୋପନୀୟତା ଏବଂ ସୁରକ୍ଷା

ହ୍ୱାଟସଆପ୍ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍ ସହିତ ଚାଟ୍, କଲ୍ ଏବଂ ମିଡିଆକୁ ସୁରକ୍ଷିତ ରଖିଥାଏ । ତଥାପି, ବ୍ୟବହାରକାରୀମାନେ ମେଟାର ଡାଟା-ଚାଳିତ ବ୍ୟବସାୟ ମଡେଲ ବିଷୟରେ ଚିନ୍ତିତ ଅଛନ୍ତି। ଅରଟ୍ଟଇ ଭଏସ୍ ଏବଂ ଭିଡିଓ କଲ୍ ପାଇଁ ଏନକ୍ରିପ୍ସନ୍ ପ୍ରଦାନ କରେ, କିନ୍ତୁ ଟେକ୍ସଟ୍ ମେସେଜଗୁଡ଼ିକ ସମ୍ପୂର୍ଣ୍ଣ ଏନକ୍ରିପ୍ଟ ହୋଇନାହିଁ। ତଥାପି ଏହାର ଭାରତ-ଭିତ୍ତିକ ସର୍ଭର ଏବଂ ବିଜ୍ଞାପନ ପାଇଁ ଡାଟା ବ୍ୟବହାର ନକରିବାର ଜୋହୋର ନୀତି ଏହାକୁ ଭିନ୍ନ କରିଛି । 

କଲିଂ ଏବଂ ଗ୍ରୁପ ଚାଟ୍

ଅରଟ୍ଟଇ ହାଇ-ଡେଫିନେସନ୍ କଲିଂ ପ୍ରଦାନ କରେ ଯାହା କମ୍-ସ୍ପିଡ୍ ନେଟୱାର୍କରେ ମଧ୍ୟ ସୁଗମ। ଏହା 1,000 ସଦସ୍ୟ ପର୍ଯ୍ୟନ୍ତ ଗ୍ରୁପ୍ ଚାଟ୍ ଏବଂ ଚ୍ୟାନେଲଗୁଡ଼ିକୁ ସମର୍ଥନ କରେ। ସେହିପରି ହ୍ୱାଟ୍ସଆପ୍ କଲିଂରେ ଭଲ ଅଭିଜ୍ଞତା ଦେଇଥାଏ । 1,024 ସଦସ୍ୟ ପର୍ଯ୍ୟନ୍ତ ଗ୍ରୁପ୍ ଚାଟକୁ ସପୋର୍ଟ ସହିତ ଆଡମିନ୍ ନିୟନ୍ତ୍ରଣ ଏବଂ ମେସେଜ୍ ପିନ୍ କରିବା ଭଳି ବୈଶିଷ୍ଟ୍ୟ ମଧ୍ୟ ରହିଛି।

ଫାଇଲ୍ ସେୟାରିଂ ଏବଂ ଷ୍ଟୋରେଜ

ଅରଟ୍ଟଇରେ 1GB ପର୍ଯ୍ୟନ୍ତ ଫାଇଲ୍ ସେୟାର କରାଯାଇପାରିବ, ଯେତେବେଳେ ହ୍ୱାଟସଆପ୍ 2GB ପର୍ଯ୍ୟନ୍ତ ଫାଇଲ୍ ସେୟାର କରିବାକୁ ଅନୁମତି ଦିଏ। ହ୍ୱାଟସଆପ୍ ଏକ "Status" ଫିଚର ପ୍ରଦାନ କରେ, ଯେତେବେଳେ କି ଅରଟ୍ଟଇ ଏକ Story ଫିଚର ପ୍ରଦାନ କରେ।

ପ୍ରଡକ୍ଟିଭିଟି ଓ ବିଜନେସ ଟୁଲ

ଅରଟ୍ଟଇର "ପକେଟ୍" ଫିଚର ସେଲଫ ଷ୍ଟୋରେଜ ପାଇଁ ଖାସ । ଯାହା ଆପଣଙ୍କୁ ଫଟୋ, ନୋଟ୍ସ ଏବଂ ଫାଇଲଗୁଡ଼ିକୁ ସେଭ୍ କରିବାକୁ ଅନୁମତି ଦିଏ। ଏଥିରେ ଏକ ମିଟିଂ ସମୟ ନିର୍ଦ୍ଧାରଣ କରିବାର ସେକ୍ସନ ରହିଛି । ହ୍ୱାଟ୍ସଆପର "Chat with Yourself " ଫିଚର ଆପଣଙ୍କୁ ଲିଙ୍କ୍, ଫଟୋ ଏବଂ ଟାସ୍କ ଗୁଡ଼ିକୁ ସେଭ୍ କରିବାକୁ ଅନୁମତି ଦିଏ। ହ୍ୱାଟ୍ସଆପ୍ ବ୍ୟବସାୟ ପ୍ଲାଟଫର୍ମ ପେମେଣ୍ଟ, ମେଟା ଇଣ୍ଟିଗ୍ରେସନ୍ ଭଳି ଫିଚର ପ୍ରଦାନ କରେ, କିନ୍ତୁ ଏଥିରେ ମିଟିଂ ସମୟ ନିର୍ଦ୍ଧାରଣ କରିବାର ଫିଚର ନାହିଁ । ଅରଟ୍ଟଇ ଆପଣଙ୍କୁ ଲୋକେସନ ସେୟାର କରିବର ଫିଚର୍ସ ବି ଦେଇଛି । ଯାହା ହ୍ୱାଟ୍ସଆପରେ ବି ରହିଛି । 

କାର୍ଯ୍ୟଦକ୍ଷତା 

ଅରଟ୍ଟଇ ସମ୍ପୂର୍ଣ୍ଣ ବିଜ୍ଞାପନ-ମୁକ୍ତ ଏବଂ ଲୋ-ଏଣ୍ଡ ଡିଭାଇସଗୁଡ଼ିକରେ ମଧ୍ୟ ଭଲ ଭାବରେ ଚାଲିଥାଏ। ହ୍ୱାଟସଆପ୍ ଏକ ଫିଚରପୂର୍ଣ୍ଣ ଆପ୍, କିନ୍ତୁ ଏହା ପୁରୁଣା କିମ୍ବା ସ୍ଲୋ ଡିଭାଇସଗୁଡ଼ିକରେ ଟିକେ ଭାରି ହୋଇପାରେ। ଏହା ବ୍ୟତୀତ ଏହାର ଆପ୍ ଷ୍ଟୋରେଜ୍ ଆକାର ମଧ୍ୟ ବଡ଼। ଅରଟ୍ଟଇକୁ ଏଭଳି ଭାବେ ଡିଜାଇନ କରାଯାଇଛି ଛୋଟରୁ ବଡ଼ ସମସ୍ତେ ଏହାକୁ ବ୍ୟବହାର କରିପାରିବେ । 

ଅରଟ୍ଟଇ କିପରି ଡାଉନଲୋଡ୍ କରିବେ?

ଏହାକୁ ଡାଉନଲୋଡ୍ କରିବା ପାଇଁ, ପ୍ରଥମେ ଆପଲର ଆପ୍ ଷ୍ଟୋର କିମ୍ବା ଗୁଗୁଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ।
୧ - ଏଠାରେ Arattai ଆପ୍ ଖୋଜନ୍ତୁ ଏବଂ ଏହାକୁ ଡାଉନଲୋଡ୍ କରନ୍ତୁ।
୨ - ତା'ପରେ, ଆପଣଙ୍କ ଫୋନ୍ ନମ୍ବର ବ୍ୟବହାର କରି ଆପଣଙ୍କ ଆକାଉଣ୍ଟ୍ ସୃଷ୍ଟି କରନ୍ତୁ।
୩ - ତା'ପରେ ଆପଣଙ୍କର ନାମ, ଫଟୋ, ବାୟୋ ଏବଂ ୟୁଜର ନେମ ଯୋଡି ଆପଣଙ୍କର ପ୍ରୋଫାଇଲ୍ ସେଟ୍ ଅପ୍ କରନ୍ତୁ।
୪ - ଏବେ ଆପଣ ସହଜରେ ନିଜ ବନ୍ଧୁଙ୍କ ସହ ଯୋଡି ହେବା ପାଇଁ ସେମାନଙ୍କ ସହ ୟୁଜର ନେମ ସେୟାର କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ