Advertisment

Vande Bharat Sleeper: ୧୮୦ କିମି ସ୍ପିଡରେ ବନ୍ଦେ ଭାରତ ସ୍ଲିପର ଟ୍ରେନର ଟ୍ରାଏଲ୍ , ଦୋହଲିଲା ନାହିଁ ପାଣି ଭର୍ତ୍ତି କାଚ ଗ୍ଲାସ

ରେଲୱେ ଟ୍ରାକରେ ଗଡ଼ିବାକୁ ସମ୍ପୂର୍ଣ୍ଣ ତୟାର ବନ୍ଦେ ଭାରତର ସ୍ଲିପର ଟ୍ରେନ୍। ବିଧିବଦ୍ଧ ଭାବରେ ଚଳାଚଳ ପୂର୍ବରୁ ସାମନାକୁ ଆସିଲା ଟ୍ରାଏଲ ବେଳର ଭିଡିଓ। ଘଣ୍ଟାପ୍ରତି ୧୮୦ କିଲୋମିଟର ସ୍ପିଡରେ ଦୌଡ଼ିଲା ବନ୍ଦେ ଭାରତ ସ୍ଲିପର ଟ୍ରେନ୍।

VANDE-BHARAT-SLIPER

VANDE-BHARAT-SLIPER Photograph: (OTV)

Advertisment

ରେଲୱେ ଟ୍ରାକରେ ଗଡ଼ିବାକୁ ସମ୍ପୂର୍ଣ୍ଣ ତୟାର ବନ୍ଦେ ଭାରତର ସ୍ଲିପର ଟ୍ରେନ୍। ବିଧିବଦ୍ଧ ଭାବରେ ଚଳାଚଳ ପୂର୍ବରୁ ସାମନାକୁ ଆସିଲା ଟ୍ରାଏଲ ବେଳର ଭିଡିଓ। ଘଣ୍ଟାପ୍ରତି ୧୮୦ କିଲୋମିଟର ସ୍ପିଡରେ ଦୌଡ଼ିଲା ବନ୍ଦେ ଭାରତ ସ୍ଲିପର ଟ୍ରେନ୍। କିନ୍ତୁ ଦୋହଲିଲା ନାହିଁ ପାଣି ଭର୍ତ୍ତି କାଚ ଗ୍ଲାସ କି ଗୋଟିଏ ବୁନ୍ଦା ପାଣି ବି ତଳେ ପଡ଼ିଲା ନାହିଁ।

Advertisment

ବନ୍ଦେ ଭାରତ ଏକ୍ସପ୍ରେସ ସ୍ଲିପର ଟ୍ରେନର ଟ୍ରାଏଲ୍ ବେଳର ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଯେଉଁଥିରେ ଲୋକୋ ପାଇଲଟ୍ କ୍ୟାବିନଟରୁ ଭିଡିଓ ଉତ୍ତୋଳନ କରିଛନ୍ତି। ସେତେବେଳେ ଟ୍ରେନ୍ ୧୮୦ କିଲୋମିଟର ସ୍ପିଡ୍ ଗଡୁଥିଲା। ୱେଷ୍ଟ ସେଣ୍ଟ୍ରାଲ୍ ରେଲୱେ ଜୋନର ସୱାଇ ମାଧପୁର-କୋଟା-ନାଗଦା ସେକ୍ସନରେ ଏହାର ଟ୍ରାଏଲ୍ କରାଯାଉଛି। ସେତେବେଳେ ଲୋକ ପାଇଲଟ୍ କ୍ୟାବିନରୁ ଭିଡିଓ କରିଥିଲେ।

ସେତେବେଳେ ଟ୍ରେନ୍ ସ୍ପିଡୋମିଟର ସାମନାରେ ୩ଟି ଗ୍ଲାସରେ ପାଣି ରହିଛି। ୧୮୦ ସ୍ପିଡରେ ଟ୍ରେନ୍ ଦୌଡୁଥିଲେ ବି ଗୋଟିଏ ବୁନ୍ଦା ପାଣି ଗ୍ଲାସରୁ ଉଛୁଳି ପଡୁ ନଥିଲା। ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସର ଚେୟାର କାର୍ ଚଳାଚଳ କରୁଛି। ଟ୍ରାଏଲ୍ ଶେଷ ପରେ ଖୁବଶୀଘ୍ର ଆସିବ ସ୍ଲିପର କୋଚ୍ ଟ୍ରେନ୍। 

Advertisment

ଦୌଡ଼ିବାକୁ ତୟାର ବନ୍ଦେ ଭାରତ ସ୍ଲିପର ଟ୍ରେନ୍
୧୮୦ କିମି ସ୍ପିଡରେ ବନ୍ଦେ ଭାରତ ସ୍ଲିପର ଟ୍ରେନର ଟ୍ରାଏଲ୍
ଦୋହଲିଲା ନାହିଁ ପାଣି ଭର୍ତ୍ତି କାଚ ଗ୍ଲାସ 
ସାମନାକୁ ଆସିଲା ଟ୍ରାଏଲ ବେଳର ଭିଡିଓ
ସୱାଇ ମାଧପୁର-କୋଟା-ନାଗଦା ସେକ୍ସନରେ ଟ୍ରାଏଲ୍
ସୋସିଆଲ୍ ମିଡିଆରେ ଭିଡ଼ିଓ ଭାଇରାଲ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ