Advertisment

Techie Salary Jump: ୩ ବର୍ଷର ଅଭିଜ୍ଞତାରେ ୧.୬ କୋଟି ଟଙ୍କାର ପ୍ୟାକେଜ୍...କିଭଳି ମିଳିଲା ଏଭଳି ସଫଳତା

ଏହି କାହାଣୀ ଇଣ୍ଟରନେଟରେ ହଲଚଲ ସୃଷ୍ଟି କରିଛି। ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ମାତ୍ର ତିନି ବର୍ଷର ଅଭିଜ୍ଞତା ଓ ଟିୟର-୩ କଲେଜ ପୃଷ୍ଠଭୂମି ସତ୍ତ୍ୱେ ଏତେ ବଡ଼ ପ୍ୟାକେଜ କିପରି ମିଳିଲା।

salary hike

salary hike Photograph: (OTV)

Advertisment

ସୋସିଆଲ ମିଡିଆରେ ଏବେ ଜଣେ ଟେକ ପ୍ରୋଫେସନାଲଙ୍କ କାହାଣୀ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ହେଉଛି ତାଙ୍କର ବେତନରେ ହୋଇଥିବା ବଡ଼ ବୃଦ୍ଧି । ତିନି ବର୍ଷ ପୂର୍ବେ ସେ ସାମସଙ୍ଗରେ ବାର୍ଷିକ ୧୬ ଲକ୍ଷ ଟଙ୍କାର ପ୍ୟାକେଜରେ କାମ କରୁଥିଲେ, ଆଉ ଏବେ ଲିଙ୍କଡ଼ିନରେ ତାଙ୍କୁ ବାର୍ଷିକ ୧.୬ କୋଟି ଟଙ୍କାର ଅଫର ମିଳିଛି। ଏହି କାହାଣୀ ସେୟାର କରିଛନ୍ତି ତାଙ୍କ ବନ୍ଧୁ ବୈଭବ ଅଗ୍ରୱାଲ, ଯିଏ ବର୍ତ୍ତମାନ ଗୁଗଲରେ କାମ କରୁଛନ୍ତି। 

Advertisment

ସେ କହିଛନ୍ତି ଯେ ତାଙ୍କ ଏହି ବନ୍ଧୁ ୨୦୨୨ରେ ଟିୟର-୩ କଲେଜରୁ ପାସଆଉଟ ହୋଇଥିଲେ। ପୂର୍ବରୁ ଉଭୟେ ସାମସଙ୍ଗରେ ଏକାଠି କାମ କରୁଥିଲେ। କିନ୍ତୁ ନିକଟରେ ସେ ଲିଙ୍କଡ଼ିନର ସିନିୟର ସଫ୍ଟୱେୟାର ଇଞ୍ଜିନିୟର (SSE) ଇଣ୍ଟରଭ୍ୟୁ କ୍ଲିୟର କରିଛନ୍ତି ଏବଂ ୯୫ ଲକ୍ଷ LPA ପ୍ୟାକେଜ ସହିତ ୧.୬ କୋଟି CTC ହାସଲ କରିଛନ୍ତି।

ବୈଭବ ଏକ୍ସରେ ଲେଖିଛନ୍ତି, “ମୋ ବନ୍ଧୁ ନିକଟରେ ଲିଙ୍କଡ଼ିନ SSE ଇଣ୍ଟରଭିୟୁ କ୍ଲିୟର କରିଛି ଏବଂ ତାଙ୍କୁ ୯୫ LPA ପ୍ୟାକେଜ ମିଳିଛି, CTC ପ୍ରାୟ ୧.୬ କୋଟି। ସେ ମାତ୍ର ୨୦୨୨ର ଗ୍ରାଜୁଏଟ ଏବଂ ଟିୟର-୩ କଲେଜରୁ ପାସଆଉଟ। ସାମସଙ୍ଗରେ ଆମେ ଦୁହେଁ ଏକାଠି ଥିଲୁ, ତାଙ୍କର ପ୍ୟାକେଜ ତା’ପରେ ୧୬ LPA ଥିଲା। ଏହା ହେଉଛି ଏପର୍ଯ୍ୟନ୍ତ ମୁଁ ଦେଖିଥିବା ପ୍ୟାକେଜରେ ସବୁଠାରୁ ବଡ଼ ବୃଦ୍ଧି ।” 

Advertisment

ଏହି କାହାଣୀ ଇଣ୍ଟରନେଟରେ ହଲଚଲ ସୃଷ୍ଟି କରିଛି। ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ମାତ୍ର ତିନି ବର୍ଷର ଅଭିଜ୍ଞତା ଓ ଟିୟର-୩ କଲେଜ ପୃଷ୍ଠଭୂମି ସତ୍ତ୍ୱେ ଏତେ ବଡ଼ ପ୍ୟାକେଜ କିପରି ମିଳିଲା।ଅନେକ ୟୁଜର ବୈଭବଙ୍କୁ ପଚାରିଛନ୍ତି ଯେ ତାଙ୍କ ବନ୍ଧୁ କ’ଣ ଭିନ୍ନ କରିଥିଲେ ଯାହା ଦ୍ୱାରା ତାଙ୍କୁ ଏତେ ବଡ଼ ପ୍ୟାକେଜ ମିଳିଲା। କେହି ଇଣ୍ଟରଭ୍ୟୁ ପ୍ରସ୍ତୁତି ଟିପ୍ସ ଜାଣିବାକୁ ଚେଷ୍ଟା କରିଥିଲେ, ତ ଆଉ କେହି କହିଥିଲେ, “ମାତ୍ର ତିନି ବର୍ଷରେ SSE ହେବା ଏବଂ ତା’ମଧ୍ୟ ଲିଙ୍କଡ଼ିନରେ... ଏହା ତ ଅଦ୍ଭୁତ!” 

Advertisment

ଜଣେ ୟୁଜର ଲେଖିଛନ୍ତି, “ଏହା ବହୁତ ପ୍ରେରଣାଦାୟୀ। ଆପଣ ଦୁହେଁ ସାମସଙ୍ଗରେ ଏକାଠି ଥିଲେ, ତେଣୁ ନିଶ୍ଚିତ ଭାବେ ଭଲ ଭାବେ ଜାଣିଥିବେ। ଆପଣ କହି ପାରିବେ କି ସେ ଅନ୍ୟମାନଙ୍କଠାରୁ ଭିନ୍ନ କ’ଣ କଲେ ଯାହା ଦ୍ୱାରା ତାଙ୍କୁ ଏତେ ବଡ଼ ପ୍ୟାକେଜ  ମିଳିଲା?” ଆଉ ଜଣେ କହିଛନ୍ତି, “ଆପଣ ତାଙ୍କର ରୋଡ଼ମ୍ୟାପ ଏବଂ ଇଣ୍ଟରଭିୟୁ ପ୍ରସ୍ତୁତି ଟିପ୍ସ ସେୟାର କରିପାରିବେ କି? ଭବିଷ୍ୟତର ସଂଘର୍ଷଶୀଳ ଲୋକଙ୍କ ପାଇଁ ଏହା ବହୁତ କାମରେ ଆସିବ।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ