Advertisment

Amazing Dance: ଓଡ଼ିଶାର ପୁଅ ଏବେ ସୋସିଆଲ ମିଡିଆରେ ଷ୍ଟାର , ଭିଡିଓ ଦେଖି ଲୋକେ କହୁଛନ୍ତି ....

ଭିଡିଓ ତଳେ ଆସିଥିବା କମେଣ୍ଟଗୁଡ଼ିକ ଏହି ପିଲାର ଲୋକପ୍ରିୟତାର ପ୍ରମାଣ ଦେଉଛି । ଜଣେ ୟୁଜର ଲେଖିଛନ୍ତି ଏତେ ଆତ୍ମବିଶ୍ବାସ ତ ମୋ ଜୀବନରେ ଦରକାର। ଆଉ ଜଣେ କମେଣ୍ଟ କରିଛନ୍ତି ତୋର ପରଫର୍ମାନ୍ସ ବହୁତ ଭଲ ଲାଗିଲା ବେଟା।

VIRAL VIDEO

VIRAL VIDEO Photograph: (OTV)

Advertisment

ସୋସିଆଲ ମିଡିଆରେ ଓଡ଼ିଶାର କଟକର ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଏଥିରେ ଜଣେ ଛୋଟ ପିଲା ନିଜ ଶିକ୍ଷକ ଓ ସହପାଠୀମାନଙ୍କ ଆଗରେ ଖୋଲା ହୃଦୟରେ ନାଚୁଥିବାର ଦେଖାଯାଉଛି। ଏହି ଭିଡିଓଟି ବାଦାମବାଡ଼ିର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । 

Advertisment

ଜନାବ-ଏ-ଆଲୀରେ ଧମାକାଦାର ପରଫର୍ମାନ୍ସ

ଇନ୍‌ଷ୍ଟାଗ୍ରାମରେ ସେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଶିକ୍ଷକମାନେ ବେଞ୍ଚରେ ବସିଛନ୍ତି ଆଉ ଗୀତ ବାଜିବା ମାତ୍ରେ ପିଲାଟି ଆଗକୁ ଆସି ନାଚିବାକୁ ଲାଗୁଛି। ସେ ହ୍ରିତିକ ରୋଶନଙ୍କ ସୁପରହିଟ୍ ଗୀତ ‘ଜନାବ-ଏ-ଆଲୀରେ ପୁରା ଉତ୍ସାହର ସହ ଷ୍ଟେପ୍ସ କରୁଛି। 

ପୁରା କ୍ଲାସରୁମ୍ ହୋଇଗଲା ଡ୍ୟାନ୍ସ ଫ୍ଲୋର

ପିଲାଟି ନାଚିବା ଆରମ୍ଭ କରିବା ମାତ୍ରେ ତା’ର ସାଙ୍ଗମାନେ ତାକୁ ଉତ୍ସାହିତ କରୁଛନ୍ତି । ପିଲାଟିର ଏନର୍ଜି ଓ ଆତ୍ମବିଶ୍ୱାସ ଦେଖି ପୁରା ମାହୋଲ ମଜାଦାର ଓ ଉତ୍ସାହରେ ଭରି ଉଠୁଛି। ତା’ର ହୁକ୍ ଷ୍ଟେପ୍ସ ଏତେ ଶାନଦାର ଯେ ଯିଏ ଦେଖିବ ପ୍ରଶଂସା କରିବ । 

Advertisment

ସୋସିଆଲ ମିଡିଆରେ ଲୋକେ କରୁଛନ୍ତି ପ୍ରଶଂସା

ଭିଡିଓ ତଳେ ଆସିଥିବା କମେଣ୍ଟଗୁଡ଼ିକ ଏହି ପିଲାର ଲୋକପ୍ରିୟତାର ପ୍ରମାଣ ଦେଉଛି । ଜଣେ ୟୁଜର ଲେଖିଛନ୍ତି ଏତେ ଆତ୍ମବିଶ୍ବାସ ତ ମୋ ଜୀବନରେ ଦରକାର। ଆଉ ଜଣେ କମେଣ୍ଟ କରିଛନ୍ତି ତୋର ପରଫର୍ମାନ୍ସ ବହୁତ ଭଲ ଲାଗିଲା ବେଟା। କମେଣ୍ଟ ସେକ୍ସନ୍ ହାର୍ଟ, ଫାୟାର ଓ କ୍ଲାପ୍ ଇମୋଜିରେ ଭର୍ତ୍ତି ହୋଇଯାଇଛି । 

ଜନାବ-ଏ-ଆଲୀ ଫିଲ୍ମ ୱାର ଟୁର ଏକ ହାଇ-ଏନର୍ଜି ଡାନ୍ସ ଟ୍ରାକ୍ । ଯେଉଁଥିରେ ହ୍ରିତିକ ରୋଶନ ଓ ଜୁନିଅର ଏନ୍‌ଟିଆରଙ୍କର ଅଦ୍ଭୁତ ଡାନ୍ସ ବ୍ୟାଟଲ୍ ଦେଖିବାକୁ ମିଳିଛି। ଗୀତଟି ପ୍ରୀତମ କମ୍ପୋଜ୍ କରିଛନ୍ତି, ଗୀତ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ ଏବଂ ଗାଇଛନ୍ତି ସଚେତ ଟଣ୍ଡନ ଓ ସାଜ୍ ଭଟ୍। ବୋସ୍କୋ ଲେସ୍ଲୀ ମାର୍ଟିସଙ୍କ କୋରିଓଗ୍ରାଫି ଏହାକୁ ଆହୁରି ସ୍ପେଶାଲ କରି ଦେଇଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ