Advertisment

Viral Video: ବ୍ରେକଅପ ହେଲେ ବି ଏତେ କଷ୍ଟ ହୁଏନି, ଭାଇରାଲ ହେଉଛି ଭିଡିଓ....ଦେଖନ୍ତୁ ଗୋଟିଏ କ୍ଲିକରେ

ସୋସିଆଲ ମିଡିଆରେ ଲୋକମାନେ ଏହା ଉପରେ ପ୍ରଚୁର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି – “ଲୁହ ଲୁଚାଇବା କେହି ଏମାନଙ୍କଠାରୁ ଶିଖୁ।” ଆଉ ଜଣେ କହିଛନ୍ତି – “ମାତାପିତାଙ୍କ ପ୍ରେମକୁ କୌଣସି ଶବ୍ଦରେ ବର୍ଣ୍ଣନା କରାଯାଇପାରେ ନାହିଁ।”

viral video

viral video Photograph: (OTV)

Advertisment

ରେଳ ଷ୍ଟେସନ ପ୍ରାୟତଃ ଭିଡ଼, କୋଳାହଳ ଏବଂ ବିଦାୟର ମୂକସାକ୍ଷୀ । ପରିବାର ବାହାରକୁ ବୁଲିଯିବାର ଖୁସି ହେଉ କି ପୁଅଝିଅ ବାହାର ସହରକୁ ଚାକିରି ପାଇଁ ଗଲା ବେଳେ ବାପାମାଆଙ୍କ ଆଖିରେ ଲୁହ । ସବୁକିଛି ଏହି ରେଳଷ୍ଟେସନ ଦେଖିଥାଏ । 

Advertisment

ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଝିଅକୁ ଟ୍ରେନରେ ବସାଇ ତା’ର ମାତାପିତା ଷ୍ଟେସନରେ ଠିଆ ହୋଇଥିବାର ଦେଖାଯାଉଛି। ଝିଅର ବିଦାୟର ଏହି ମୁହୂର୍ତ୍ତ ଅତ୍ୟନ୍ତ ଭାବୁକ କରିଦେଉଛି। ଭିଡିଓରେ ଦେଖାଯାଉଛି ଯେ ଟ୍ରେନ ଚାଲିବା ଆରମ୍ଭ ହେବା ମାତ୍ରେ, ଟ୍ରେନ ଭିତରେ ବସିଥିବା ଝିଅ ତା’ର ମା’ ଓ ବାପାଙ୍କୁ ବାଏ କହୁଛି। କିନ୍ତୁ, ମା’ ତା’ର ଝିଅକୁ ଝରକା ଦେଇ ଦେଖି ଭାବୁକ ହୋଇଯାଉଛନ୍ତି। ତାଙ୍କ ଆଖିରୁ ଲୁହ ଝରିବାକୁ ଲାଗୁଛି ଏବଂ ସେ ତାହାକୁ ଅଟକାଇ ପାରୁ ନାହାନ୍ତି। ଅନ୍ୟପଟେ ବାପାଙ୍କ ଆଖି ମଧ୍ୟ ଦା ହୋଇଯାଉଛି । କିନ୍ତୁ ସେ ନିଜର ଲୁହକୁ ଅଟକାଇ ରଖିବାକୁ ଚେଷ୍ଟା କରୁଛନ୍ତି। ମା’ ଓ ବାପାଙ୍କ ଏହି ଅବସ୍ଥା ଦେଖି ସୋସିଆଲ ମିଡିଆରେ ଅନେକ ଲୋକ  ଭାବୁକ ହୋଇଯାଇଛନ୍ତି।

ଏହି ଭିଡିଓକୁ ଇନଷ୍ଟାଗ୍ରାମରେ @simraneveryday ନାମକ ଜଣେ ୟୁଜର ସେୟାର କରିଛନ୍ତି। ଭିଡିଓରେ ଟେକ୍ସଟରେ ଲେଖାଯାଇଛି- ମୋତେ ବିଶ୍ୱାସ କର, ବ୍ରେକଅପ ହେଲେ ମଧ୍ୟ ଏତେ ଦୁଃଖ ହୁଏ ନାହିଁ... ପୋଷ୍ଟର କ୍ୟାପସନରେ ୟୁଜର ଲେଖିଛନ୍ତି ଯେ, ଖାଲି ବିବାହ ପାଇଁ ନୁହେଁ, ଟଙ୍କା ରୋଜଗାର ପାଇଁ ମଧ୍ୟ ଘର ଛାଡ଼ିବାକୁ ପଡ଼େ। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ କୋଟିରୁ ଅଧିକ ଥର ଦେଖାଯାଇଛି ଏବଂ ୫୧ ହଜାରରୁ ଅଧିକ ଲାଇକ ମିଳିଛି। 

Advertisment

ସୋସିଆଲ ମିଡିଆରେ ଲୋକମାନେ ଏହା ଉପରେ ପ୍ରଚୁର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି – “ଲୁହ ଲୁଚାଇବା କେହି ଏମାନଙ୍କଠାରୁ ଶିଖୁ।” ଆଉ ଜଣେ କହିଛନ୍ତି – “ମାତାପିତାଙ୍କ ପ୍ରେମକୁ କୌଣସି ଶବ୍ଦରେ ବର୍ଣ୍ଣନା କରାଯାଇପାରେ ନାହିଁ।” ଏହି ଭିଡିଓ ଇଣ୍ଟରନେଟରେ ହାଇ ସ୍ପିଡରେ ଭାଇରାଲ ହୋଇଛି। ଲୋକମାନେ କମେଣ୍ଟରେ ନିଜର ଭାବନା ପ୍ରକାଶ କରିଛନ୍ତି। କେହି ନିଜର ଅନୁଭବ ସେୟାର କରିଛନ୍ତି, ତ ଆଉ କେହି ଏହାକୁ ପ୍ରତ୍ୟେକ ମାତାପିତାଙ୍କର ପ୍ରକୃତ ଚିତ୍ର ବୋଲି କହିଛନ୍ତି। ଏହି ଦୃଶ୍ୟ ପ୍ରତ୍ୟେକଙ୍କୁ ମନେ ପକାଇ ଦେଇଛି ଯେ ଯେତେବେଳେ ପିଲାମାନେ ପଢ଼ା କିମ୍ବା ଚାକିରି ପାଇଁ ଘର ଛାଡ଼ି ଚାଲିଯାଆନ୍ତି, ସେହି ମୁହୂର୍ତ୍ତ ମାତାପିତାଙ୍କ ପାଇଁ କେତେ କଷ୍ଟଦାୟକ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ