Advertisment

Viral Video: ୨୦୦ ‍‍‍ବର୍ଷର ପୁରୁଣା ଅଭିଶାପ, ଶାଢ଼ି ପିନ୍ଧି ଗରବା କରନ୍ତି ପୁରୁଷ

୨୦୦ ବର୍ଷ  ପୂର୍ବେ ସାଡୁବେନ ନାମକ ଜଣେ ମହିଳା ବରୋଟ ସଂପ୍ରଦାୟର ପୁରୁଷ ମାନଙ୍କୁ ନିଜର ରକ୍ଷା କରିବାକୁ ପ୍ରାର୍ଥନା କରିଥିଲେ । କାରଣ ଜଣେ ମୋଗଲ ସମ୍ଭ୍ରାନ୍ତ ବ୍ୟକ୍ତି ତାଙ୍କୁ ନିଜର ଦ୍ବିତୀୟ ପତ୍ନୀ କରିବାକୁ ଚାହୁଁଥିଲେ ।

GARBA

GARBA Photograph: (OTV)

Advertisment

ଅହମ୍ମଦାବାଦର ସାଡୁ ମାତା ନି ପୋଲ ଅଞ୍ଚଳରେ ପ୍ରତିବର୍ଷ ନବରାତ୍ରିର ଅଷ୍ଟମ ରାତିରେ 200 ବର୍ଷ ପୁରୁଣା ଏକ ରୀତି ପାଳନ କରାଯାଏ। ଶାଢ଼ି ପିନ୍ଧିଥିବା ପୁରୁଷମାନେ ସାଡୁମା ନା ଗରବା ନାମକ ଏକ ପରମ୍ପରାରେ ଗରବା ପ୍ରଦର୍ଶନ କରନ୍ତି । ଯାହା ଭକ୍ତି, ତପସ୍ୟା ଏବଂ ଅଭିଶାପର ଏକ ପ୍ରାଚୀନ କାହାଣୀ ସହିତ ଜଡିତ। ଏହି ଅନନ୍ୟ ଗରବାର ଏକ ଇନଷ୍ଟାଗ୍ରାମ ରିଲ୍ ଭାଇରାଲ ହୋଇଛି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । 
ସ୍ଥାନୀୟ ବିଶ୍ୱାସ ଅନୁସାରେ, ଏହି ରୀତି କେବଳ ଏକ ନୃତ୍ୟ ନୁହେଁ। ୨୦୦ ବର୍ଷ  ପୂର୍ବେ ସାଡୁବେନ ନାମକ ଜଣେ ମହିଳା ବରୋଟ ସଂପ୍ରଦାୟର ପୁରୁଷ ମାନଙ୍କୁ ନିଜର ରକ୍ଷା କରିବାକୁ ପ୍ରାର୍ଥନା କରିଥିଲେ । କାରଣ ଜଣେ ମୋଗଲ ସମ୍ଭ୍ରାନ୍ତ ବ୍ୟକ୍ତି ତାଙ୍କୁ ନିଜର ଦ୍ବିତୀୟ ପତ୍ନୀ କରିବାକୁ ଚାହୁଁଥିଲେ । 

Advertisment

ଦୁର୍ଭାଗ୍ୟବଶତଃ ବରୋଟର ପୁରୁଷମାନେ ତାଙ୍କୁ ସାହାଯ୍ୟ କଲେ ନାହିଁ ଏବଂ ସେ ତାଙ୍କ ସନ୍ତାନକୁ ହରାଇଲେ। କ୍ରୋଧିତ ସାଡୁବେନ ପୁରୁଷମାନଙ୍କୁ ଅଭିଶାପ ଦେଲେ । କହିଲେ ଯେ ସେମାନଙ୍କ ଭବିଷ୍ୟତ ପିଢ଼ି କାପୁରୁଷ ହେବେ। ତା’ପରେ ସେ ସତୀ ହୋଇଥିଲେ । ପ୍ରତିବର୍ଷ ସାଡୁବେନଙ୍କ ଅଭିଶାପର ପ୍ରାୟଶ୍ଚିତ ଏବଂ ସମ୍ମାନ ପ୍ରଦର୍ଶନ କରିବା ପାଇଁ ପୁରୁଷମାନେ ଶାଢ଼ି ପିନ୍ଧି ଗରବା କରନ୍ତି।
ଏହି ଭିଡିଓଟି ସେପ୍ଟେମ୍ବର 30 2025ରେ ସେୟାର କରାଯାଇଥିଲା ଏବଂ ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ 1.9 ନିୟୁତ ଥର ଦେଖାଯାଇଛି ଏବଂ 60,000 ରୁ ଅଧିକ ଲାଇକ୍ ପାଇଛି। ଭିଡିଓଟି ସୋସିଆଲ ମିଡିଆରେ ଶୀଘ୍ର ଭାଇରାଲ ହୋଇଯାଇଥିଲା ।

Advertisment

ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି କିଛି ଲୋକ ଜଣେ ମନ୍ତ୍ରୀଙ୍କୁ ଶାଢ଼ି ପିନ୍ଧାଇ ତାଙ୍କର ମଜା କରୁଥିଲେ... ସେମାନେ ଏହି ଭିଡିଓଟି ନିଶ୍ଚୟ ଦେଖନ୍ତୁ!!! ଜୟ ମାତା ଦି।" ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, "ଏକ ୨୦୦ ବର୍ଷ ପୁରୁଣା ପରମ୍ପରା ଯେଉଁଥିରେ ବରୋଟ ସମ୍ପ୍ରଦାୟର ପୁରୁଷମାନେ ସାଡୁମାଙ୍କୁ ସୁରକ୍ଷା ଦେବାରେ ଅସମର୍ଥତା ପାଇଁ ପ୍ରାୟଶ୍ଚିତ୍ତ ଏବଂ କ୍ଷମା ପ୍ରାର୍ଥନା ପାଇଁ ମହିଳା ଭାବରେ ସଜ୍ଜିତ ହୁଅନ୍ତି।"
ଆଉ ଜଣେ ୟୁଜର୍ସ ମନ୍ତବ୍ୟ ଦେଇଛନ୍ତି, "ଏହା ପୁରୁଷମାନଙ୍କୁ ନମ୍ରତା ଏବଂ ମହିଳାଙ୍କ ପ୍ରତି ସମ୍ମାନ ଶିଖାଇବା ପାଇଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ