Advertisment

Facebook and Instagram: ଆଉ ଫ୍ରି ନୁହେଁ ଫେସବୁକ୍-ଇନଷ୍ଟାଗ୍ରାମ ! ବଜାରକୁ ଆସିଲା ମେଟାର ନୂଆ ପ୍ଲାନ୍

ମେଟା ଘୋଷଣା କରିଛି ଯେ ଯେଉଁମାନେ ସୋସିଆଲ ମିଡିଆରେ ସ୍କ୍ରଲ୍ କରିବା ବେଳେ ବିଜ୍ଞାପନରୁ ମୁକ୍ତି ପାଇବାକୁ ଚାହାଁନ୍ତି ସେମାନଙ୍କୁ ପ୍ରତି ମାସରେ ପାଖାପାଖି ୪୫୦ ଟଙ୍କା ଦେବାକୁ ପଡିବ

No Longer Free

No Longer Free Photograph: (OTV)

Advertisment

ଫେସବୁକ୍ ଏବଂ ଇନଷ୍ଟାଗ୍ରାମ କିଏ ବା ବ୍ୟବହାର ନ କରେ। ସେ ମନୋରଞ୍ଜନ ହେଉ କି ବନ୍ଧୁମାନଙ୍କ ସହ ସଂଯୋଗ ହେଉ, ଆଗ ମନେପଡେ ସୋସିଆଲ୍ ମିଡିଆର ଏହି ପ୍ଲାଟଫର୍ମ। ଏପର୍ଯ୍ୟନ୍ତ ଏହି ପ୍ଲାଟଫର୍ମଗୁଡ଼ିକ ସମ୍ପୂର୍ଣ୍ଣ ମାଗଣା ଥିଲା। କିନ୍ତୁ ଏବେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଚଲାଇବା ପାଇଁ ପ୍ରତି ମାସରେ ଟଙ୍କା ଦେବାକୁ ପଡିବ।

Advertisment

ମେଟା ଘୋଷଣା କରିଛି ଯେ ଯେଉଁମାନେ ସୋସିଆଲ ମିଡିଆରେ ସ୍କ୍ରଲ୍ କରିବା ବେଳେ ବିଜ୍ଞାପନରୁ ମୁକ୍ତି ପାଇବାକୁ ଚାହାଁନ୍ତି ସେମାନଙ୍କୁ ପ୍ରତି ମାସରେ ପାଖାପାଖି ୪୫୦ ଟଙ୍କା ଦେବାକୁ ପଡିବ

ମେଟା ଦୀର୍ଘ ଦିନ ଧରି ନିୟାମକ ଚାପର ସମ୍ମୁଖୀନ ହୋଇଆସୁଛି। ୟୁଜର୍ସମାନଙ୍କ ବ୍ୟକ୍ତିଗତ ଡାଟା ବ୍ୟବହାର କରି କମ୍ପାନୀ ବିଜ୍ଞାପନ ଦେଖାଉଥିବା ନେଇ ଅଭିଯୋଗ ଆସୁଛି। ଏହି ସମାଲୋଚନା ମଧ୍ୟରେ, ମେଟା ଏକ ସବସ୍କ୍ରିପ୍‌ସନ୍ ମଡେଲ୍ ଲଞ୍ଚ୍ କରିଛି।

Advertisment

ଏହି ପ୍ଲାନ୍ ଅନୁସାରେ, ପ୍ରତି ମାସରେ ୱେବ୍ ୟୁଜରମାନେ ପାଖାପାଖି ୩୫୫ ଟଙ୍କା ଏବଂ ମୋବାଇଲ୍ ୟୁଜର ମାନେ ପାଖାପାଖି ୪୫୦ ଟଙ୍କା ଦେବେ। ଯଦି ୟୁଜର୍ସ Facebook ଏବଂ Instagram ଆକାଉଣ୍ଟକୁ ଲିଙ୍କ୍ କରିଥିବେ, ତେବେ ସେମାନଙ୍କୁ କେବଳ ଗୋଟିଏ ସବ୍‌ସ୍କ୍ରିପ୍‌ସନ୍ ନେବାକୁ ହେବ।

ମେଟା ବର୍ତ୍ତମାନ ପାଇଁ ତା’ର ଏହି ପ୍ଲାନ୍‌କୁ ୟୁକେରେ ଆରମ୍ଭ କରିଛି। ଖୁବ୍ ଶୀଘ୍ର ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଆରମ୍ଭ ହେବ ବୋଲି ଅନୁମାନ କରାଯାଏ। ତେବେ ମେଟା ଦାବି କରିଛି ଯେ ଆପଲ୍ ଏବଂ ଗୁଗୁଲ୍ ଦ୍ୱାରା ଆଦାୟ କରାଯାଇଥିବା ଅତିରିକ୍ତ ମୂଲ୍ୟ ଶୁଳ୍କ ଯୋଗୁଁ ଏହି ପ୍ଲାନ୍ ଜାରି ହୋଇଛି।

Advertisment

ଏବେ ୟୁକେର ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ୟୁଜର୍ସଙ୍କ ପାଖରେ ମାଗଣାରେ ବିଜ୍ଞାପନ ସହିତ ସ୍କ୍ରଲ୍ କରିବାର ବିକଳ୍ପ ସହିତ ବିଜ୍ଞାପନ-ମୁକ୍ତ ଅଭିଜ୍ଞତାକୁ ଉପଭୋଗ କରିବା ପାଇଁ ପ୍ରତି ମାସରେ କିଛି ପାଉଣ୍ଡ ଖର୍ଚ୍ଚ କରିବାର ବିକଳ୍ପ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ