Advertisment

Couple Kissing At Garba: ଗରବାରେ କିସ୍ ପାଇଁ ହେଲା ବୋବାଲ, ସରକାର ଦେଲେ ବୟାନ...ଭିଡିଓ ହେଉଛି ଭାଇରାଲ

ରିପୋର୍ଟ ଅନୁଯାୟୀ, ବଡୋଦରାରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ‘ୟୁନାଇଟେଡ୍ ୱେ ଗରବା ଉତ୍ସବ’ର ଆୟୋଜନ ହୋଇଥିଲା। ଏହି ଇଭେଣ୍ଟରେ ବହୁ ସଂଖ୍ୟାରେ ଲୋକ ଭାଗ ନେଇଥିଲେ। ୨୬ ସେପ୍ଟେମ୍ବରରେ ପ୍ରତୀକ ପଟେଲ ଏବଂ ତାଙ୍କ ପତ୍ନୀ ମଧ୍ୟ ଏହି ଇଭେଣ୍ଟରେ ଯୋଗ ଦେବାକୁ ପହଞ୍ଚିଥିଲେ।

viral video

viral video Photograph: (OTV)

Advertisment

ଗୁଜରାଟର ବଡୋଦରାରେ ଗରବା କାର୍ଯ୍ୟକ୍ରମ ସମୟରେ ପରସ୍ପରକୁ କିସ୍ କରୁଥିବା କପଲଙ୍କ ଭିଡିଓ ଭାଇରାଲ ହୋଇଛି । ଉଭୟେ ଭାରତୀୟ ବଂଶୋଭବ ହେଲେ ମଧ୍ୟ ବିଗତ କିଛି ବର୍ଷ ହେଲା ଅଷ୍ଟ୍ରେଲିଆରେ ରହୁଛନ୍ତି ଏବଂ ସେମାନଙ୍କ ନିକଟରେ ଅଷ୍ଟ୍ରେଲିଆର ନାଗରିକତା ରହିଛି। ଭିଡିଓଟି ଭାଇରାଲ ହେବା ପରେ ଲୋକମାନେ କ୍ଷୋଭ ପ୍ରକାଶ କରିଥିଲେ ଏବଂ ସେମାନଙ୍କ ଉପରେ ଧାର୍ମିକ ଆୟୋଜନକୁ ବଦନାମ କରିବାର ଅଭିଯୋଗ ଲଗାଇଥିଲେ। ମାମଲା ଏତେ ବଢିଗଲା ଯେ ଦମ୍ପତିଙ୍କୁ କ୍ଷମା ମାଗିବାକୁ ପଡିଲା। 

Advertisment

ପୂରା ମାମଲା କ’ଣ?

ରିପୋର୍ଟ ଅନୁଯାୟୀ, ବଡୋଦରାରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ‘ୟୁନାଇଟେଡ୍ ୱେ ଗରବା ଉତ୍ସବ’ର ଆୟୋଜନ ହୋଇଥିଲା। ଏହି ଇଭେଣ୍ଟରେ ବହୁ ସଂଖ୍ୟାରେ ଲୋକ ଭାଗ ନେଇଥିଲେ। ୨୬ ସେପ୍ଟେମ୍ବରରେ ପ୍ରତୀକ ପଟେଲ ଏବଂ ତାଙ୍କ ପତ୍ନୀ ମଧ୍ୟ ଏହି ଇଭେଣ୍ଟରେ ଯୋଗ ଦେବାକୁ ପହଞ୍ଚିଥିଲେ। ଏହାପରେ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଉଭୟେ ପରସ୍ପରକୁ କିସ୍ କରୁଥିବା ଦେଖାଯାଇଥିଲା । ଭିଡିଓଟି ଭାଇରାଲ ହେବା ମାତ୍ରେ ଲୋକମାନେ ଆପତ୍ତି ଉଠାଇବା ଆରମ୍ଭ କରିଥିଲେ ଏବଂ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ଏହାପରେ ଦମ୍ପତି ଅଟଲାଦରା ପୋଲିସ ଷ୍ଟେସନକୁ ଯାଇ ଲିଖିତ ଭାବେ କ୍ଷମା ମାଗିଥିଲେ ଏବଂ ପରଦିନ ଅଷ୍ଟ୍ରେଲିଆକୁ ଫେରିଯାଇଥିଲେ। 

 କ’ଣ ଲେଖିଛନ୍ତି ?

“ଆମେ ଭୁଲ୍ କରିଛୁ, ଆଗକୁ ଏପରି ଭୁଲ୍ ହେବ ନାହିଁ। ଆମେ ଏକ ଷ୍ଟେପ୍ କରୁଥିଲୁ, କିନ୍ତୁ ଗରବା ଗ୍ରାଉଣ୍ଡରେ ଏପରି ଷ୍ଟେପ୍ କରିବା ଉଚିତ ନୁହେଁ।”କ୍ଷମା ମାଗିବା ପରେ ଏନଆରଆଇ ଦମ୍ପତିଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ଦମ୍ପତିଙ୍କ ବିବାହକୁ ୧୬ ବର୍ଷ ହୋଇଛି ଏବଂ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। ସେମାନେ କିଛି ବର୍ଷ ହେଲା ଅଷ୍ଟ୍ରେଲିଆରେ ରହୁଛନ୍ତି ଏବଂ  ସେମାନଙ୍କ ନିକଟରେ ଅଷ୍ଟ୍ରେଲିଆର ନାଗରିକତା ରହିଛି। 

Advertisment

ପ୍ରତୀକଙ୍କ ପତ୍ନୀ ଗୁଜରାଟର ଆଣନ୍ଦର ବାସିନ୍ଦା ଏବଂ ଅଷ୍ଟ୍ରେଲିଆରେ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ପ୍ରତୀକ ମଞ୍ଜଲପୁରର ବାସିନ୍ଦା ଏବଂ ସେ ନିଜ ପରିବାରକୁ ଭେଟିବା ପାଇଁ ଭାରତ ଆସିଥିଲେ। ନବରାତ୍ରୀ ସମୟରେ ଭାଇରାଲ ହୋଇଥିବା ଆପତ୍ତିଜନକ ଭିଡିଓ ଉପରେ ଗୁଜରାଟର ଗୃହ ରାଜ୍ୟମନ୍ତ୍ରୀ ହର୍ଷ ସଂଘଭିଙ୍କ ମଧ୍ୟ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି ଯେ ଏପରି କୌଣସି କାର୍ଯ୍ୟକୁ ସହ୍ୟ କରାଯିବ ନାହିଁ। ସେ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଏପରି ଘଟଣା ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ