Advertisment

Power, Politics and Spotlight: ଯୁବ ଦିବସରେ ମୋକିମଙ୍କ ପାୱାର ସୋ', ବାପାଙ୍କ ସଭାରେ ମୁଖ୍ୟ ଆକର୍ଷଣ ଝିଅ ସୋଫିଆ

ଜାତୀୟ ଯୁବ ଦିବସରେ ଭୁବନେଶ୍ବରରେ ମହମ୍ମଦ ମୋକିମଙ୍କ ଶକ୍ତି ପ୍ରଦର୍ଶନ। ଓଡ଼ିଶା ଯୁବ ସମାବେଶ ନାଁରେ ପଡ଼ିଲା ନୂଆ ଦଳର ମୂଳଦୁଆ। ଆସିଲେନି ନିମନ୍ତ୍ରିତ ଅତିଥି। କଂଗ୍ରେସ ବିଧାୟିକା ତଥା ଝିଅ ସୋଫିଆ ମୁଖ୍ୟ ଅତିଥିଭାବେ ଯୋଗଦେଇ ବାପାଙ୍କୁ ପ୍ରଶଂସାରେ ପୋତି ପକାଇଲେ।

Md Moquim

Md Moquim Photograph: (OTV)

Advertisment

ଜାତୀୟ ଯୁବ ଦିବସରେ ଭୁବନେଶ୍ବରରେ ମହମ୍ମଦ ମୋକିମଙ୍କ ଶକ୍ତି ପ୍ରଦର୍ଶନ। ଓଡ଼ିଶା ଯୁବ ସମାବେଶ ନାଁରେ ପଡ଼ିଲା ନୂଆ ଦଳର ମୂଳଦୁଆ। ଆସିଲେନି ନିମନ୍ତ୍ରିତ ଅତିଥି। କଂଗ୍ରେସ ବିଧାୟିକା ତଥା ଝିଅ ସୋଫିଆ ମୁଖ୍ୟ ଅତିଥିଭାବେ ଯୋଗଦେଇ ବାପାଙ୍କୁ ପ୍ରଶଂସାରେ ପୋତି ପକାଇଲେ। କହିଲେ ବାପା ଦେଖିଥିବା ସ୍ବପ୍ନ କେବେ ବିଫଳ ହୁଏନା । ନୂଆ ଓଡ଼ିଶା ଗଢ଼ିବାପାଇଁ ଯୁବକଙ୍କ ଆବଶ୍ୟକତା ରହିଛି। ମୋକିମ କଟକ ସିଟି ଭିତରେ ସୀମିତ ବୋଲି ବିଜେଡି କହିଥିବା ବେଳେ ଭକ୍ତ କହିଛନ୍ତି ନୂଆ ଦଳ ଗଢ଼ିବାର ଅଧିକାର ସମସ୍ତଙ୍କର ଅଛି।......

Advertisment

ଯୁବ ଦିବସରେ ମହମ୍ମଦ ମୋକିମଙ୍କ ପାୱାର ସୋ। ନୂଆ ଆଞ୍ଚଳିକ ଦଳ ଗଠନ ପୂର୍ବରୁ ଭୁବନେଶ୍ବରରେ ଶକ୍ତି ପ୍ରଦର୍ଶନ। ଆଉ ବାପାଙ୍କ ସଭାରେ ମୁଖ୍ୟ ଆକର୍ଷଣ ସାଜିଲେ ଝିଅ ତଥା କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ଖୋଲାମଞ୍ଚରେ କଂଗ୍ରେସରୁ ବିତାଡିତ ବାପା ମୋକିମଙ୍କୁ ପ୍ରଶଂସାରେ ପୋତିଦେଇଥିଲେ ସୋଫିଆ। ବାପା ଗୋଟିଏ ମୁଦ୍ଦା ନେଇ ଆଗକୁ ବଢିଲେ କେହି ତାଙ୍କୁ ଅଟକାଇ ପାରିବେ ନାହିଁ ବୋଲି ସୋଫିଆ ଖୋଲାଖୋଲି ଆହ୍ବାନ ଦେଇଥିଲେ।

କାହାକୁ ନଡରି ବାପାଙ୍କ ଲଢେଇରେ ସାମିଲ ହୁଅ

କଂଗ୍ରେସକୁ ଆକ୍ଷେପକରି ସୋଫିଆ କହିଥିଲେ କାହାକୁ ନଡରି ବାପାଙ୍କ ଲଢେଇରେ ସମସ୍ତଙ୍କୁ ସାମିଲ ହେବାକୁ ପଡିବ। ଓଡିଶାକୁ ଗଢିବାକୁ ହେଲେ ଆମ ଯୁବବର୍ଗଙ୍କୁ ଏକ ହେବାକୁ ପଡିବ। ସେହିପରି ମୋକିମ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଓଡିଶା ଚାହୁଁଛି ଏକ ନୂଆ ବିକଳ୍ପ। ଏଥିପାଇଁ ସମସ୍ତଙ୍କୁ ଗଣ୍ଡିରୁ ବାହାରିବାକୁ ପଡି଼ବ। ଡିକ୍ସିନାରୀରେ ଅସମ୍ଭବ ବୋଲି କିଛି ନାହିଁ ବୋଲି କହିଛନ୍ତି ମୋକିମ । ତେଣେ କଂଗ୍ରେସରେ ଥାଇ ମୋକିମଙ୍କ ସଭାରେ ଯୋଗଦେଇଥିବାରୁ କିଛି ଅସୁବିଧା ହେବକି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ସୋଫିଆ କହିଥିଲେ କିଛି ହେବନି। 

Advertisment

ମୋକିମଙ୍କ ଓଡିଶା ୟୁଥ କନକ୍ଲେଭକୁ ନିମନ୍ତ୍ରିତ ଅତିଥିଭାବେ ଡକାଯାଇଥିବା ଅନ୍ୟ ଦୁଇ ପ୍ରମୁଖ ବିଧାୟକ ଧର୍ମଶାଳାର ହିମାଂଶୁ ସାହୁ ଏବଂ ପୁରୀର ସୁନିଲ ମହାନ୍ତି ଆସିନଥିଲେ। କେବଳ AISF ରାଜ୍ୟ ସଭାପତି ସଂଘମିତ୍ରା ଜେନା ଏଥିରେ ଯୋଗଦେଇଥିଲେ। ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀରେ ମୋକିମଙ୍କ ନୂଆ ରାଜନୈତିକ ଦଳର ମୂଳଦୁଆ ପଡିବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ଆଜି ଭୁବନେଶ୍ବରରେ ସ୍ପଷ୍ଟ ଭାବେ ବାରିହୋଇପଡିଥିଲା।

ରାଜ୍ୟର ବିକାଶ ପାଇଁ ଯୁବକମାନଙ୍କ ଆବଶ୍ୟକତା ଥିବା ମୋକିମ କହିବାପରେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । 

Advertisment

ସେପଟେ ମୋକିମଙ୍କ ଆଜିର ଶକ୍ତି ପ୍ରଦର୍ଶନକୁ ନେଇ ବରିଷ୍ଠ ରାଜନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ରାଜ୍ୟରେ ଏତେ ଦଳ ଥାଉ ଥାଉ ନୂଆ ଦଳ ଚିନ୍ତା କାହିଁକି ? ଏହା ରାଜ୍ୟର ତିନି ରାଜନୈତିକ ଦଳ ପାଇଁ ସତର୍କ ଘଣ୍ଟି ହୋଇପାରେ । ମୋକିମଙ୍କ ଯୁବ ସମାବେଶ ପରେ ତାଙ୍କର ଆଗାମୀ ରଣନୀତିକୁ ନେଇ ସମସ୍ତଙ୍କ ଅପେକ୍ଷା।... 



Md Moquim New Political Party
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ