Advertisment

Bhupinder Sounds Alarm: ଖଣ୍ଡ ଖଣ୍ଡ ହୋଇଯିବ କି ବିଜେଡି ? କାହିଁକି ଏମିତି କହିଲେ ଭୂପିନ୍ଦର

ସୁଜାତା ଆସିଲେ ଖଣ୍ଡ ଖଣ୍ଡ ହେବ ବିଜେଡି ! ପାଣ୍ଡିଆନ୍ ଆସିଲେ ସରକାର ଗଲା । ସୁଜାତା ଆସିଲେ ଭାଙ୍ଗିବ ଦଳ । ନାଁ ନନେଇ, ଖୋଲାଖୋଲି ପାଣ୍ଡିଆନ ଦମ୍ପତିଙ୍କ କଥା ନକହି ପରୋକ୍ଷରେ ବିଜେଡି ଶିବିରକୁ ବୋମା ଫିଙ୍ଗିଛନ୍ତି ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂ ।

BJD

BJD Photograph: (OTV)

Advertisment

ଶଙ୍ଖ ପାଇଁ ସୁଜାତା ବିପଦ ! ସୁଜାତା ଆସିଲେ ଖଣ୍ଡ ଖଣ୍ଡ ହେବ ବିଜେଡି ! ପାଣ୍ଡିଆନ୍ ଆସିଲେ ସରକାର ଗଲା । ସୁଜାତା ଆସିଲେ ଭାଙ୍ଗିବ ଦଳ । ନାଁ ନନେଇ, ଖୋଲାଖୋଲି ପାଣ୍ଡିଆନ ଦମ୍ପତିଙ୍କ କଥା ନକହି ପରୋକ୍ଷରେ ବିଜେଡି ଶିବିରକୁ ବୋମା ଫିଙ୍ଗିଛନ୍ତି ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂ ।

Advertisment

ଗତକାଲି ପ୍ରମିଳା, ସୁବାସ ଏବଂ ପ୍ରଦୀପଙ୍କ ସୁଜାତାଙ୍କ ଏଣ୍ଟ୍ରୀକୁ ନେଇ ଗଣମାଧ୍ୟମରେ ମତ ଦେବାପରେ ଏବେ ଭୂପିନ୍ଦର କାଢ଼ିଛନ୍ତି ଅଦୃଶ୍ୟ ଅସ୍ତ୍ର । ପ୍ରତିଷ୍ଠା ଦିବସର ମାତ୍ର ଗୋଟିଏ ଦିନ ପୁର୍ବରୁ ବିସ୍ଫୋରକ ବୟାନ ଦେଇ ବିଜେଡି ସୁପ୍ରିମୋ ନବୀନଙ୍କୁ ଯେମିତି ଅକଳରେ ପକାଇଛନ୍ତି । ଆଉ ନବୀନଙ୍କ ନିଷ୍ପତ୍ତିକୁ ବଦଳାଇବାକୁ ବାଧ୍ୟ କରିଛନ୍ତି । 

ବିଜେଡିର ଭବିଷ୍ୟତ ଅନ୍ଧାର ଯଦି... 

ପ୍ରତିଷ୍ଠା ଦିବସରେ ସୁଜାତାଙ୍କ ବିଜେଡି ଏଣ୍ଟ୍ରି ଚର୍ଚ୍ଚାକୁ ନେଇ ଗଣମାଧ୍ୟମ ପ୍ରତିନିଧି ଭୂପିନ୍ଦରଙ୍କୁ ପ୍ରଶ୍ନ କରିଥିଲେ । ଏହାର ଜବାବରେ ନାଁ ନନେଇ ଭୂପିନ୍ଦର ସୁଜାତାଙ୍କୁ ନିଶାନା କରିଛନ୍ତି । ନୂଆ ଲୋକ ଆସିଲେ ବିଜେଡି ଭାଙ୍ଗିଯିବ ବୋଲି ଖୋଲାଖୋଲି କହିଛନ୍ତି । ତା’ ସହ କର୍ମୀ ଓ ନେତାଙ୍କୁ ଚେତାଇ ଦେଇ କହିଛନ୍ତି, ନବୀନଙ୍କ ବ୍ୟତୀତ ଅନ୍ୟ କେହି ଦଳ କଥା ବୁଝିଲେ ବିଜେଡିର ଭବିଷ୍ୟତ ଅନ୍ଧାର । 

Advertisment

ସେପଟେ ଭୂପିନ୍ଦରଙ୍କ ଏହି ବୟାନ ଉପରେ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, ଭୂପିନ୍ଦର ବାବୁ ସବୁବେଳେ ମିଡିଆରେ କହୁଛନ୍ତି । ଯଦି ଦଳ ପରିଚାଳନା ୩, ୪ ଜଣ କରୁଛନ୍ତି ତେବେ ନିର୍ଦ୍ଦିଷ୍ଟ ଭାବେ ସଠିକ ଫୋରମରେ କୁହନ୍ତୁ । ଦଳ ସଂଗଠିତ ଅଛି, ସମସ୍ତଙ୍କୁ ନେଇ ଚାଲିଛି । 

ଗତକାଲି ସମାନ ପ୍ରସଙ୍ଗରେ ମୁହଁ ଖୋଲିଥିଲେ ବିଜେଡି ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଟକ ମେୟର ସୁବାସ ସିଂ ଏବଂ ବିଜେଡି ବିଧାୟକ ପ୍ରଦୀପ ସାହୁ । ପୂର୍ବରୁ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏବଂ ସମ୍ବିତ ରାତରାୟ ମଧ୍ୟ ସୁଜାତାଙ୍କ ଏଣ୍ଟ୍ରୀ ଉପରେ ପ୍ରଶ୍ନ ଛିଡ଼ା କରିଥିଲେ । ତେବେ ଆସନ୍ତାକାଲି ବିଜେଡି ପ୍ରତିଷ୍ଠା ଦିବସ ଥିବାରୁ ନବୀନ କି ନିଷ୍ପତ୍ତି ନେଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି । 

Advertisment

BJD Sujata Kartikeyan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ