Advertisment

BJD Turmoil in Supremo’s Bastion: କାହିଁକି ସୁପ୍ରିମୋଙ୍କ ଗଡ଼ରେ ଅସଜଡ଼ା ବିଜେଡି ? ଗଞ୍ଜାମ ଗୁମର ଖୋଲିଲେ ଲତିକା ପ୍ରଧାନ

ଭୟ ନାହିଁ କି ଭକ୍ତି ନାହିଁ। ଗଞ୍ଜାମ ଗୁମର ଖୋଲି ଅପ୍ରିୟ ସତ କହିଲେ ବିଜେଡି ନେତ୍ରୀ ଲତିକା ପ୍ରଧାନ। ତାସ ଘର ପରି ଗଞ୍ଜାମ ସଂଗଠନ ଭୁଶୁଡୁଥିବା ଦେଖି ନବୀନଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଲତିକା।

Latika Pradhan

Latika Pradhan Photograph: (OTV)

Advertisment

ଭୟ ନାହିଁ କି ଭକ୍ତି ନାହିଁ। ଗଞ୍ଜାମ ଗୁମର ଖୋଲି ଅପ୍ରିୟ ସତ କହିଲେ ବିଜେଡି ନେତ୍ରୀ ଲତିକା ପ୍ରଧାନ। ତାସ ଘର ପରି ଗଞ୍ଜାମ ସଂଗଠନ ଭୁଶୁଡୁଥିବା ଦେଖି ନବୀନଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଲତିକା। ଏହାସହ ଗଞ୍ଜାମ ନେତାଙ୍କୁ ଜିଲ୍ଲାରେ ଅଣଦେଖା କରାଯାଉଥିବାରୁ ଦଳର ସଂଗଠନ ମାଟି କାମୁଡୁଥିବା କହିଛନ୍ତି। ଲତିକାଙ୍କ ଏହି ବୟାନ ଏବେ ଗଞ୍ଜାମ ବିଜେଡିରେ ବଡ ହଲଚଲ୍ ସୃଷ୍ଟି କରିଛି।...

Advertisment

ସୁପ୍ରିମୋଙ୍କ ଜିଲ୍ଲାରେ ଅସଜଡା ବିଜେଡି। ଦୁର୍ବଳ ହେଉଛି ସଂଗଠନ, ନବୀନ ଦେଉନାହାନ୍ତି ସମୟ। ପୂର୍ବତନ ବିଧାୟିକା ଲତିକା ପ୍ରଧାନ କଲେ ବିସ୍ଫୋରଣ। ଖୋଲିଲେ ଗଞ୍ଜାମ ଗୁମର। ଭୟ କି ଭକ୍ତି ନାହିଁ ଏବେ ସିଧା ସିଧା ଅପ୍ରିୟ ସତ। ଗଞ୍ଜାମ ନେତାଙ୍କୁ ଦାୟିତ୍ବ ଦେବା ଫଳରେ ଗଞ୍ଜାମ ଜିଲ୍ଲାର ସଂଗଠନ ଦିନକୁ ଦିନ ଦୁର୍ବଳ ହୋଇଯାଉଛି। ଜିଲ୍ଲା ନେତାଙ୍କୁ ଅଣଦେଖା ଫଳରେ ସଂଗଠନ ସ୍ଥିତି ବିଗୁଡୁଛି। ପାତର ଅନ୍ତର ନୀତି ପାଇଁ ଗଞ୍ଜାମ ସଂଗଠନ ରସାତଳଗାମୀ ହେଉଛି।

ମାନସ ମଙ୍ଗରାଜଙ୍କୁ ନିଶାନା

ଏବାବଦରେ ଦଳପତିଙ୍କୁ ଅବଗତ କରିଥିଲେ ବି କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ଲତିକା।ଖାଲି ସେତିକି ନୁହେଁ ନିର୍ବାଚନ ସମୟରେ ଗଞ୍ଜାମ ଦାୟିତ୍ବରେ ଥିବା ସାଂସଦ ମାନସ ମଙ୍ଗରାଜଙ୍କୁ ବି ଟାର୍ଗେଟ କରିଛନ୍ତି। ଜିଲ୍ଲାର ୧୦ଟି ନିଶ୍ଚିତ ବିଜୟ ସିଟ୍ ରେ ଜାଣିଶୁଣି ଦଳକୁ ହରାଇଦିଆଗଲା କହିଛନ୍ତି ଲତିକା। ଯେଉଁଥିପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇପାରିଲେ ନାହିଁ। 

Advertisment

ଯେଉଁ ନେତା ସ୍ବର ଉତ୍ତୋଳନ କରୁଛନ୍ତି, ସେମାନଙ୍କ ସ୍ବର କୁ ଦବେଇ ଦିଆନଯାଉ। ସ୍ବରକୁ ଶୁଣି ସମାଧାନ କରାଯାଉ। ସେହିପରି ଦଳ ପରିଚାଳନା ପାଇଁ ଗୋଟିଏ ଟିମ୍ର ଆବଶ୍ୟକତା ରହିଛି ବୋଲି ଲତିକା କହିଛନ୍ତି। ଗଞ୍ଜାମ ସଂଗଠନ ସୁଧାରିବାକୁ ସଭାପତି ସ୍ବତନ୍ତ୍ର ବୈଠକ ଡାକିବାକୁ ସେ ଅନୁରୋଧ କରିଛନ୍ତି। ତେବେ ଲତିକାଙ୍କ ଅଭିଯୋଗକୁ ନେଇ ମାନସ ମଙ୍ଗରାଜଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।..
 

ଓକିଲ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାର ଅନ୍ୟତମ ଅଭିଯୁକ୍ତ ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡା ଏବେ ଜେଲରେ ଅଛନ୍ତି। ଗଞ୍ଜାମ ଜିଲ୍ଲାର ୧୩ ନିର୍ବାଚନ ମଣ୍ଡଳୀରୁ କେବଳ ନବୀନଙ୍କ ହିଞ୍ଜିଳିକୁ ଛାଡିଦେଲେ ଅନ୍ୟ ସବୁଠି ବିଜେଡି ମୁହଁ ମାଡି ପଡିଛି। ଏବେ ଜିଲ୍ଲା ମୁରବୀ ଶୂନ୍ୟ ହୋଇ ପଡିଥିବାବେଳେ ନବୀନଙ୍କ ପ୍ରତ୍ୟକ୍ଷ ଅନୁଧ୍ୟାନର ଅଭାବରୁ ଜିଲ୍ଲା ସଂଗଠନ ଭୁଶୁଡିଲାଣି। ଯାହାକି ଦଳକୁ ଆଗକୁ ବଡ କ୍ଷତିରେ ପକାଇବ ବୋଲି ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ।… 

Advertisment

ବିଜେଡିରେ ଏବେ ଜଣକ ପରେ ଜଣେ ନେତା ଦଳ ବିରୋଧରେ ବର୍ଷୁଛନ୍ତି। ଏବେ ଦେଖିବାର କଥା ହେଉଛି ଅପ୍ରିୟ ସତ କହୁଥିବା ନେତାଙ୍କୁ ଶୁଣି ନବୀନ କେତେଶୀଘ୍ର ପଦକ୍ଷେପ ନେଉଛନ୍ତି।



Naveen Patnaik BJD Latika Pradhan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ