Shreemayee Photograph: (OTV)
୨୪ ନିର୍ବାଚନରେ ଲୋକସଭାରେ କାହିଁକି ଶୂନ ହୋଇଗଲା ବିଜେଡି ? ୟା ପଛରେ ବଡ଼ ଷଡଯନ୍ତ୍ର ଥିଓରୀକୁ ସାମ୍ନାକୁ ଆଣିଛନ୍ତି ଶ୍ରୀମୟୀ। ଓଟିଭି ଖୋଲାକଥାରେ କହିଛନ୍ତି- ନିର୍ବାଚନ ପୂର୍ବରୁ ପାଣ୍ଡିଆନ ଦିଲ୍ଲୀରୁ ସର୍ଭେ ରିପୋର୍ଟ ଧରି ଫେରିଥିଲେ, ଯେଉଁଥିରେ ସବୁ ଆସନ ଜିତିବୁ ବୋଲି ଦମ୍ଭ ଦେଖାଉଥିଲେ, ହେଲେ ଗୋଟ ବି ଆସନ ଦଳ ଜିତି ପାରିଲାନି। ତେଣୁ ସିଏ କେଉଁ ପ୍ରକାର ସର୍ଭେ ଥିଲା ବୋଲି ପ୍ରଶ୍ନ ଉଠାଇବା ସହ ଓଟିଭି ଖୋଲା କଥାରେ ଗତ ଅକ୍ଟୋବରରେ ଶଙ୍ଖ ଭବନ ଗଣ୍ଡଗୋଳର ବି ପୋଲ ଖୋଲିଛନ୍ତି ଶ୍ରୀମୟୀ ।
2024 ଲୋକସଭା ନିର୍ବାଚନରେ ବିଜେଡି ଶୂନ୍ ହୋଇଯିବା ପଛରେ ଥିଲା ପାଣ୍ଡିଆନଙ୍କ ଦିଲ୍ଲୀ ଚକ୍ରାନ୍ତ। କଣ ସେ ଚକ୍ରାନ୍ତ ? ପାଣ୍ଡିଆନ କରିଥିଲେ କେଉଁ ସର୍ଭେ ? ଖୋଲା କଥାରେ ଶ୍ରୀମୟୀ ଖୋଲିଦେଲେ ଏହାର ପୋଲ୍। ଯାହା ଏବେ ଖାଲି ବିଜେଡିରେ ନୁହେଁ ରାଜ୍ୟ ରାଜନୀତିରେ ବି ପାଲଟିଛି ଚର୍ଚ୍ଚାର ବିଷୟ। ଲୋକସଭାରେ କାହିଁକି ଶୂନ ହେଇଗଲା ବିଜେଡି ?
ନିର୍ବାଚନର ୧୫ ମାସ ପରେ କାହିଁକି ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତ ନେଇ ଶଙ୍କା ପ୍ରକାଶ କଲେ ଶ୍ରୀମୟୀ ? ଏ ଶଙ୍କା ପଛରେ ଅଛି କେତେ ସତ୍ୟତା ? ଯଦିଓ ଏ ପ୍ରଶ୍ନ ଏବେ କେହି ଉଠାଇ ପାରୁନାହାନ୍ତି, ହେଲେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଶ୍ରମୟୀ କହିଛନ୍ତି- ସେତେବେଳେ ସେ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଭାବେ କସରତ ଆରମ୍ଭ କରି ଦେଇଥିବାବେଳେ ମାର୍ଚ୍ଚ ୮ରେ ଦିଲ୍ଲୀ ଗସ୍ତରୁ ଫେରି ହଠାତ୍ ପାଣ୍ଡିଆନ୍ ତାଙ୍କୁ- ତୁମ ସର୍ଭେ ରିପୋର୍ଟ ଖରାପ ଅଛି ବୋଲି କହିଥିଲେ। ତେଣୁ ସେ ଏମିତି କି ସର୍ଭେ କରିଥିଲେ ଯେ ବିଜେଡିରୁ ଜଣେ ବି ଜିତିପାରିଲେନି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଶ୍ରୀମୟୀ।...
କେବଳ ସେତିକି ନୁହେଁ ଓଟିଭି ଖୋଲାକଥାରେ ଗତବର୍ଷ ଅକ୍ଟୋବରରେ ଶଙ୍ଖ ଭବନ ଗଣ୍ଡଗୋଳର ବି ଗୁମର ଖୋଲିଛନ୍ତି ଶ୍ରୀମୟୀ। ସମୀକ୍ଷା ବୈଠକ ବେଳେ କାହିଁକି ବିଧାୟକ ପ୍ରଦୀପ ସାହୁଙ୍କ କଲର ଧରିଥିଲେ ଶ୍ରୀମୟୀ ? ସ୍ପଷ୍ଟ ଭାବେ ଶ୍ରୀମୟୀ କହିଛନ୍ତି ସେ ବୈଠକରେ ବେଗୁନିଆ-ବୋଲଗଡ଼ ବିଧାୟକ ତାଙ୍କ ପ୍ରତି ଖରାପ ଏବଂ ଅପଶବ୍ଦ ବ୍ୟବହାର କରିଥିଲେ।
ସେତେବେଳେ ଦେବୀ ମିଶ୍ର, ରାଜେନ୍ଦ୍ର ସାହୁ ଓ ବିଭୂତି ବଳବନ୍ତରାୟଙ୍କ ଭଳି ପ୍ରମୁଖ ନେତା ଉପସ୍ଥିତ ଥିଲେ ବି ସମସ୍ତେ ଚୁପ୍ ରହିଥିଲେ। ତେଣୁ ଆତ୍ମସୁରକ୍ଷା ପାଇଁ ସେ ବିଧାୟକଙ୍କ କଲର୍ ଧରିଥିଲି ବୋଲି କହିଛନ୍ତି ଶ୍ରୀମୟୀ। ତାସହ ଚାଲେଞ୍ଜ ଦେଇ କହିଛନ୍ତି-ତାଙ୍କ ବିରୋଧରେ ଯେଉଁ ଭିଡ଼ିଓ ଅଛି ବୋଲି କହୁଛନ୍ତି- ତାକୁ ସାମ୍ନାକୁ ଆଣନ୍ତୁ। ଅନ୍ୟପଟେ ଘଟଣାକୁ ନେଇ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ପ୍ରତିକ୍ରିୟା ରଖି କହିଛନ୍ତି-କେବଳ ଗଣମାଧ୍ୟମରେ ମାଇଲେଜ ନେବାକୁ ଶ୍ରୀମୟୀ ଏମିତି କହୁଛନ୍ତି।
ତେଣେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର କହିଛନ୍ତି- ଏବେ କିଛି କହିବିନି।...
ବିଜେଡିରେ ରହି ସୋସିଆଲ ମିଡିଆରେ ତେରେଚ୍ଛା ବାଣ ମାରି ଦଳରୁ ବାହାରିବା ପରେ ଏବେ ସିଧା ଗଣମାଧ୍ୟମ ଆଗରେ ରାଗ ଓ ଅଭିମାନ ଝାଡୁଛନ୍ତି ଶ୍ରୀମୟୀ ମିଶ୍ର। କେବଳ ପାଣ୍ଡିଆନ୍ ନୁହଁନ୍ତି ନବୀନଙ୍କୁ ବି ପରୋକ୍ଷରେ ମାରୁଛନ୍ତି ବାକ୍ୟ ତୀର।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/10/shreemayee-2025-10-10-20-55-52.jpg)