Suspend Photograph: (OTV)
ଦୁଇ ବିଧାୟକଙ୍କୁ ବିଜେଡିରୁ ବହିଷ୍କାର ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଓ ବିଧାୟକ ଗଣେଶ୍ବର ବେହେରା । ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ସସ୍ପେଣ୍ଡ ନେଇ ରଖିଛନ୍ତି ପ୍ରତିକ୍ରିୟା । ଦଳକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି ଦିବ୍ୟଶଙ୍କର ମିଶ୍ର ।
ଯିଏ ବି ପାର୍ଟି ବିରୋଧରେ ଷଡ଼ଯନ୍ତ୍ର କରିବ, ପାର୍ଟିକୁ ଦୁର୍ବଳ କରିବାକୁ ଚାହିଁବ । ତା ବିରୋଧରେ କଠୋର ପଦକ୍ଷେପ ହେବ । ଭାବି ଚିନ୍ତି ପାର୍ଟିର ନେତା ନିଷ୍ପତ୍ତି ନିଅନ୍ତି ବୋଲି କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କହିଥିଲେ ।
ସେମାନଙ୍କ କାର୍ଯ୍ୟକଳାପ ଦଳ ବିରୋଧୀ ଥିବାରୁ ପଦକ୍ଷେପ ନିଆଯାଇଥିବା କହିଛନ୍ତି ଗଣେଶ୍ବର ବେହେରା । ସେ ପୁଣି ମଧ୍ୟ କହିଛନ୍ତି ଯେ, ସଭାପତିଙ୍କ ପାଖରେ ଏନେଇ କିଛି ଗୁଇନ୍ଦା ତଥ୍ୟ ଥାଇପାରେ । ତେବେ ନିର୍ଦ୍ଦିଷ୍ଟ ଭାବେ କଣ ଅଭିଯୋଗ ରହିଛି ବୋଲି ପଚରାଯିବାରୁ ସେ କହିଥିଲେ ଯେ ଦଳ ସଭାପତିଙ୍କ ପାଥରେ କିଛି ତଥ୍ୟ ଥିବ । ସେ କହିଥିଲେ, ମୁଁ ଅନେକଙ୍କ ଭିତରେ ଜଣେ । ମୁଁ ଏ ବିଷୟରେ କିଛି ଜାଣିନାହିଁ ।
୨ ବିଧାୟକଙ୍କୁ ନିଲମ୍ବନ ସ୍ବାଗତଯୋଗ୍ୟ କହିଥିଲେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ସେ କହିଥିଲେ, ଦୁର୍ନୀତିଗ୍ରସ୍ତ ଓ ବିଶ୍ବାସଘାତକଙ୍କୁ ଦଳରେ ସ୍ଥାନ ନାହିଁ । ବିଜେଡି ଶୃଙ୍ଖଳିତ ଦଳ, କମ୍ପରମାଇଜ୍ ପ୍ରଶ୍ନ ଉଠୁ ନାହିଁ ।
କୌଣସି ମେଳିକୁ ଯାଇନି
ତେବେ ବିଧାୟକ ଅରବିନ୍ଦ ମହାପାତ୍ର ଏ ସଂପର୍କରେ କହିଛନ୍ତି ଯେ, ମୁଁ କେବେ ଦଳବିରୋଧୀ କାର୍ଯ୍ୟ କରିନାହିଁ । ଏହା ମୋତେ ଆଶ୍ଚର୍ଯ୍ୟ କରିଛି । ମୁଁ କିଛି ଜାଣିନାହିଁ । ଏ ବିଷୟରେ ମୁଁ ଆଲୋଚନା କରିବି ବୋଲି ସେ କହିଛନ୍ତି । ନିଜ ଏରିଆରେ କାମ କରୁଛି । ବାପା ବିଜୟ ମହାପାତ୍ର ମୋ କାମରେ କେବେ ମୁଣ୍ଡ ଖେଳାନ୍ତିନି ବୋଲି ସେ କହିଛନ୍ତି । ସେ କୌଣସି ମେଳିକୁ ଯାଇନଥିବା କହିଛନ୍ତି ।
ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ କହିଛନ୍ତି ଯେ, ମୁଁ ଏବେ କେନ୍ଦ୍ରାପଡାରେ ଅଛି । ଏ ବିଷୟରେ କିଛି ଜାଣିନାହିଁ । ଅରବିନ୍ଦ ତା କାମ କରେ । ସେ ଅଧିକ କିଛି ପ୍ରତିକ୍ରିୟା ଦେବାକୁ ସେ ମନା କରିଦେଇଛନ୍ତି । ସେହିଭଳି ବିଧାୟକ ସନାତନ ମହାକୁଡ ମଧ୍ୟ କହିଛନ୍ତି ଯେ ମୁଁ କିଛି ଦଳବିରୋଧୀ କାର୍ଯ୍ୟ କରିନାହିଁ । ମୁଁ ମୋ ମୋ ଜିଲ୍ଲାର ବିକାଶ ନେଇ କହିଥିଲି । ତେବେ ଏ ବିଷଯରେ ଦଳର କାହା ସହ ଆଉ କଥା ହେବିନାହିଁ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/15/suspend-2026-01-15-21-03-54.jpg)