ASHOK-PANDA Photograph: (OTV)
ରାଜ୍ୟସଭା ନିର୍ବାଚନକୁ ନେଇ ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡାଙ୍କ ବଡ଼ ବୟାନ । କେଉଁ ଭଳି ନେତା ବିଜେଡିରୁ ରାଜ୍ୟସଭା ପ୍ରାର୍ଥୀ ହେଲେ ଭଲ ହେବ କହିଲେ ଅଶୋକ । ରାଜ୍ୟସଭା ପ୍ରାର୍ଥୀ ନେଇ ପରୋକ୍ଷରେ ପୁରୁଖା ନେତାଙ୍କୁ ଦେଲେ ସମର୍ଥନ ।
ସାଂଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ ଥିବା ନେତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ପାଇଁ ବିଚାର କଲେ ଭଲ ହେବ । ସବୁଠୁ ବଡ଼ ହେଲା ଦଳ ଆଉ ଦଳ ସଭାପତି । ଏସବୁକୁ ସଭାପତି ବିଚାରକୁ ନେଲେ ଭଲ ହେବ ବୋଲି ସେ କହିଛନ୍ତି ।
କେଉଁ ପାରାମିଟରରେ କିଏ ଆସୁଛି ?
ଏହି ଚିନ୍ତା ବିଭିନ୍ନ ଫୋରମରେ ହେଉଥିବ । କେଉଁ ପାରାମିଟରରେ କିଏ ଆସୁଛି ସଭାପତି ଚିନ୍ତା କରୁଥିବେ । ଆମେ ଅପେକ୍ଷା କରିବା । ଜାତୀୟ ସ୍ତରରେ ଆଞ୍ଚଳିକ ଦଳ ବି ପୁରୁଖା ନେତାଙ୍କୁ ପ୍ରାଧାନ୍ୟ ଦିଅନ୍ତି । ଆମେ ବି ଦେଲେ ଭଲ । ଏହା କହିଛନ୍ତି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/14/ashok-panda-2026-02-14-17-44-50.jpg)