AU Singhdeo Photograph: (OTV)
ନବୀନ ନିବାସରେ ବଡ଼ ହଲ ଚଲ। ନବୀନ ନିବାସରେ ପହଞ୍ଚିଲେ ଅନଙ୍ଗ ଉଦୟ ସିଂ ଦେଓ। ଦୀର୍ଘଦିନ ପରେ ଏକାଠି ହେଲେ ଦୁଇ ବନ୍ଧୁ। ନବୀନ ପଟ୍ଟନାୟକ ଓ ଅନଙ୍ଗ ଉଦୟ ସିଂ ଦେଓଙ୍କ ଭେଟଘାଟ। ଦଳ ପରାଜୟ ପରେ ନବୀନ ନିବାସ ବିଶେଷ ଆସୁ ନଥିଲେ ଅନଙ୍ଗ।
ଦୁଇ ଜଣଯାକ କଲେଜ ବେଳର ସାଙ୍ଗ । ନବୀନ ପଟ୍ଟନାୟକ ଓଡ଼ିଶା ଆସି ରାଜନୀତିରେ ଯୋଗଦେବା ପରେ ଦୁଇଜଣଙ୍କ ମଧ୍ୟରେ ଘନିଷ୍ଠତା ଥିଲା । ଏପରିକି ନବୀନଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିଲେ ଅନଙ୍ଗ । ତେବେ ପରିବର୍ତ୍ତିତ ପରିସ୍ଥିତିରେ ଅନଙ୍ଗଙ୍କୁ ଆଉ ବିଜେଡିରେ ଗୁରୁତ୍ୱ ଦିଆଗଲା ନାହିଁ । ଏପରିକି ବଲାଙ୍ଗୀର ରାଜନୀତିରେ ମଧ୍ୟ ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୁଏ ।
ତେଣୁ ନବୀନ ନିବାସ ପ୍ରାୟତଃ ଆସୁନଥିଲେ । କିନ୍ତୁ ଆଜି ନବୀନ ନିବାସ ଯାଇ ତାଙ୍କ ବନ୍ଧୁଙ୍କୁ ସାକ୍ଷାତ କରିଛନ୍ତି । ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ ତାଙ୍କର ଏହି ସାକ୍ଷାତ ଆଲୋଚନାକୁ ରାଜନୈତିକ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି ।
ରାଜ୍ୟସଭା ନିର୍ବାଚନ ନେଇ ହୋଇଥାଇପାରେ ଆଲୋଚନା। ନବୀନଙ୍କ ରାଜନୈତିକ ପରାମର୍ଶଦାତା ସଂତୃପ୍ତ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ସେପଟେ ଆଜି ଅନ୍ୟ କିଛି ବରିଷ୍ଠ ନେତା ମଧ୍ୟ ନବୀନ ନିବାସ ଯାଇଥିଲେ। ପିଏସି ସଦସ୍ୟ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ଅନନ୍ତ ନାରାୟଣ ଜେନା ଆଜି ନବୀନ ନିବାସ ଯାଇଥିଲେ। ...
ନବୀନ ନିବାସରେ ବଡ଼ ହଲ ଚଲ
ନବୀନ ନିବାସ ଗଲେ ଅନଙ୍ଗ ଉଦୟ ସିଂ ଦେଓ
ରାଜ୍ୟସଭା ନିର୍ବାଚନ ନେଇ ହୋଇଥାଇପାରେ ଆଲୋଚନା
ନବୀନ ନିବାସରେ ବରିଷ୍ଠ ନେତାଙ୍କ ବୈଠକ
ନବୀନ ନିବାସ ଯାଇଥିଲେ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଜେନା
ସଞ୍ଜୟ ଦାସବର୍ମା, ଅନନ୍ତ ଜେନା ନବୀନ ନିବାସ ଗଲେ
ଉପସ୍ଥିତ ଥିଲେ ସଂତୃପ୍ତ ମିଶ୍ର ଓ ପ୍ରଣବ ପ୍ରକାଶ ଦାସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/23/au-singhdeo-2026-01-23-14-26-14.jpg)