Advertisment

Voting Underway for BMC: କିଏ ମାରିବ ବାଜି, କାହାର ହେବ BMC?

ମୁମ୍ବାଇର ବୃହନମୁମ୍ବାଇ କର୍ପୋରେସନ କାହା ହାତକୁ ଯାଉଛି, ତା ଉପରେ ରହିଛି ସମସ୍ତଙ୍କ ନଜର। କେବଳ ମୁମ୍ବାଇ ନୁହେଁ ପୁନେ ଓ ଥାନେ ଉପରେ ବି ସମସ୍ତଙ୍କ ନଜର । ଏହି କର୍ପୋରେସନ ନିର୍ବାଚନ ରାଜ୍ୟର ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବ ।

MUMBAI ELECTION

MUMBAI ELECTION Photograph: (OTV)

Advertisment

ଆଜି ମୁମ୍ବାଇ ମହାନଗର ନିଗମ ସମେତ ୨୯ଟି ପୌର ସଂସ୍ଥା ପାଇଁ ମତଦାନ। ମହାରାଷ୍ଟ୍ରର ୨୯ଟି ନଗର ନିଗମ ପାଇଁ ଆଜି ଚାଲିଛି ଭୋଟ୍ ଗ୍ରହଣ। ୩୨ ଜିଲ୍ଲା କାଉନସିଲ ଓ ୩୩୬ ପଞ୍ଚାୟତ ସମିତିରେ ମଧ୍ୟ ହେଉଛି ଭୋଟ ହେବ ।

Advertisment

ମୁମ୍ବାଇର ବୃହନମୁମ୍ବାଇ କର୍ପୋରେସନ କାହା ହାତକୁ ଯାଉଛି, ତା ଉପରେ ରହିଛି ସମସ୍ତଙ୍କ ନଜର। କେବଳ ମୁମ୍ବାଇ ନୁହେଁ ପୁନେ ଓ ଥାନେ ଉପରେ ବି ସମସ୍ତଙ୍କ ନଜର । ଏହି କର୍ପୋରେସନ ନିର୍ବାଚନ ରାଜ୍ୟର ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବ ।

ଏହି ନିର୍ବାଚନ ଫଳାଫଳରୁ ଲୋକଙ୍କ ମନୋଭାବ ସ୍ପଷ୍ଟ ହୋଇଯିବ । ବୃହନମୁମ୍ବାଇ କର୍ପୋରେନ ଦେଶର ସବୁଠୁ ବଡ଼ ଓ ଧନୀ କର୍ପୋରେସନ । ଏମିତିକି BMCର ବାର୍ଷିକ ବଜେଟ ଦେଶର କେତେକ ଛୋଟ ରାଜ୍ୟ ଠାରୁ ମଧ୍ୟ ଅଧିକ ।

Advertisment

ବିଜେପି ଏଥର BMC ଦଖଲ କରି ନିଜ ଦବଦବା ଦେଖାଇବାକୁ ଉଦ୍ୟମ କରିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ବିଜେପି ଓ ଶିବସେନା ମେଣ୍ଟ ଯଦି ବିଏମସି ଦଖଲ କରେ ତେବେ ମହାୟୁତିରୁ କିଏ ମେୟର ହେବେ ତାକୁ ନେଇ ମଧ୍ୟ ଏବେଠୁ ଅଙ୍କକଷା ଆରମ୍ଭ ହେଲାଣି।

ସେପଟେ ମହା ବିକାଶ ଅଘାଡି ମଧ୍ୟ ଶାସକ ଦଳକୁ ଟକ୍କର ଦେବାକୁ ପୁରା ପ୍ରସ୍ତୁତ କରିଛି । କାରଣ ଏହି ନିର୍ବାଚନ ମହାରାଷ୍ଟ୍ର ପାଇଁ ଓ ସମସ୍ତ ରାଜନୈତିକ ଦଳ ପାଇଁ ନିର୍ଣ୍ଣାୟକ ହେବ । 

Advertisment
Mumbai Election Active Politics Municipal Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ