Advertisment

Voter Tsunami in Nuapada: ଉପନିର୍ବାଚନ ରେକର୍ଡ ଭାଙ୍ଗିଲା ନୂଆପଡ଼ା , ସର୍ବାଧିକ ୮୩%ରୁ ଅଧିକ ମତଦାନ

ସବୁଠୁ ବଡ଼ କଥା ହେଲା ରେକର୍ଡ ସଂଖ୍ୟକ ମତଦାନ ଭିତରେ ନୂଆପଡାରେ ନିର୍ଣ୍ଣାୟକ ହେଇପାରେ ମହିଳା ଭୋଟ । ଏଥର ପୁରୁଷଙ୍କ ତୁଳନାରେ ଅଧିକ ସଂଖ୍ୟାରେ ମହିଳା ଭୋଟ୍ ଦେଇଛନ୍ତି । ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ,  ୧ ଲକ୍ଷ ୮ ହଜାରରୁ ଅଧିକ ମହିଳା ମତଦାନ କରିଛନ୍ତି ।

NUAPADA-RECORD

NUAPADA-RECORD Photograph: (OTV)

Advertisment

ନୂଆପଡ଼ାରେ ନୂଆ ରେକର୍ଡ। ରାଜ୍ୟର ସବୁ ଉପ ନିର୍ବାଚନକୁ ପଛରେ ପକାଇଲା ଏଥରର ବାଇ ଇଲେକସନ୍। ନୂଆପଡ଼ାରେ ସର୍ବାଧିକ ୮୩ ପ୍ରତିଶତରୁ ଅଧିକ ହେଲା ମତଦାନ। ଆଉ ଏହି ରେକର୍ଡ ମତଦାନକୁ ନେଇ ଉତ୍ସାହିତ ରାଜନୈତିକ ଦଳ। ବୁଥ ବାହୁଡା଼ ମତକୁ ନେଇ ଆରମ୍ଭ କରିଦେଇଛନ୍ତି ଅଙ୍କକଷା । ନୂଆପଡ଼ାରେ ବିଜୟ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ୩ ପ୍ରମୁଖ ଦଳ। ବିଜେପିର ବରିଷ୍ଠ ନେତା ଜୟ ନାରାୟଣ ମିଶ୍ରଙ୍କ ଦାବି, ଗତ ଉପନିର୍ବାଚନ ଠାରୁ ରେକର୍ଡ ବ୍ୟବଧାନରେ ଜିତିବ ବିଜେପି । ବିଜେଡି କହିଛି, ନବୀନ ପଟ୍ଟନାୟକଙ୍କୁ ଭଲ ପାଇଁ ଅଧିକ ସଂଖ୍ୟାରେ ଭୋଟ ଦେଇଛନ୍ତି ନୂଆପଡା ବାସୀ । ୧୦ ହଜାର ବ୍ୟବଧାନରେ ନୂଆପଡାରେ ଜିତିବ ଦଳ । ସେହିପରି ଭୋଟିଂ ପାର୍ଟନକୁ ଦେଖି ପିସିସି ସଭାପତି କହିଛନ୍ତି ଲକ୍ଷାଧିକ ଭୋଟ ପାଇ କଂଗ୍ରେସ ଦଖଲ କରିବ ନୂଆପଡା ଗଡ଼ । 

Advertisment

ସବୁଠୁ ବଡ଼ କଥା ହେଲା ରେକର୍ଡ ସଂଖ୍ୟକ ମତଦାନ ଭିତରେ ନୂଆପଡାରେ ନିର୍ଣ୍ଣାୟକ ହେଇପାରେ ମହିଳା ଭୋଟ । ଏଥର ପୁରୁଷଙ୍କ ତୁଳନାରେ ଅଧିକ ସଂଖ୍ୟାରେ ମହିଳା ଭୋଟ୍ ଦେଇଛନ୍ତି । ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ,  ୧ ଲକ୍ଷ ୮ ହଜାରରୁ ଅଧିକ ମହିଳା ମତଦାନ କରିଛନ୍ତି । ରାଜନୈତିକ ସମୀକ୍ଷକଙ୍କ ମତରେ ସାଧାରଣ ନିର୍ବାଚନରେ ଯଦିଓ ଅଧିକ ସଂଖ୍ୟକ ମତଦାନ ଶାସକ ଦଳ ବିପକ୍ଷରେ ଯାଇଥାଏ. କିନ୍ତୁ ଉପନିର୍ବାଚନରେ ଏହା ବିପରୀତ ହୋଇପାରେ।  ଅନ୍ୟପଟେ ଯଦିଓ ମହିଳାମାନେ ଦୀର୍ଘ ଦିନ ଧରି ବିଜେଡିର ଏସଏଚଜି ଭୋଟ ବ୍ୟାଙ୍କ ଥିଲେ।  କିନ୍ତୁ ବିଜେପିର ସୁଭଦ୍ରା ଯୋଜନା ଏହାକୁ ମାତ ଦେବାରେ ସଫଳ ହୋଇଛି । 

ଏଣେ ଦିନକ ପରେ ଭୋଟ ଗଣତି । ଆଉ ଏଥିପାଇଁ ପୁରା ପ୍ରସ୍ତୁତ ନୂଆପଡ଼ା ଜିଲ୍ଲା ପ୍ରଶାସନ । ନୂଆପଡ଼ା ନେସନାଲ କଲେଜରେ ହେବ ଗଣତି  । ଏଥିପାଇଁ ଏଠାରେ ୩ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରା ଯାଇଛି l  ମୋଟ ୨୬ ରାଉଣ୍ଡରେ ଗଣତି ହେବ । ୩୫୮ ବୁଥ୍ ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରା ଯାଇଛି l ସକାଳ ୮ରେ ବାଲଟ ପେପର ଗଣନା କରାଯିବ । ଏହାର ଅଧ ଘଣ୍ଟା ପରେ ଇଭିଏମ ଗଣତି ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ