Advertisment

Power Play Returns: ପୁଣି ଜଟଣୀରୁ ନିର୍ବାଚନ ଲଢ଼ିବାକୁ ସୁରଙ୍କ ମନ, ଚଢ଼ିଲା କ୍ଷମତା ନିଶା

ପୁଣି ନିର୍ବାଚନ ବୈତରଣୀକୁ ଓହ୍ଲାଇବେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ଜଟଣୀରୁ ନିର୍ବାଚନ ଲଢିବା ନେଇ ଦେଲେ ସଂକେତ। ଗତଥର ନିର୍ବାଚନରୁ ଦୂରେଇ ରହିଥିବା ସୁର କହିଛନ୍ତି, ମୁଁ ଛାଡ଼ିଦେଇଥିଲି ବୋଲି କଂଗ୍ରେସ ଜଟଣୀରେ ହାରିଲା।

Sura Routray

Sura Routray Photograph: (OTV)

Advertisment

ଚଢିଲା କ୍ଷମତା ନିଶା, ୮୪ ବର୍ଷରେ ଲଢିବେ ସୁର
ଦିନେ କହିଥିଲେ, ଏହା ମୋର ଶେଷ ନିର୍ବାଚନ
ଜଟଣୀବାସୀଙ୍କୁ ଭୋଟ ଖଣ୍ଡେ ଦିଅ ନ ହେଲେ କାଠ ଖଣ୍ଡେ ଦିଅ ବୋଲି କହିଥିଲେ
୨୪ ନିର୍ବାଚନରେ ନିଜ ଆଡୁ ଓହରିଗଲେ, ପୁଅ ପାଇଁ ପାଗ ଭିଡିଲେ
ଏବେ କହିଲେଣି ୨୯ରେ ପୁଣି ଲଢିବି
ସୁରଙ୍କ ପାଟିରେ ଲାଗିଛି ରାଜନୀତି ମୁଆଁ

Advertisment

ଦିନେ କହିଥିଲେ, ମୁଁ ଆଉ ଛିଡା ହେବାର ନାହିଁ। ୮୦ ବର୍ଷ ପରେ ଦିନକୁ ୧୮ ଘଣ୍ଟା ବୁଲିବା କଷ୍ଟ ହେଉଛି। ଡାଉନ ହୋଇଗଲିଣି। ଆଉ ପାରୁନି। ଦୁଇବର୍ଷ ତଳେ ଏମିତି କିଛି କହିଥିଲେ କଂଗ୍ରେସର ଏହି ଭେଟରାନ ଲିଡର। ୨୪ ନିର୍ବାଚନ ପୂର୍ବରୁ ଦୁଇ ପୁଅଙ୍କ ପାଇଁ ବାଟ ଛାଡିବାର ଚାଲାକି କରି ସକ୍ରୀୟ ରାଜନୀତିରୁ ଓହରି ଗଲେ। ହେଲେ ଦୁଇ ପୁଅ କେଉଁ କୂଳକୁ ନୁହେଁ ଜାଣିବା ପରେ ପୁଣି ଲଢିବାକୁ ଅଣ୍ଟା ଭିଡିଲେଣି। ଏବେ କହିଛନ୍ତି, ଲୋକ ଚାହିଁଲେ ପୁଣି ଲଢିବି, ମଲାଯାଏ ଇଂଜିନ ଚାଲିବ। ଅର୍ଥାତ ପୁଣି ପୁଣି ନିର୍ବାଚନ ମୈଦାନକୁ ଓହ୍ଲାଇବେ ସୁର, ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।

ପଇସା ଅଛି ଲଢ଼ିବୁ ଜିତିବୁ

କଂଗ୍ରେସ ଟିକେଟରୁ ଜଟଣୀ ରୁ ଲଢ଼ିବାକୁ ସେ ଆଶାୟୀ। ଲୋକ ଚାହିଁଲେ ଲଢ଼ିବି, ମୁଁ ଛାଡି ଦେଇଥିଲି ବୋଲି ୨୪ରେ କଂଗ୍ରେସ ଜଟଣୀରେ ହାରିଲା । ଆର ଥର ଜଟଣୀରେ କଂଗ୍ରେସ ଆସିବ। ଆମ ପାଖରେ ଶକ୍ତି, ସଂଗଠନ, ପଇସା ଅଛି ଲଢ଼ିବୁ ଜିତିବୁ ବୋଲି ଦମ୍ଭ ଦେଖାଇଛନ୍ତି ସୁର। 

Advertisment

ସେପଟେ ସୁର ସିନା ପାଗ ଭିଡିଛନ୍ତି ହେଲେ ତାଙ୍କୁ ନିର୍ବାଚନ ଲଢିବାକୁ ସିଗନାଲ ମିଳିବ ତ ? ସୁରଙ୍କ ବୟାନ ଉପରେ ପିସିସି ସଭାପତି ସିଧା କିଛି କହିନାହାନ୍ତି। ବଙ୍କା ଠାଣିରେ ମୁହଁ ବୁଲେଇ ପଳାଇଲେ ଭକ୍ତ । ସେ ପୂର୍ବରୁ ବିଧାୟକ ଥିଲେ, ତେବେ ଆଗକୁ କଣ ହେବ ମୁଁ ଏବେଠୁ କିଛି କହି ପାରିବି ନାହିଁ ବୋଲି କହିଛନ୍ତି ପିସିସି ସଭାପତି। 

ଛଅ ଥର ବିଧାୟକ ସାଙ୍ଗକୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ସୁର। ୧୯୭୭ରୁ ବିଧାନସଭାକୁ ଏଣ୍ଟ୍ରି ମାରିଥିବା ସୁର ଶେଷଥର ପାଇଁ ୨୦୧୯ରେ ବିଜୟୀ ହୋଇଥିଲେ। ଏବେ ପୁଣି କ୍ଷମତା ନିଶା ଚଢିଛି। ସତରେ ରାଜନୀତିର ମୁଆଁ ଭାରି ସୁଆଦିଆ। ସେଇଥିପାଇଁ ବୋଧ ହୁଏ ଯିଏ ଦିନେ ବୟସ କାରଣରୁ ଓହରି ଯାଇଥିଲେ ମୁଁ ପାରୁନି ବୋଲି କହିଥିଲେ ଏବେ ତାଙ୍କ ଦେହରେ ଶତ ସିଂହର ବଳ କେଉଁଠୁ ଆସିଲା ତାହା ବଡ ପ୍ରଶ୍ନ।

Advertisment

ଅନ୍ୟପଟେ ଗତ ନିର୍ବାଚନରେ ଗୋଟିଏ ପୁଅକୁ କଂଗ୍ରେସରେ ଆଉ ଜଣଙ୍କୁ ବିଜେଡିରେ ଛାଡି ପ୍ରଚାର ମଇଦାନକୁ ଓହ୍ଲାଥିବା ସୁର ଏକ ପ୍ରକାର ହରଡଘଣାରେ ପଡିଥିଲେ। ଅନେକ ସ୍ଥାନରେ ପରିସ୍ଥିତି ଏମିତି ହୋଥିଲା ଯେ ତାଙ୍କୁ ହଟହଟା ହେବାକୁ ପଡିଥିଲା। ଏବେ ପୁଣି ଜଟଣୀ ଉପରେ ଆଖେଇଛନ୍ତି। ସମୟ କହିବ ତାଙ୍କୁ ଟିକଟ ମିଳୁଛି କି ନାହିଁ। 

Congress Sura Routray
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ