Advertisment

Internal Turmoil in BJD: ରାଜ୍ୟସଭା ଓ ଦଳୀୟ ସଂଗଠନକୁ ନେଇ ବିଜେଡିରେ ଘମାସାନ୍, ରାଜ୍ୟସଭା ପାଇଁ ନୂଆ ନେତାଙ୍କୁ ବିରୋଧ

ରାଜ୍ୟସଭା ଓ ଦଳୀୟ ସଂଗଠନକୁ ନେଇ ବିଜେଡିରେ ତେଜିଲାଣି ବୟାନବାଜି। ପୁରୁଖାଙ୍କୁ ରାଜ୍ୟସଭା ଟିକେଟ୍ ଦେବା ସପକ୍ଷରେ ଦଳର ବରିଷ୍ଠ ନେତା ଅଶୋକ ପଣ୍ଡା ଯୁକ୍ତିବାଢ଼ିବା ଦଳରେ ନୂଆ ଚର୍ଚ୍ଚାକୁ ବଢ଼ାଇଛି। ସାଂଗଠନିକ ଦାୟିତ୍ବ ନେଇ କଳିକେଶଙ୍କ ପାଇଁ ନୂଆ ବ୍ୟାଟିଂ ଆରମ୍ଭ କରିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ।

BJD-RAJYASABHA

BJD-RAJYASABHA Photograph: (OTV)

Advertisment

ନବୀନ କାହାକୁ ପଠାଇବେ ଦିଲ୍ଲୀ ?
ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଚୟନର ମାନଦଣ୍ଡ କଣ ହେବ ?
ନୂଆ ଯିବେ ନା ପୁରୁଖାଙ୍କ ଉପରେ ଭରସା କରିବେ ଶଙ୍ଖପତି ?

Advertisment

ରାଜ୍ୟସଭା ନିର୍ବାଚନକୁ ନେଇ ଦଳ ଭିତରେ ଏବେ ଜୋରଦାର ଚାଲିଛି ଏମିତି ଆକଳନ। ଅନ୍ୟପଟେ ନିର୍ବାଚନ ସମୟରେ ପାରାଚୁଟ୍ ଲ୍ୟାଣ୍ଡିଂ କରିଥିବା ନେତାଙ୍କୁ ନେଇ ଏବେଠୁ ବିଜେଡିରେ ଦେଖାଦେଲାଣି ବୟାନବାଜି। ନବୀନଙ୍କ ରାଜନୈତିକ ସଚିବ ତଥା କଟକ ସଂସଦୀୟ କ୍ଷେତ୍ରରୁ ଲଢ଼ି ହାରିଥିବା ସଂତୃପ୍ତ ମିଶ୍ର ଓ ସୁଜାତା କାର୍ତ୍ତିକେୟନଙ୍କ ନାଁ ରାଜ୍ୟସଭା ନେଇ ବେଶି ଚର୍ଚ୍ଚା ହେଉଛି। କିନ୍ତୁ ଏ ନାଁ ଉଠୁ ଉଠୁ ତାତିଲେଣି ବରିଷ୍ଠ।

ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡା, ରାଜ୍ୟସଭା ପ୍ରାର୍ଥୀ ନେଇ ପରୋକ୍ଷରେ ପୁରୁଖା ନେତାଙ୍କୁ ସମର୍ଥନ ଦେଇଛନ୍ତି। ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ ଥିବା ନେତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ପାଇଁ ବିଚାର କଲେ ଭଲ ହେବ ବୋଲି ଅଶୋକ କହିଛନ୍ତି। ଏହାଛଡ଼ା ଜାତୀୟ ସ୍ତରରେ ଆଞ୍ଚଳିକ ଦଳ ବି ପୁରୁଖା ନେତାଙ୍କୁ ପ୍ରାଧାନ୍ୟ ଦିଅନ୍ତି ବୋଲି ଯୁକ୍ତି ଦର୍ଶାଇ ଏସବୁକୁ ସଭାପତି ବିଚାରକୁ ନେଇ କିଏ କେଉଁ ପାରାମିଟରରରେ ଆସୁଛି ଚିନ୍ତା କରୁଥିବେ ବୋଲି କହିଛନ୍ତି ଅଶୋକ।...

Advertisment

କଳିକେଶଙ୍କ ପାଇଁ ବ୍ୟାଟିଂ

ସେପଟେ ଦିବ୍ୟଶଙ୍କରଙ୍କ ପରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଦଳର ସାଂଗଠନିକ ଦାୟିତ୍ବ ନେଇ କଳିକେଶଙ୍କ ପାଇଁ ବ୍ୟାଟିଂ କରିଛନ୍ତି। କହିଛନ୍ତି କଳିକେଶ ହେଉଛନ୍ତି ଦକ୍ଷ ନେତା। କିନ୍ତୁ ପ୍ରସନ୍ନ ଆଚାର୍ଯ୍ୟ, ଅଶୋକ ପଣ୍ଡା ଓ ପ୍ରମିଳା ମଲ୍ଲିକଙ୍କ ଭଳି ନେତାଙ୍କୁ ନେଇ କଳିକେଶଙ୍କୁ ଦାୟିତ୍ବ ଦିଆଗଲେ ଦଳ ଆହୁରି ମଜବୁତ ହେବ। 

ସେହିପରି ଦଳର ଗୋଟିଏ ବଡ ଗୋଷ୍ଠୀର ଅଭିଯୋଗକୁ ଶୁଣାଯାଉନାହିଁ। ଯଦି ସେମାନଙ୍କୁ ଡାକି ସୁପ୍ରିମୋ ଆଲୋଚନା କରିବେ, ଦଳ ପଞ୍ଚାୟତ ନିର୍ବାଚନରେ ଜବରଦସ୍ତ ପ୍ରଦର୍ଶନ କରିବ ବୋଲି ଦେବାଶିଷ କହିଛନ୍ତି। ତେବେ ଏଠି ପ୍ରଶ୍ନ ଦେବାଶିଷ କେଉଁ ଅସନ୍ତୁଷ୍ଟ ଗୋଷ୍ଠୀ କଥା କହୁଛନ୍ତି ? କଣ ପାଇଁ ନବୀନ ସେହି ଗୋଷ୍ଠୀକୁ ଶୁଣୁ ନାହାଁନ୍ତି ? ସାଂଗଠନିକ ଦାୟିତ୍ବ ନେଇ ବାରମ୍ବାର କଳିକେଶଙ୍କ ନାଁ ଉଠିବା ପଛର ଆଉ କିଛି କାରଣ ରହିଛି କି ?…

Advertisment

ରାଜ୍ୟସଭା ଓ ରାଜ୍ୟ ସଂଗଠନକୁ ନେଇ ବିଜେଡିରେ ଏବେ ବୟାନବାଜି ଆରମ୍ଭ ହୋଇଛି। ନୂଆନେତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବାକୁ ବିରୋଧ ଆରମ୍ଭ ହୋଇଛି। ଅନ୍ୟପଟେ କିନ୍ତୁ ସଂଗଠନ ଦାୟିତ୍ବ ଯୁବ ନେତାଙ୍କୁ ଦେବା ସପକ୍ଷରେ ମତ ଆସୁଛି। ଦେଖିବାର କଥା ନବୀନ କି ନିଷ୍ପତ୍ତି ନେଉଛନ୍ତି ଆଉ କେମିତି ଡ୍ୟାମେଜ୍ କଣ୍ଟ୍ରୋଲ କରୁଛନ୍ତି।...

debashish-samantray Ashok Panda BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ