Advertisment

If Naveen Had a Son…’ — Srimayee Mishra’s Comment Raises Questions: ଯଦି ନବୀନଙ୍କର ପୁଅଟିଏ ଥାଆନ୍ତା ତେବେ… ଏମିତି କହି ପ୍ରଶ୍ନ ଉଠାଇଲେ ଶ୍ରୀମୟୀ ମିଶ୍ର

ଭିଡିଓରେ ନବୀନ ଏୟାରପୋର୍ଟରେ ଧୀରେ ଧୀରେ ଚାଲି ଚାଲି ଆସୁଥିବା ଦେଖିବାକୁ ମିଳିଛି। ଶ୍ରୀମୟୀ ଲେଖିଛନ୍ତି, ନବୀନଙ୍କର ଯଦି ପୁଅଟିଏ ଥାଆନ୍ତା ତେବେ ତାଙ୍କୁ ଏଭଳି ଅବସ୍ଥାରେ ପ୍ରଚାର କରିବାକୁ ପଠାଇଥାନ୍ତେ କି ?

Shreemayee

Shreemayee Photograph: (OTV)

Advertisment

ନୂଆପଡ଼ା କ୍ୟାମ୍ପେନକୁ ଯାଉଥିବାବେଳେ ନବୀନଙ୍କ ଏକ ଭିଡିଓ ପୋଷ୍ଟ କରି ପ୍ରଶ୍ନ ଉଠାଇଲେ ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ଭିଡିଓରେ ନବୀନ ଏୟାରପୋର୍ଟରେ ଧୀରେ ଧୀରେ ଚାଲି ଚାଲି ଆସୁଥିବା ଦେଖିବାକୁ ମିଳିଛି। ଶ୍ରୀମୟୀ ଲେଖିଛନ୍ତି, ନବୀନଙ୍କର ଯଦି ପୁଅଟିଏ ଥାଆନ୍ତା ତେବେ ତାଙ୍କୁ ଏଭଳି ଅବସ୍ଥାରେ ପ୍ରଚାର କରିବାକୁ ପଠାଇଥାନ୍ତେ କି ?

Advertisment

କୋଉ ଝିଅ କିମ୍ବା ପୁଅ ବାପାଙ୍କୁ ଏଭଳି ଅବସ୍ଥାରେ ପ୍ରଚାର କରିବାକୁ ପଠାଇଥାନ୍ତେ କି ? ଶ୍ରୀମୟୀ ଲେଖିଛନ୍ତି, ଏଥିରେ କୌଣସି ରାଜନୈତିକ କଥା ନାହିଁ, ଏହା ହେଉଛି ଆମ ନେତାଙ୍କ ପ୍ରତି ଭଲପାଇବା ଓ ମାନବିକତାର କଥା। 

ଆଗରୁ କ'ଣ କହିଥିଲେ ଶ୍ରୀମୟୀ 

ଗତ କିଛି ଦିନ ଧରି ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ସୋସିଆଲ ମିଡିଆରେ ଆକ୍ରମଣ ଜାରି ରଖିଛନ୍ତି । ସେ ଲେଖିଥିଲେ, ଭଣ୍ଡ ସନ୍ନ୍ୟାସୀ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କ ରକ୍ତ ବୋହୁଛି? ଆଜି କିଛି ଏଭଳି ପ୍ରଶ୍ନ କରି ପୁଣି ଥରେ ବିଜେଡି, ନବୀନ ଏବଂ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିଲେ ଶ୍ରୀମୟୀ ମିଶ୍ର। ବିଜେଡି ନେତା ପ୍ରତାପ ଜେନା କହିଥିଲେ, ଜୟ ଢୋଲକିଆ ରାଜେନ୍ଦ୍ର ଢୋଲକିଆଙ୍କ ପୋଷ୍ୟ ପୁତ୍ର। ତାଙ୍କ ଦେହରେ ରାଜେନ୍ଦ୍ରଙ୍କ ରକ୍ତ ବୋହୁନି।

Advertisment

ଏହି ମନ୍ତବ୍ୟକୁ ସୋସିଆଲ୍ ମିଡିଆରେ ନାଁ ନନେଇ ବି ମାଡ଼ ମାରିଛନ୍ତି ଶ୍ରୀମୟୀ। ଭଣ୍ଡ ସନ୍ନ୍ୟାସୀଙ୍କ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କ ରକ୍ତ ବୋହୁଛି ପ୍ରତାପ ଅନୁଭବ କରନ୍ତି। ତାଙ୍କର ଆଦେଶ ସେ ମାନୁଛନ୍ତି, ବୋଲି କଟ୍ଟାକ୍ଷ କରି ପ୍ରଶ୍ନ କରିଛନ୍ତି। ମାନବିକତା ରାଜନୀତିର ଉର୍ଦ୍ଧ୍ବରେ, ଢୋଲକିଆ ପରିବାରର ଭାବାବେଗ ସହ ଖେଳନ୍ତୁ ନାହିଁ ବୋଲି ସେ ଲେଖିଥିଲେ। ଘଟଣାକୁ ନେଇ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା ମିଳିପାରିନି। 

ସେ ପୁଣି ଲେଖିଥିଲେ, ଶଙ୍ଖ ଭବନର ଏ କୁରୁସଭା କାହାଣୀ । ପୁରୁଷ ନୁହେଁ ସମସ୍ତେ ଥିଲେ ଶ୍ରୀଖଣ୍ଡି ! ଅନ୍ଧ ହୋଇ ଧୃତରାଷ୍ଟ୍ର ସାଜିଥିଲେ ନବୀନ । ପାଞ୍ଚାଳୀ ଶ୍ରୀମୟୀଙ୍କ ପ୍ରତି ହେଇଥିଲା ଅପଶବ୍ଦ ବ୍ୟବହାର । ସଭାରେ କେହି ନଥିଲେ ଶ୍ରୀକୃଷ୍ଣ, ନିଜେ ଦ୍ରୌପଦୀ ରଖିଥିଲେ ନିଜ ସମ୍ମାନ । ସେଦିନ ଜଣେ ଆଗଧାଡ଼ିର ନାରୀନେତ୍ରୀଙ୍କ ପ୍ରତି ଶଙ୍ଖ ଭବନରେ ଅନ୍ୟାୟ ହେଉଥିଲା । ଆଉ ସମସ୍ତେ ଜଣେ ଜଣେ ମୂକସାକ୍ଷୀ ହୋଇଥିଲେ । ଏ କଥା ଆଜିର ନୁହେଁ, ଗୋଟିଏ ବର୍ଷର ତଳର । ଏକଥା ନିଜେ ଶ୍ରୀମୟୀ ତାଙ୍କ ମୁହଁରେ କହିଥିଲେ। 

Advertisment

ଖୁଲମଖୁଲା ଓଟିଭିର ଖୋଲାକଥାରେ ଶ୍ରୀମୟୀଙ୍କ କହିବା କଥା ବୈଠକରେ ବେଗୁନିଆ-ବୋଲଗଡ଼ ବିଧାୟକ ତାଙ୍କ ପ୍ରତି ଖରାପ ଏବଂ ଅପଶବ୍ଦ ବ୍ୟବହାର କରିଥିଲେ । ସେତେବେଳେ ଦେବୀ ମିଶ୍ର, ରାଜେନ୍ଦ୍ର ସାହୁ ଓ ବିଭୂତି ବଳବନ୍ତରାୟଙ୍କ ଭଳି ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । କିନ୍ତୁ ସମସ୍ତଙ୍କ ପାଟି ଚୁପ୍ ଥିଲା। ତେଣୁ ଆତ୍ମସୁରକ୍ଷା ପାଇଁ ସେ ବିଧାୟକଙ୍କ କଲର୍ ଧରିଥିଲେ ବୋଲି ଶ୍ରୀମୟୀ କହିଥିଲେ। ହେଲେ ଏ ପ୍ରସଙ୍ଗରେ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ପ୍ରତିକ୍ରିୟା ରଖି କହିଛନ୍ତି, କେବଳ ଗଣମାଧ୍ୟମରେ ମାଇଲେଜ ନେବାକୁ ଶ୍ରୀମୟୀ ଏମିତି କହୁଛନ୍ତି । କିନ୍ତୁ ଏ ପ୍ରସଙ୍ଗରେ ବିଜେଡିର ଉପସଭାପତି ଦେବୀ ମିଶ୍ର କହିଥିଲେ - ଏବେ କିଛି କହିବିନି ।

କେବଳ ଏତିକି ନୁହେଁ, ୨୦୨୪ ନିର୍ବାଚନରେ ଲୋକସଭାରେ କାହିଁକି ଶୂନ ହୋଇଗଲା ବିଜେଡି ? ୨୪ ବର୍ଷର ରାଜା କେମିତି ଗାଦି ହରାଇଲେ ? ଏହା ପଛରେ ବଡ଼ ଷଡଯନ୍ତ୍ର ଥିଓରୀକୁ ଶ୍ରୀମୟୀ ସାମ୍ନାକୁ ଆଣିଥିଲେ । ନିର୍ବାଚନ ପୂର୍ବରୁ ପାଣ୍ଡିଆନ ଦିଲ୍ଲୀରୁ ଏମିତି ସାନଦାର ରିପୋର୍ଟ ନେଇ ଫେରିଲେ ଯେ’ ନିର୍ବାଚନରେ ବିଜେଡି ୨୧ରୁ ଗୋଟିଏ ବି ଜିତିପାରିଲା ନାହିଁ ବୋଲି କହି ବାଣ ମାରିଥିଲେ । 
ତେବେ ଶ୍ରୀମୟୀଙ୍କ ଏପରି ଖୁଲାସା ଏବେ ବିଜେଡିରେ କମ୍ପନ ସୃଷ୍ଟି କରିଛି । ଆଗକୁ ଶ୍ରୀମୟୀଙ୍କୁ ନେଇ ଦଳ ଆଉ କ’ଣ ପ୍ରତିକ୍ରିୟା ରଖୁଛନ୍ତି ତା’ ଉପରେ ସମସ୍ତଙ୍କର ନଜର ରହିଛି।

Naveen Patnaik BJD shreemayee mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ