UNIQUE-CAMPAIGN Photograph: (OTV)
ନୂଆପଡ଼ାରେ ନିଆରା ଲଢ଼େଇ। ଗୀତରେ ଗୀତରେ ଚାଲିଛି ଭୋଟ୍ ପ୍ରଚାର । ମତଦାତାଙ୍କ ମନ ଜିଣିବାକୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପ୍ରସ୍ତୁତ କରିଛନ୍ତି ଫୁଲ୍ ସମ୍ବଲପୁରୀ ଷ୍ଟାଇଲରେ ଗୀତ। ଡାକବାଜି ଯନ୍ତ୍ର ଯୋଗେ ପ୍ରଚାରରେ କଂପୁଛି ପରିବେଶ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବ୍ରାଣ୍ଡ କରି ପଦ୍ମ ଦଳ ଛାଡ଼ିଛି ବଢ଼ିଆ ମାର୍କା ଭୋଟ୍ ସଙ୍ଗ। ଯେଉଁଥିରେ ରାଜ୍ୟ ସରକାରଙ୍କ ସଫଳତା ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି। ତେଣେ ଶଙ୍ଖ ପାର୍ଟି ବି ଗୀତରେ ଗୀତରେ କରୁଛି ଫୁଲ୍ କାଉଣ୍ଟର। ସେଥିରେ ସ୍ନେହାଙ୍ଗିନୀଙ୍କ ମାମୁଁ ଘର ନୂଆପଡା ବୋଲି ଭୋଟରଙ୍କୁ ଶୁଣାଉଛି। ତେଣେ କଂଗ୍ରେସ ବି ପଛରେ ପଡିନି।
ତେବେ ପ୍ରଚାରରେ ସ୍ବାଧୀନ ପ୍ରାର୍ଥୀ ବି ପଛରେ ପଡ଼ିନାହାନ୍ତି। ଇଣ୍ଡିପେଣ୍ଡେଣ୍ଟ କ୍ୟାଣ୍ଡିଡେଟ୍ ଭକ୍ତବନ୍ଧୁ ଧରୁଆ। ସାଙ୍ଗ ସାଥୀଙ୍କ ସହ ମିଶି ଭୋଟରଙ୍କୁ ସେମାନଙ୍କ ଠିକଣାରେ ପୋଷ୍ଟ କାର୍ଡ ପଠାଉଛନ୍ତି। ଦିନକୁ ୧୦ ହଜାର ପୋଷ୍ଟ କାର୍ଡରେ ନିଜ କଥା ଲେଖି ଭୋଟ ମାଗୁଛନ୍ତି।
ଲୋଚନସିଂ ମାଝୀ।ତାଙ୍କ ପ୍ରଚାରର ବଡ଼ ଆସେଟ୍- ଖଣ୍ଡେ ସାଇକେଲ, ଗଣ୍ଡେ ପଖାଳ। ରାତି ପାହିଲେ ଗାଁରୁ ଗାଁ ବୁଲନ୍ତି, ଯେଉଁଠି ଥକି ପଡନ୍ତି କାହା ପିଣ୍ଡାରେ ବସି ପଖାଳ ଖାଇ ପୁଣି ପ୍ରଚାରରେ ବାହାରି ଯାଆନ୍ତି।
ମହିଳା ସ୍ବାଧୀନ ପ୍ରାର୍ଥୀ ନୀତା ବାଗ। ସେ ବି ଡୋର ଟୁ ଡୋର ପ୍ରଚାରକୁ ବେଶୀ ଗୁରୁତ୍ବ ଦେଇଥିବାବେଳେ ଓଡିଶା ଜନତା ପାର୍ଟିର ପ୍ରାର୍ଥୀ ଶୁକଧର ଦଣ୍ଡସେନା କିନ୍ତୁ ଅନ୍ୟମାନଙ୍କଠୁ ଟିକିଏ ଅଲଗା। ତାଙ୍କୁ ବଂଶୀ ଚିହ୍ନ ମିଳିଥିବାରୁ, ବାଇକ୍ ରେ ଗାଁ ଗାଁ ବୁଲି ବଂଶୀ ବଜାଇ ଭୋଟ ଭିକ୍ଷା କରୁଛନ୍ତି।...
ପ୍ରଚାରର ଭଳିକି ଭଳି ଫିକର ଆପଣାଇଥିବା ପ୍ରାର୍ଥୀମାନଙ୍କୁ କେମିତି ଗ୍ରହଣ କରୁଛନ୍ତି ନୂଆପଡ଼ା ଜନତା, ୧୪ ନଭେମ୍ବରରେ ଫଳାଫଳ ବାହାରିଲେ ଜଣାପଡ଼ିବ। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/30/unique-campaign-2025-10-30-21-11-46.jpg)