SRIMAYEE Photograph: (OTV)
ବିଜେଡିରୁ ନିଲମ୍ବିତ ଶ୍ରୀମୟୀ ମିଶ୍ରଙ୍କ ପୁଣି ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା। ଏଥର ଶ୍ରୀମୟୀଙ୍କ ‘ନେପୋଟିଜମ୍ ’ ନିଶାନା। କୌଣସି ରାଜନେତାଙ୍କ ନାଁ ନ ନେଇଥିଲେ ବି ଅଣଦେଖା ନେଇ ରୋଷ ବଖାଣିଲେ ଶ୍ରୀମୟୀ।
ପୋଷ୍ଟରେ ଲେଖିଛନ୍ତି, ନେପୋଟିଜମ୍ ଏକ ଏଭଳି ସାମାଜିକ ଓ ରାଜନୈତିକ ଅଭ୍ୟାସ, ଯାହା ଯୋଗ୍ୟତା ଓ ପ୍ରତିଭାକୁ ଅଣଦେଖା କରି ବ୍ୟକ୍ତିଗତ ସମ୍ପର୍କକୁ ଅଗ୍ରାଧିକାର ଦିଏ। ଏହା ସମାଜରେ ରାଜନୀତି, ଶିକ୍ଷା, ଚାକିରିରେ ପ୍ରକୃତ ହକ୍ ଦାରଙ୍କୁ ସୁଯୋଗରୁ ବଞ୍ଚିତ କରିଛି।
ଯେଉଁମାନେ ଆଗକୁ ଯିବାକୁ ହକ୍ଦାର ନେପୋଟିଜମ ପାଇଁ ପଛରେ ପଡ଼ିଯାଆନ୍ତି। ଏହା ସମାଜରେ ଅସନ୍ତୋଷ ଓ ଅସମାନତାକୁ ମଧ୍ୟ ବୃଦ୍ଧି କରେ ବୋଲି ଲେଖିଛନ୍ତି ଶ୍ରୀମୟୀ। ତେବେ କାହା ଦ୍ୱାରା କିଏ ‘ନେପୋଟିଜମ୍’ର ଶିକାର ତାହା ନିଜ ପୋଷ୍ଟରେ ସ୍ପଷ୍ଟ କରିନାହାନ୍ତି ବିଜେଡିରା ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/28/srimayee-2025-09-28-12-08-44.jpg)