Arabinda Mohapatra Photograph: (OTV)
ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ସମର୍ଥକଙ୍କ ମେଳି। କେନ୍ଦ୍ରାପଡ଼ାର ଏକ ହୋଟେଲରେ ମେଳି କଲେ ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ। ଏକ ହୋଟେଲରେ ବନ୍ଧୁମିଳନ ଆଳରେ ଅରବିନ୍ଦଙ୍କ ପ୍ରାୟ ୭୦ରୁ ଅଧିକ ସମର୍ଥକ ଏକଜୁଟ ହୋଇଥିଲେ l
ପାଟକୁରା ନିର୍ବାଚନମଣ୍ଡଳୀ ଡେରାବିଶ ବ୍ଳକର ୨୬ ପଞ୍ଚାୟତ, ମାର୍ଶାଘାଇ ବ୍ଳକର ୭ ଓ ଗରଦପୁର ବ୍ଲକର ୧୮ ପଞ୍ଚାୟତର କେତେକ ସରପଞ୍ଚ ଓ ସମିତିସଭ୍ୟ ଏକଜୁଟ ହୋଇ ଅରବିନ୍ଦଙ୍କ ନିଳମ୍ବନ ନେଇ ଆଲୋଚନା କରିଥିଲେ l
ତେବେ ସରପଞ୍ଚ ଓ ସମିତି ସଭ୍ୟମାନେ ଖୁବଶୀଘ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଅରବିନ୍ଦଙ୍କ ନିଲମ୍ବନ ଉପରେ ପୁନଃବିଚାର କରିବାକୁ ଦାବି କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି l ବିଜେଡିରୁ ନିଲମ୍ବିତ ଗରଦପୁର ବ୍ଲକ ଚେୟାରମ୍ୟାନ ଅଭୟ ମହାରାଜଙ୍କ ନେତୃତ୍ବରେ ଏମାନେ ଏକାଠି ହୋଇଥିଲେ l
କେନ୍ଦ୍ରାପଡ଼ାରେ ବିଧାୟକ ଅରବିନ୍ଦ ମହାପାତ୍ର ସମର୍ଥକଙ୍କ ମେଳି
କେନ୍ଦ୍ରାପଡ଼ାର ଏକ ହୋଟେଲରେ ଏକାଠି
୭୪ ସରପଞ୍ଚ ଓ ସମିତିସଭ୍ୟ ଏକାଠି
ଗରଦପୁର ବ୍ଲକ ଚେୟାରମ୍ୟାନଙ୍କ ନେତୃତ୍ୱରେ ଏକାଠି
ଅଭୟ ମହାରାଜଙ୍କ ନେତୃତ୍ୱରେ ମେଳି
ଅରବିନ୍ଦଙ୍କ ନିଲମ୍ବନର ପୁନଃବିଚାର କରିବାକୁ ନବୀନଙ୍କୁ ଚିଠି ଲେଖିବେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/04/arabinda-mohapatra-2026-02-04-22-02-56.jpg)