Advertisment

Nuapada Bypoll: ତ୍ରିମୁଖୀ ଲଢ଼େଇରେ କିଏ ମାରିବେ ବାଜି ? ଆଜି ଆସିବ ନୂଆପଡ଼ା ଜନାଦେଶ

ବିଜେପି, ବିଜେଡି ଓ କଂଗ୍ରେସ ବିଜୟ ନେଇ ଫୁଲ୍ ଆଶାବାଦୀ। ଉପନିର୍ବାଚନରେ ରେକର୍ଡ ୮୩.୪୫ ପ୍ରତିଶତ ମତଦାନ ହୋଇଛି। ୨୦୨୪ ବିଧାନସଭା ନିର୍ବାଚନ ଅପେକ୍ଷା ୮ ପ୍ରତିଶତ ଅଧିକ।

NUAPADA

NUAPADA Photograph: (OTV)

Advertisment

କାହାର ହେବ ନୂଆପଡ଼ା ? ତ୍ରିମୁଖୀ ଲଢ଼େଇରେ କିଏ ମାରିବେ ବାଜି ? ଆଜି ଆସିବ ନୂଆପଡ଼ା ଜନାଦେଶ। ଜଣାପଡ଼ିବ କାହାକୁ ଆଶୀର୍ବାଦ କରିଛନ୍ତି ଜନତା। ଆଉ କିଛି ସମୟ ପରେ ଖୋଲିବ ଇଭିଏମ୍ ପେଡି। ଭୋଟ୍ ଗଣତି ଆରମ୍ଭ ହେବ। ୧୪ଟି ଟେବୁଲରେ ହେବ ୨୬ ରାଉଣ୍ଡ ଗଣତି। ରେକର୍ଡ ସଂଖ୍ୟକ ମତଦାନ ହୋଇଥିବାରୁ ନୂଆପଡ଼ାକୁ ନେଇ ବିଜୟ ଅଙ୍କ କଷୁଛନ୍ତି ସବୁ ଦଳ। ବିଜେପି, ବିଜେଡି ଓ କଂଗ୍ରେସ ବିଜୟ ନେଇ ଫୁଲ୍ ଆଶାବାଦୀ। ଉପନିର୍ବାଚନରେ ରେକର୍ଡ ୮୩.୪୫ ପ୍ରତିଶତ ମତଦାନ ହୋଇଛି। ୨୦୨୪ ବିଧାନସଭା ନିର୍ବାଚନ ଅପେକ୍ଷା ୮ ପ୍ରତିଶତ ଅଧିକ। ଗତ ବିଧାନସଭା ନିର୍ବାଚନରେ ନୂଆପଡ଼ାରେ ୭୫.୪୯ ପ୍ରତିଶତ ମତଦାନ ହୋଇଥିଲା।

Advertisment

୨୦୨୪ ନିର୍ବାଚନରେ ନୂଆପଡ଼ାରେ ୧ ଲକ୍ଷ ୮୧ ହଜାର ଭୋଟ ଦେଇଥିଲେ। ଉପନିର୍ବାଚରେ ଏହି ସଂଖ୍ୟା ୨ଲକ୍ଷ ୮ହଜାରରୁ ଅଧିକ। ଅର୍ଥାତ ଗତ ନିର୍ବାଚନ ଅପେକ୍ଷା ୨୫ ହଜାର ଅଧିକ ମତଦାନ ହୋଇଛି। ସେମାନେ ହେବେ କି କିଙ୍ଗ ମେକର୍ ? କାରଣ ୨୦୨୪ରେ ବର୍ତ୍ତମାନର କଂଗ୍ରେସ ପ୍ରାର୍ଥୀ ଓ ସେତେବେଳେ ସ୍ବାଧୀନ ଭାବରେ ଲଢୁଥିବା ଘାସିରାମଙ୍କଠାରୁ ମାତ୍ର ୧୦ହଜାର ୮୮୧ ଖଣ୍ଡ ଭୋଟରେ ଜିତିଥିଲେ ରାଜେନ୍ଦ୍ର ଢୋଲକିଆ। ଏହି ୨୫ ହଜାର ଭୋଟ୍ ଯାହା ଖାତାକୁ ଯିବ ତାଙ୍କର ବିଜୟ ହେବ ବୋଲି କୁହାଯାଉଛି। ନୂଆ ଓ ସାଇଲେଣ୍ଟ ଭୋଟରଙ୍କ ମତିଗତି ବି ରେଜଲ୍ଟରେ ନିର୍ଣ୍ଣାୟକ ଭୂମିକା ନେଇପାରେ। ... 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ