Advertisment

From Nomination to New Entry: ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ନବୀନ ଓ ନୀତିଶ, ନିଶାନ୍ତ କୁମାର କରିପାରନ୍ତି ପଲିଟିକାଲ୍ ଡେବ୍ୟୁ

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜେପିରୁ ହେବାର ସମ୍ଭାବନା ସବୁଠାରୁ ଅଧିକ ରହିଛି। କାରଣ ଗତ ନିର୍ବାଚନରେ ବିହାରରେ ବିଜେପି ୮୯ଟି ଆସନ ସହ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା।

Bihar

Bihar Photograph: (OTV)

Advertisment

ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ। ପାଟନା ଛାଡ଼ି ଦିଲ୍ଲୀ ଯିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ। ବିହାରର ୫ ରାଜ୍ୟସଭା ସିଟରୁ ଗୋଟିଏ ନୀତିଶ କୁମାର ଓ ଗୋଟିଏରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ନାମାଙ୍କନ ଦାଖଲ କରିଛନ୍ତି। ପାଟନା ବିଧାନସଭାରେ ଉଭୟ ନେତା ନାମାଙ୍କନ ଭରିଛନ୍ତି। ଏହି ଅବସରରେ ଉପସ୍ଥିତ ଥିଲେ ଗୃହମନ୍ତ୍ରୀ ଅମିତ ଶାହ।...

Advertisment

ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜେପିରୁ !

ଆସନ୍ତା ୧୬ ମାର୍ଚ୍ଚରେ ରାଜ୍ୟସଭା ନିର୍ବାଚନ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି। ତେଣୁ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜେପିରୁ ହେବାର ସମ୍ଭାବନା ସବୁଠାରୁ ଅଧିକ ରହିଛି। କାରଣ ଗତ ନିର୍ବାଚନରେ ବିହାରରେ ବିଜେପି ୮୯ଟି ଆସନ ସହ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା। ଚର୍ଚ୍ଚା ବି ହେଉଛି କି ନୀତିଶଙ୍କ ୫୦ ବର୍ଷୀୟ ପୁଅ ନିଶାନ୍ତ କୁମାର ପଲିଟିକାଲ୍ ଡେବ୍ୟୁ କରିପାରନ୍ତି। ତାଙ୍କୁ ବିହାରର ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ।....

ଦିଲ୍ଲୀ ଯିବେ ନୀତିଶ, ପୁଅ ହେବେ ‘ଡେପୁଟି’!
ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ
ପାଟନା ଛାଡ଼ି ଦିଲ୍ଲୀ ଯିବେ ନୀତିଶ କୁମାର 
ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ 
ନିତିନ ନବୀନ ଓ ନୀତିଶ କୁମାରଙ୍କ ନାମାଙ୍କନ 
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ବି ଭରିଲେ ନାମାଙ୍କନ
ଉପସ୍ଥିତ ଗୃହମନ୍ତ୍ରୀ ଅମିତ ଶାହ 

Advertisment
Nitin Nabin Nitish Kumar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ