Advertisment

Congress Deal Only Temporary: ରାଜ୍ୟସଭା ନିର୍ବାଚନକୁ ନେଇ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ବଡ଼ ବୟାନ, କଂଗ୍ରେସ ସହ ଡିଲ୍ ସାମୟିକ

ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସହ ସାମୟିକ ଡିଲ୍ ହୋଇଛି। କଂଗ୍ରେସ ଏକାକୀ ପ୍ରାର୍ଥୀ ଦେଇ ରାଜ୍ୟସଭା ପଠାଇ ପାରିବନି, ତେଣୁ ସେମାନେ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀକୁ ସମର୍ଥନ କଲେ ବୋଲି କହିଛନ୍ତି ସଂତୃପ୍ତ ମିଶ୍ର।

SANTRUPTA MISHRA

SANTRUPTA MISHRA Photograph: (OTV)

Advertisment

ରାଜ୍ୟସଭା ନିର୍ବାଚନକୁ ନେଇ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ବଡ଼ ବୟାନ। ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସହ ସାମୟିକ ଡିଲ୍ ହୋଇଛି। କଂଗ୍ରେସ ଏକାକୀ ପ୍ରାର୍ଥୀ ଦେଇ ରାଜ୍ୟସଭା ପଠାଇ ପାରିବନି, ତେଣୁ ସେମାନେ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀକୁ ସମର୍ଥନ କଲେ ବୋଲି କହିଛନ୍ତି ସଂତୃପ୍ତ ମିଶ୍ର।

Advertisment

ସୀମିତ ସମୟ ପାଇଁ କଂଗ୍ରେସ ସହ ଆମର ବୁଝାମଣା ହୋଇଛି। ଆମ ଦଳ ବିଜୁ ଜନତା ଦଳ, ଆମକୁ ବିଜୁ କାର୍ଡ ଖେଳିବା ଆବଶ୍ୟକ ନାହିଁ କହିଛନ୍ତି ନବୀନଙ୍କ ରାଜନୈତିକ ସଚିବ ତଥା ବିଜେଡିର ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର। 

ସ୍ଥିତି ବଞ୍ଚେଇବାକୁ କଂଗ୍ରେସ ସହ ମିଳେଇଛି ହାତ 

ବିଜେଡି ନିଜ ସ୍ଥିତି ବଞ୍ଚେଇବାକୁ କଂଗ୍ରେସ ସହ ହାତ ମିଳେଇଛି ଏଭଳି କହି ବିଜେଡିକୁ ଟାର୍ଗେଟ କରିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ବିଜେଡିର ପରିସ୍ଥିତି ବର୍ତ୍ତମାନ ଭଲ ନାହିଁ। ବିଜେଡି ତଳକୁ ତଳକୁ ଯାଉଛି। ବିଜେଡିର ଡ଼ଙ୍ଗା ବୁଡୁ ଥିବାରୁ ସାହାରା ପାଇଁ କଂଗ୍ରେସର ହାତ ଧରିଛି ବିଜେଡି।

Advertisment

ବିଜେଡି ଗୋଟେ ସୁବିଧାବାଦୀ ଦଳ। ଯେଉଁଠି ସୁବିଧା ଦେଖନ୍ତି ତାଙ୍କ ସହ ରୁହନ୍ତି । ଦୁଇ ଦଳ ଯେତେ ଏକାଠି ହେଲେ ବି ଦୁଇ ଜଣଙ୍କ ଆଦର୍ଶ ଓ ବିଚାରଧାରା କେବେ ବି ଏକ ହୋଇପାରିବ ନାହିଁ। ରାଜ୍ୟସଭା ରେ ବିଜେପି ଜିତିଛୁ ଏବଂ ଜିତିବ। 

Congress BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ