Advertisment

Dillip Ray’s Emotional Tweet: ନାମାଙ୍କନ ଦାଖଲ ପୂର୍ବରୁ ଦିଲ୍ଲୀପ ରାୟଙ୍କ ଭାବବିହ୍ବଳ ଟ୍ବିଟ୍, ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଜଣାଇଲେ ଶ୍ରଦ୍ଧାଞ୍ଜଳି

ସେ କହିଛନ୍ତି, ୫ ମାର୍ଚ୍ଚ କେବେ ବି କ୍ୟାଲେଣ୍ଡରରେ କେବଳ ଏକ ତାରିଖ ହୋଇନାହିଁ। ଏହା ଏକ ଏପରି ଦିନ ଯାହା ସ୍ମୃତି, ଶକ୍ତି, ମାର୍ଗଦର୍ଶନ ଏବଂ କୃତଜ୍ଞତାର ଏକ ଅପୂର୍ବ ଭାବନାକୁ ମନେପକାଉଛି।

Dillip Ray

Dillip Ray Photograph: (OTV)

Advertisment

ବିଜୁ ଜୟନ୍ତୀରେ ଦିଲ୍ଲୀପ ରାୟ ଖେଳିଲେ ‘ବିଜୁ କାର୍ଡ’ । ଆଜି ନାମାଙ୍କନ ଦାଖଲ କରିବା ପୂର୍ବରୁ ହୃଦୟସ୍ପର୍ଶୀ ପୋଷ୍ଟ କରିଛନ୍ତି ଦିଲ୍ଲୀପ ରାୟ । ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ।ଏହି ଅବସରର ବିଜୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଦିଲ୍ଲୀପ ରାୟ।

Advertisment

ସେ କହିଛନ୍ତି, ୫ ମାର୍ଚ୍ଚ କେବେ ବି କ୍ୟାଲେଣ୍ଡରରେ କେବଳ ଏକ ତାରିଖ ହୋଇନାହିଁ। ଏହା ଏକ ଏପରି ଦିନ ଯାହା ସ୍ମୃତି, ଶକ୍ତି, ମାର୍ଗଦର୍ଶନ ଏବଂ କୃତଜ୍ଞତାର ଏକ ଅପୂର୍ବ ଭାବନାକୁ ମନେପକାଉଛି। ସେ ଆହୁରି କହିଛନ୍ତି, ବିଜୁବାବୁ ଜଣେ ପ୍ରକୃତ ରାଜନେତା ଥିଲେ। ଦଳୀୟ ସୀମା ଏବଂ ବିଚାରଧାରାରୁ ସେ ଥିଲେ ଉର୍ଦ୍ଧ୍ୱରେ। ସେ ଓଡ଼ିଶାର ଥିଲେ ଏବଂ ପ୍ରତ୍ୟେକ ଓଡ଼ିଆ ତାଙ୍କ ଐତିହ୍ୟରେ ଅନ୍ତର୍ଭୁକ୍ତ।

ତାଙ୍କ ଜୀବନ ସାହସ, ସ୍ୱାଭିମାନ ଏବଂ ନିର୍ଭୀକ ସେବାର ବାର୍ତ୍ତା ଥିଲା। ସେ ଏପରି ଏକ ଓଡ଼ିଶା ସ୍ୱପ୍ନ ଦେଖିଥିଲେ ଯାହା ଆତ୍ମବିଶ୍ୱାସ, ମର୍ଯ୍ୟାଦା ଏବଂ ଗର୍ବର ସହିତ ଛିଡା ହେବ। ଏହି ଅବସରରେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଚାହୁଁଛି ଏବଂ ବିଶେଷକରି ବିଜୁ ବାବୁଙ୍କ ଦୃଷ୍ଟିକୋଣ ଏବଂ ଐତିହ୍ୟ ଦ୍ୱାରା ଅନୁପ୍ରାଣିତ ସମସ୍ତଙ୍କ ସମର୍ଥନ ଚାହୁଁଛି ବୋଲି କହିଛନ୍ତି ଦିଲ୍ଲୀପ ରାୟ। ...

Advertisment

ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଦିଲ୍ଲୀପ ରାୟ

'ବିଜୁବାବୁ ଜଣେ ପ୍ରକୃତ ରାଜନେତା ଥିଲେ'
'ଦଳୀୟ ସୀମା ଏବଂ ବିଚାରଧାରାରୁ ସେ ଉର୍ଦ୍ଧ୍ୱରେ'

Dillip Ray Biju Babu Jayanti
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ