Advertisment

Rahul vs Bittu: ରାହୁଲ ଗାନ୍ଧୀ-କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟ୍ଟୁ ମୁହାଁମୁହିଁ, ରାହୁଲଙ୍କ ଆକ୍ଷେପ ଶିଖ୍ ବିରୋଧୀ କହି ଗର୍ଜିଲା ବିଜେପି

କେନ୍ଦ୍ରମନ୍ତ୍ରୀ ରବନୀତ ପାର୍ଲାମେଣ୍ଟ ଭିତରକୁ ଯାଉଥିବା ବେଳେ ତାଙ୍କୁ ବିଶ୍ବାସଘାତକ ବୋଲି କହି ଆକ୍ଷେପ କରିଥିଲେ । ଜବାବରେ ରବନୀତ ରାହୁଲଙ୍କୁ ଦେଶର ଶତ୍ରୁ ବୋଲି କହିଥିଲେ ।

RAHUL-BITTU

RAHUL-BITTU Photograph: (OTV)

Advertisment

ପାର୍ଲାମେଣ୍ଟ ଗେଟ୍ ଆଗରେ ତୁ ତୁ ମେ ମେ । ତାହା ପୁଣି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟ୍ଟୁଙ୍କ ମଧ୍ୟରେ । କେନ୍ଦ୍ରମନ୍ତ୍ରୀ ରବନୀତ ପାର୍ଲାମେଣ୍ଟ ଭିତରକୁ ଯାଉଥିବା ବେଳେ ତାଙ୍କୁ ବିଶ୍ବାସଘାତକ ବୋଲି କହି ଆକ୍ଷେପ କରିଥିଲେ ।

Advertisment

ଜବାବରେ ରବନୀତ ରାହୁଲଙ୍କୁ ଦେଶର ଶତ୍ରୁ ବୋଲି କହିଥିଲେ । ଆଉ ଏହାକୁ ନେଇ ଆଜି ସାରା ଦେଶରେ ଚର୍ଚ୍ଚା । ସେପଟେ ରାହୁଲଙ୍କ ଆକ୍ଷେପକୁ ଶିଖ୍ ବିରୋଧୀ କହି ବିଜେପି ନିନ୍ଦା କରିବା ସହ ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଛି ।...

ପାର୍ଲାମେଣ୍ଟ ପରିସରରେ ବାକ୍ ଯୁଦ୍ଧ । ବିରୋଧୀ ଦଳ ନେତା ଓ କେନ୍ଦ୍ରମନ୍ତ୍ରୀ କଥା କଟାକଟି ।..... ରାହୁଲ-ରବନୀତ୍ ମୁହାଁମୁହିଁ । ....ଆଜି ସଂସଦ ଭବନ ପରିସରରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ମକର ଦ୍ବାର ନିକଟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ ସାଂସଦମାନେ ପ୍ରତିବାଦ କରୁଥିଲେ । ସେହି ବାଟ ଦେଇ ପାର୍ଲାମେଣ୍ଟ ଭିତରକୁ ଯାଉଥିଲେ କେନ୍ଦ୍ର ରେଳ ରାଷ୍ଟ୍ର ମନ୍ତ୍ରୀ ରବନୀତ ସିଂ ବିଟ୍ଟୁ ।

Advertisment

ରାହୁଲଙ୍କ ସହ ହାତ ମିଳାଇବାକୁ ମନା କଲେ

ଆଉ ଏହି ସମୟରେ ରାହୁଲ, ରବନୀତଙ୍କୁ ଦେଖି ବିଶ୍ବାସଘାତକ ଚାଲି ଚାଲି ଆସୁଛନ୍ତି ବୋଲି କହିବା ସହ ଆଉ ହେଣ୍ଡସେକ୍ କରିବାକୁ  ହାତ ବଢାଇଥିଲେ ।.... ରାହୁଲଙ୍କ ଏପରି କଥା ଶୁଣି କେନ୍ଦ୍ରମନ୍ତ୍ରୀ ରବନୀତ୍ ରାଗିଯାଇଥିଲେ । ରାହୁଲଙ୍କ ସହ ହାତ ମିଳାଇବାକୁ ମନା କରିବା ସହ ଜବାବ ଦେଇ ରବନୀତ୍ କହିଥିଲେ, ଆପଣ ଦେଶର ଶତ୍ରୁ । ଏହି କଥାକୁ ନେଇ ସେଠାରେ ଉପସ୍ଥିତ ସାଂସଦମାନଙ୍କ ମଧ୍ୟରେ ବେଶ୍ ହୋ-ହଲ୍ଳା ହୋଇଥିଲା ।

ରାହୁଲଙ୍କ ଏପରି କହିବା ପଛରେ ତାଙ୍କର କିଛି ଉଦ୍ଦେଶ୍ୟ ଥିବା ମଧ୍ୟ କୁହାଯାଉଛି । କାରଣ, ରବନୀତ୍ ବିଟ୍ଟୁ ପୂର୍ବରୁ କଂଗ୍ରେସରେ ଥିଲେ । ରାହୁଲ ଗାନ୍ଧୀଙ୍କ ସବୁଠୁ ଘନିଷ୍ଠ ଥିଲେ । ୨୦୨୧ରେ ଲୋକସଭାରେ କଂଗ୍ରେସ ଦଳ ନେତା ଥିଲେ । ହେଲେ ୨୦୨୪ରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ତେବେ ରାହୁଲଙ୍କ ବ୍ୟବହାର ରାସ୍ତାର ଗୁଣ୍ଡା ଭଳିଆ ଥିଲା ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ରବନୀତ୍ । 

Advertisment

ଅନ୍ୟପକ୍ଷରେ  ବିଶ୍ବାସଘାତକ ଶବ୍ଦ କହିବା ନେଇ ବିଜେପି ରାହୁଲ ଗାନ୍ଧୀଙ୍କୁ ଜୋରଦାର ସମାଲୋଚନା କରିଛି । ଦେଶର ବିଭିନ୍ନ  ସ୍ଥାନରେ ରାହୁଲଙ୍କ ମନ୍ତବ୍ୟକୁ ବିରୋଧ କରି ପ୍ରତିବାଦ କରିଛି ବିଜେପି । କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଏଭଳି କାହାକୁ କହିବା ଗ୍ରହଣୀୟ ନୁହେଁ ।  

ରବନୀତ ରାହୁଲଙ୍କୁ ଛାଡି ମୋଦିଙ୍କ ନୀତିକୁ ଗ୍ରହଣ କରିବାର ଅର୍ଥ ନୁହେଁ ତାହାଙ୍କୁ ବିଶ୍ବାସଘାତକ କୁହାଯିବ । ରାହୁଲ ଶାଳୀନତା, ମର୍ଯ୍ୟାଦା ଓ ଗରିମାର ସମସ୍ତ ସୀମା ଲଂଘି ଯାଇଛନ୍ତି । ବିଶ୍ବାସଘାତକ କହି ରାହୁଲ ପୂରା ଶିଖ ସମୁଦାୟଙ୍କୁ ଅପମାନିତ କରିଛନ୍ତି । 
ରାହୁଲ ଏବଂ ବିଟ୍ଟୁଙ୍କ କଳିତକରାଳ ନେଇ ଆଜି ଦେଶବ୍ୟାପୀ ଚର୍ଚ୍ଚା ଲାଗି ରହିଛି ।


BJP Congress Rahul Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ