Advertisment

Prashant Kishor: ବିହାର ରାଜନୀତିରେ ପ୍ରଶାନ୍ତ କିଶୋରଙ୍କ ବଡ଼ ଘୋଷଣା, ଲଢ଼ିବେନି ବିଧାନସଭା ନିର୍ବାଚନ

ବିହାରର ରାଜନୈତିକ ରଣନୀତିଜ୍ଞ ତଥା ନେତା ପ୍ରଶାନ୍ତ କିଶୋର ଏକ ବଡ଼ ଘୋଷଣା କରିଛନ୍ତି। ଏକ ସାକ୍ଷାତକାରରେ  ସେ ସ୍ପଷ୍ଟ କହିଛନ୍ତି ଯେ ସେ ବିହାର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଭାବେ ଲଢ଼ିବେ ନାହିଁ ।

PK

PK Photograph: (OTV)

Advertisment

ବିହାରର ରାଜନୈତିକ ରଣନୀତିଜ୍ଞ ତଥା ନେତା ପ୍ରଶାନ୍ତ କିଶୋର ଏକ ବଡ଼ ଘୋଷଣା କରିଛନ୍ତି। ଏକ ସାକ୍ଷାତକାରରେ  ସେ ସ୍ପଷ୍ଟ କହିଛନ୍ତି ଯେ ସେ ବିହାର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଭାବେ ଲଢ଼ିବେ ନାହିଁ । ପ୍ରଶାନ୍ତ କହିଛନ୍ତି, “ଜନ ସୁରାଜ ଅଭିଯାନ ନିଷ୍ପତ୍ତି ନେଇଛି ଯେ ମୋତେ ସାଙ୍ଗଠନିକ କାମ ଉପରେ ଧ୍ୟାନ ଦେବାକୁ ହେବ, ତେଣୁ ମୁଁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବି ନାହିଁ।”

Advertisment

ବିକଳ୍ପ ରାଜନୀତିର ସ୍ୱପ୍ନ

ପିକେ କହିଛନ୍ତି ଯେ ଜନ ସୁରାଜ କେବଳ କ୍ଷମତା ହାସଲ କରିବାର ଆନ୍ଦୋଳନ ନୁହେଁ, ବରଂ ଏକ ବିକଳ୍ପ ରାଜନୈତିକ ଚିନ୍ତାଧାରା। ସେ ଦାବି କରିଛନ୍ତି ଯେ ଯଦି ବିହାରରେ ଜନ ସୁରାଜକୁ ୧୫୦ରୁ କମ ଆସନ ମିଳେ, ତାହାକୁ ପରାଜୟ ବୋଲି ଗଣାଯିବ। ସେ କହିଛନ୍ତି, “ଆମେ ପରିବର୍ତ୍ତନର ରାଜନୀତି କରୁଛୁ, ଅଧା-ଅଧୁରା ଜନାଦେଶ ଆମ ଲକ୍ଷ୍ୟକୁ ଦୁର୍ବଳ କରିବ।”

ନୀତୀଶ ସରକାର ଉପରେ ଆକ୍ରମଣ

ନୀତୀଶ କୁମାରଙ୍କ ସରକାରଙ୍କୁ ଟାର୍ଗେଟ କରି ପିକେ କହିଛନ୍ତି ଯେ ବର୍ତ୍ତମାନର ଶାସନରେ ଦୁର୍ନୀତିର ମୂଳ ଆଗକୁ ଅପେକ୍ଷା ଅଧିକ ଗଭୀର ହୋଇଛି। ସେ ଅଭିଯୋଗ କରିଛନ୍ତି ଯେ ନୀତୀଶଙ୍କ ସରକାରର ଅନେକ ନେତା ଆରଜେଡି ନେତାଙ୍କଠାରୁ ମଧ୍ୟ ଅଧିକ ଦୁର୍ନୀତିଗ୍ରସ୍ତ। ସେ କହିଛନ୍ତି, “କ୍ଷମତାରେ ଥିବା ଲୋକମାନେ ଜନସେବା ନୁହେଁ, ବ୍ୟକ୍ତିଗତ ଲାଭ ପାଇଁ ରାଜନୀତି କରୁଛନ୍ତି।”

Advertisment

ଜନ ସୁରାଜର ଯାତ୍ରା

ଜନ ସୁରାଜ ଅଭିଯାନର ପ୍ରତିଷ୍ଠାତା ଭାବେ ପ୍ରଶାନ୍ତ କିଶୋର ଗତ ଦୁଇ ବର୍ଷ ଧରି ଗାଁ ଗାଁ ପଦଯାତ୍ରା କରି ଲୋକଙ୍କ ସହ କଥା ହେଉଛନ୍ତି । ସେମାନଙ୍କ ସମସ୍ୟା ବୁଝୁଛନ୍ତି । ସେ କହିଛନ୍ତି, “ଏହି ଆନ୍ଦୋଳନ କୌଣସି ବ୍ୟକ୍ତି କିମ୍ବା ପଦ ପାଇଁ ନୁହେଁ, ବରଂ ବିହାରର ଭବିଷ୍ୟତ ପାଇଁ।” 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ