PRABHAT_BISWAL Photograph: (OTV)
ବିଜେଡି ପ୍ରତିଷ୍ଠା ଦିବସ ଖୋଲା ମଞ୍ଚରେ ପ୍ରଭାତ ବିଶ୍ୱାଳଙ୍କ ବିସ୍ଫୋରଣ । ବିଜେଡି ହାରୁ ନେତାଙ୍କୁ ଧୋଇଲେ, ପାଣ୍ଡିଆନ ଦମ୍ପତିଙ୍କୁ ପ୍ରଶଂସାରେ ପୋତିଲେ । ବବି, ଦେବୀ, ଅତନୁ, ପ୍ରତାପ ଓ ସଞ୍ଜୟଙ୍କ ନାଁ ନେଇ ବର୍ଷିଲେ ପ୍ରଭାତ ।
ଅଯଥା ଦଳୀୟ କାର୍ଯ୍ୟକ୍ରମରେ ହସ୍ତକ୍ଷେପ ନ କରିବାକୁ କହିଲେ ପ୍ରଭାତ । ହାରି ଯାଇଥିବା ବିଜେଡି ନେତାଙ୍କୁ ଅନୁରୋଧ ନିଜ ନିର୍ବାଚନମଣ୍ଡଳୀ ଜଗନ୍ତୁ । ଦଳ ବିଷୟରେ ମୁଣ୍ଡ ପୂରାନ୍ତୁ ନାହିଁ । ମେ' ୨୯ର ଚକ୍ରାନ୍ତ ହୁ ହୁ ହୋଇ ଜଳୁଛି । ପ୍ୟାରୀମୋହନଙ୍କ ପରେ ପାଣ୍ଡିଆନଙ୍କ ଦଳ ପ୍ରତି ଯଥେଷ୍ଟ ଅବଦାନ ଅଛି । ପାଣ୍ଡିଆନଙ୍କ ପାଇଁ ୨୦୧୯ରେ ବିଜୁ ଜନତା ଦଳ ସରକାର ଗଢ଼ିଥିଲା ।
ଲୋକଙ୍କ ସେବା ପାଇଁ ସେ IAS ଭଳି ଚାକିରି ଛାଡ଼ିଛନ୍ତି । ତାଙ୍କ ପ୍ରତି ଅବିଚାର ହେଲେ ମୁଁ ବିରୋଧ କରିବି। ସୁଜାତା କାର୍ତ୍ତିକେୟନଙ୍କ ଯଥେଷ୍ଟ ଅବଦାନ ଅଛି, ତାଙ୍କୁ ରାଜ୍ୟସଭା ପଠାଯାଉ ବୋଲି କହିଛନ୍ତି ପ୍ରଭାତ। ଆଉ ହାରୁ ନେତାମାନେ ସେ ସିଟ୍ ଉପରେ ନଜର ନ ପକାନ୍ତୁ ।
ନବୀନ ଶ୍ରୀରାମ ଆମେ ହନୁମାନ
ସୁଜାତା କାର୍ତ୍ତିକେୟନଙ୍କ ସପକ୍ଷରେ ଯୁବ ଛାତ୍ର ବିଜେଡ଼ି। ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଲେ, ନବୀନ ବାବୁ ଶ୍ରୀରାମ ଆମେ ହନୁମାନ। ଯାହା ସେ ନିଷ୍ପତ୍ତି ନେବେ ଆମେ ଗ୍ରହଣ କରିବୁ। ସୁଜାତା ଜଣେ ଉଚ୍ଚ ଶିକ୍ଷିତା ଓ ଦକ୍ଷତା ସମ୍ପନ୍ନ ମହିଳା। ମହିଳା ସଶକ୍ତୀକରଣରେ ତାଙ୍କର ବଡ ଭୂମିକା ରହିଛି।
ଏପଟେ ଛାତ୍ର ବିଜେଡ଼ି ସଭାନେତ୍ରୀ ଇପସିତା ସାହୁ କହିଲେ ଯେ ରାଜ୍ୟରେ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ରାଜ୍ୟର ମୁଖ୍ୟ ଶାସନ ସଚିବ ମଧ୍ୟ ଜଣେ ମହିଳା ହେବାକୁ ଯାଉଛନ୍ତି। ବିଜେଡିକୁ ମହିଳା ନେତୃତ୍ବ ଆସିଲେ ସ୍ବାଗତ କରାଯିବ । ନବୀନ ବାବୁ ଯାହା ନିଷ୍ପତ୍ତି ନେବେ ଆମେ ଗ୍ରହଣ କରିବୁ ବୋଲି ସେ କହିଛନ୍ତି... ।
ଆମେ ବିଜୁବାବୁଙ୍କ ରାସ୍ତାରେ
ବିଜେଡି ପ୍ରତିଷ୍ଠା ଦିବସରେ ପାଣ୍ଡିଆନଙ୍କ ନାଁ ନ ନେଇ ଟାର୍ଗେଟ୍। ସାଂସଦ ମୁନ୍ନା ଖାନ୍ ଖୁବ୍ ବର୍ଷିଛନ୍ତି। କହିଛନ୍ତି ବିଜୁ ବାବୁଙ୍କ ରାସ୍ତାରେ ଆମେ ଚାଲୁଥିଲୁ । ନବୀନ ବାବୁ ଆସିବା ପରେ ଟିକେ ପରିବର୍ତ୍ତନ କଲେ । ବିଜୁ ବାବୁ କହୁଥିଲେ ଯେଉଁ ଅଫିସର କାମ କରୁନି ତାଙ୍କୁ ଚାପୁଡ଼ା ମାର । କିନ୍ତୁ ଆମ ନେତା ନବୀନ ବାବୁ ଆମକୁ ଶାନ୍ତି ଶୃଙ୍ଖଳାର ପାଠ ପଢେଇଲେ ।
ମୁଁ ନବୀନଙ୍କୁ କହିସାରିଛି ବର୍ତ୍ତମାନ ଆମେ ବିଜୁ ବାବୁ ଫର୍ମୁଲା ଆପଣେଇବୁ । ଦୁଇ ମୁଣ୍ଡିଆ ଦୁଇ ପଟେ ଚାଲାକି ଦେଖାଇଲେ ଆଉ ଚଳିବ ନାହିଁ । ଇଏ ଦୁଇ ମୁଣ୍ଡିଆମାନଙ୍କୁ ଆମେ ଛାଡ଼ିବୁନି । କାହା ଅଣ୍ଡରରେ ରହିବାର ନାହିଁ, ନବୀନଙ୍କ ଅଣ୍ଡରରେ ରହି କାମ କରିବା ବୋଲି କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ମୁନ୍ନା ଖାନ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/26/prabhat_biswal-2025-12-26-17-20-09.jpg)