Advertisment

Arvind Effect Jolts BJD: ଅରବିନ୍ଦ ଝଡ଼ରେ ଘାଇଲା ବିଜେଡି, ସମର୍ଥକଙ୍କ ସହ ଅରବିନ୍ଦଙ୍କ ପାୱାର ସୋ

ଅରବିନ୍ଦ ଝଡ଼ରେ ଘାଇଲା ବିଜେଡି। ନିରବ ବରିଷ୍ଠ। ଅରବିନ୍ଦଙ୍କ ନିଲମ୍ବନ ନିଷ୍ପତ୍ତି ଦଳୀୟ କନ୍ଦଳକୁ ଆହୁରି ବଢାଇଦେଇଛି। ଆଉ ଅରବିନ୍ଦ ଭୁବନେଶ୍ବରଠାରୁ ପାଟକୁରା ଯାଏ ପାୱାର ସୋ ମାଧ୍ୟମରେ ଖୋଲା ଚାଲେଞ୍ଜ ଦେଇଛନ୍ତି। ଯେଉଁଥିପାଇଁ ଚାପ ଓ ଚିନ୍ତା ରେ ନବୀନ।...

Aravind Mohapatra

Aravind Mohapatra Photograph: (OTV)

Advertisment

କାଲି ରାଜଧାନୀ। ଆଜି ପାଟକୁରା। ବିଜେଡିରୁ ନିଲମ୍ବନ ପରେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ପାୱାର ସୋ। ଗତକାଲି ଭୁବନେଶ୍ୱରରେ 51 ପଂଚାୟତର କର୍ମୀ ନବୀନ ନିବାସ ଆସି ଜବାବ ମାଗିଥିଲେ। ଦଳୀୟ କାର୍ଯ୍ୟାଳୟ ଶଙ୍ଖଭବନ ଘେରାଉ କରିଥିଲେ। କିନ୍ତୁ ଉତ୍ତର ନମିଳିବାରୁ ଆଜି ପାଟକୁରା ନିର୍ବାଚନ ମଣ୍ଡଳୀ ଡେରାବିଶ ବ୍ଲକର ସଲାର ମଠ ଠାରେ ନିଜ ସମର୍ଥକଙ୍କ ସହିତ ଶକ୍ତି ପ୍ରଦର୍ଶନ କରିଛନ୍ତି ଅରବିନ୍ଦ।

Advertisment

ରୋଡ୍ ସୋ କରି ନବୀନଙ୍କ ଉପରେ ବର୍ଷିଛନ୍ତି ଅରବିନ୍ଦ ଓ ସମର୍ଥକ। ଅରବିନ୍ଦ କହିଛନ୍ତି ନବୀନ ବାବୁ ମିଛ କହିଛନ୍ତି। ତାଙ୍କ ସହ ଅନ୍ୟ ନେତା ବି ମୋ ଚିତ୍ର ଖରାପ କରିବାକୁ ଚେଷ୍ଟା କରିଛନ୍ତି। ଗତ ୧୫ରୁ ୨୧ ତାରିଖ ଭିତରେ ୮ଟି ଅଭିଯୋଗ ଦଳ ଆଣିଛି। ସବୁତକ ଅଭିଯୋଗ ସମ୍ପୂର୍ଣ୍ଣ ମିଛ।...

ସେପଟେ ଅରବିନ୍ଦ ଝଡ ପରେ ଚିନ୍ତାରେ ନବୀନ। କାରଣ ୨୪ ବର୍ଷ ଭିତରେ ଯାହା ଘଟି ନଥିଲା, ତାଙ୍କ ସୁପ୍ରିମାସିକୁ ଖୋଲା ଚ୍ୟାଲେଞ୍ଜ୍ କରି ତାହା ଘଟିଗଲା। ନବୀନଙ୍କ ନିଷ୍ପତ୍ତିକୁ ବିରୋଧ କରି ଉତ୍ତର ମାଗିବାକୁ ନବୀନ ନିବାସ ଯାଏଁ ପହଞ୍ଚିଗଲେ ପାଟକୁରାବାସୀ। ହେଲେ ଏତେ ସତ୍ତ୍ବେ ବି ଦଳର ସିନିୟର ଲିଡର୍ ଚୁପ୍। ଅରବିନ୍ଦଙ୍କ ବିରୋଧରେ କେହି ପାଟି ଖୋଲୁ ନାହାଁନ୍ତି। ଦଳର ଅନ୍ଦର ମହଲରେ ଏହି ଚର୍ଚ୍ଚା ଯେ ଯାହା ହେଲା ଠିକ୍ ହେଲାନି। ଏଠି ପ୍ରଶ୍ନ ତାହାଲେ ନବୀନ ପଟ୍ଟନାୟକ ଅରବିନ୍ଦଙ୍କ ବିରୋଧରେ ଏତେ ତଥ୍ୟ ପାଇଲେ କେମିତି ? ...

Advertisment

ଚକ୍ରାନ୍ତ ପଛରେ ଅତନୁ ସବ୍ୟସାଚୀ ?

ଅରବିନ୍ଦଙ୍କ ସମର୍ଥକଙ୍କ ଦୃଢୋକ୍ତି, ଏହି ଚକ୍ରାନ୍ତ ପଛରେ ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡା ନେତା ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରମୁଖ ଭୂମିକା ରହିଛି। ମହାକାଳପଡାରୁ ପ୍ରତ୍ୟାଖ୍ୟାତ ହେବା ପରେ ଅତନୁ ଏବେ ପାଟକୁରାରେ ନିଜ ପ୍ଲଟ୍ ତିଆରି କରିବାକୁ ଯୋଜନା କରିଛନ୍ତି। ଯେଉଁଥିପାଇଁ ଅରବିନ୍ଦ କଣ୍ଟାକୁ ସେ କଳେ ବଳେ କୌଶଳେ ସଫା କରିବାକୁ ଚେଷ୍ଟା କରିଛନ୍ତି।

ଏତେ ବଡ ନିଷ୍ପତ୍ତିକୁ ଚାଲେଞ୍ଜ କରି ଶଙ୍ଖ ଭବନଠୁ ନବୀନ ନିବାସ ଯାଏ ହଲ୍ ଚଲ୍ କରିଦେଇଥିବା ଅରବିନ୍ଦ ଅନ୍ୟ ବିଦ୍ରୋହୀଙ୍କ ପାଇଁ ବି ନୂଆ ଦିଶା ଦେଖାଇଛନ୍ତି। ଏଠି ପ୍ରଶ୍ନ ନିଲମ୍ବନ ପର୍ବ ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ନାହିଁ ତ। ଏନେଇ ଅତନୁଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ଦଳ କହିଛି ନବୀନଙ୍କ ନିଷ୍ପତ୍ତି ଠିକ୍। ...

Advertisment

ଏବେ ଦେଖିବାର କଥା ବିଜେଡି ପାଇଁ ନିଲମ୍ବନ ରଣନୀତି ବୁମେରାଂ ସାଜିବା ପରେ ଶଙ୍ଖପତି ଆଗକୁ କାହାଠୁ ପରାମର୍ଶ ନେଇ କି ପଦକ୍ଷେପ ନେଉଛନ୍ତି। 

Naveen Patnaik BJD Arabinda Mohapatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ