Advertisment

Remark by Bhakta Charan Das: କହୁ କହୁ କହିଦେଲେ ଭକ୍ତ ଦାସ, ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ AICC…

ବିଜେଡି-କଂଗ୍ରେସ-ସିପିଏମ୍ ଏକାଠି ହେବା ରାଜନୈତିକ ନିଷ୍ପତ୍ତି ବୋଲି ସେ କହିଛନ୍ତି । ଆଦରଣୀୟ ନବୀନ ବାବୁଙ୍କ ପ୍ରସ୍ତାବକୁ AICC ଗ୍ରହଣ କରିଥିବା ସେ କହିଛନ୍ତି । ଆମେ କଥାବାର୍ତ୍ତା ହୋଇ ରାଜ୍ୟ ହିତରେ କମନ କ୍ୟାଣ୍ଡିଡେଟ୍ ଦେଲୁ ବୋଲି ସେ କହିଛନ୍ତି ।

Bhakta Das

Bhakta Das Photograph: (OTV)

Advertisment

ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନାମାଙ୍କନ ପରେ ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଲେ ପିସିସି ସଭାପତି ଭକ୍ତ ଦାସ । ସେ କହିଛନ୍ତି, ବହୁ ବର୍ଷ ପରେ ଓଡ଼ିଶାରେ ସମଭାବାପନ୍ନ ଦଳମାନେ ଏକାଠି ହେଲେ । ବିଜେଡି-କଂଗ୍ରେସ-ସିପିଏମ୍ ଏକାଠି ହେବା ରାଜନୈତିକ ନିଷ୍ପତ୍ତି ବୋଲି ସେ କହିଛନ୍ତି । ଆଦରଣୀୟ ନବୀନ ବାବୁଙ୍କ ପ୍ରସ୍ତାବକୁ AICC ଗ୍ରହଣ କରିଥିବା ସେ କହିଛନ୍ତି ।

Advertisment

ଆମେ କଥାବାର୍ତ୍ତା ହୋଇ ରାଜ୍ୟ ହିତରେ କମନ କ୍ୟାଣ୍ଡିଡେଟ୍ ଦେଲୁ ବୋଲି ସେ କହିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ନାଁ କମେଇଥିବା ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଆମେ ପ୍ରାର୍ଥୀ କରିଛୁ । ନବୀନ  ବାବୁ ସ୍ପଷ୍ଟ ଭାବେ ସମାଜବାଦୀ, ସମଭାବାପନ୍ନ ଦଳଙ୍କ କଥା କହିଛନ୍ତି । ତେଣୁ ଓଡ଼ିଶା ରାଜନୀତିରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ଭକ୍ତ କହିଛନ୍ତି ।

ବିଜୁ ବାବୁଙ୍କ ପରି ନିଷ୍ପତ୍ତି

ତାଙ୍କ ମତରେ, ନବୀନ ବାବୁଙ୍କର ନାହିଁ ନ ଥିବା ଲୋକପ୍ରିୟତା ଓଡ଼ିଶାରେ ରହିଛି । ଭୋଟ୍ ପ୍ରତିଶତରେ ଆଜି ବି ସେ ରାଜ୍ୟରେ ସବୁଠୁ ଅଧିକରେ ଅଛନ୍ତି ବୋଲି ଭକ୍ତ କହିଛନ୍ତି । ନବୀନ ବାବୁଙ୍କ ଏହି ନିଷ୍ପତ୍ତି ବହୁତ ବଡ଼, ପୂର୍ବରୁ ବିଜୁ ବାବୁ ଏପରି କରୁଥିଲେ ବୋଲି କହିବାକୁ ପଛାଇନାହାନ୍ତି ପିସିସି ସଭାପତି । 

Advertisment

ସେତେବେଳେ ବିଜୁ ବାବୁଙ୍କ ନିଷ୍ପତ୍ତିକୁ ଭାରତ ବର୍ଷର ନେତାମାନେ ଗ୍ରହଣ କରୁଥିଲେ । ସେ ନବୀନଙ୍କର ଢେର୍ ପ୍ରଶଂସା କରିଛନ୍ତି । ତେବେ ପଞ୍ଚାୟତ ନିର୍ବାଚନ ଉପରେ ମତ ଦେଇ ସେ କହିଛନ୍ତି,  ପଞ୍ଚାୟତ ଓ ଅନ୍ୟ ନିର୍ବାଚନ ନେଇ ପରବର୍ତ୍ତୀ ଅବସ୍ଥାରେ ନିଷ୍ପତ୍ତି ନିଆଯିବ ।  

Bhakta Das Naveen Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ