Advertisment

Stage Set for Birth of a New Political Party: ଜାତୀୟ ଯୁବ ଦିବସରେ ନୂଆ ରାଜନୈତିକ ଦଳର ପଡିବ ମୂଳଦୁଆ, ସମାବେଶରେ ଯୋଗଦେବେ ଯୁବ ବର୍ଗ

କ୍ୟାଡର ଭିତ୍ତିରେ ଜାଗରଣ ସୃଷ୍ଟି କରାଯିବା ସହ ମୋକିମଙ୍କ ନୂଆ ରାଜନୈତିକ ଦଳର ମୁଳଦୁଆ ପଡିବ ବୋଲି ଚର୍ଚ୍ଚା ହେଉଛି। ଏହି ସମାବେଶରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୧୨ଶହରୁ ଅଧିକ ଯୁବନେତା ସାମିଲ ହେବେ ।

MOQUIM-NEW-PARTY

MOQUIM-NEW-PARTY Photograph: (OTV)

Advertisment

ଜାତୀୟ ଯୁବ ଦିବସରେ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ନୂଆ ରାଜନୈତିକ ଦଳର ପଡିବ ମୂଳଦୁଆ । ମାର୍ଚ୍ଚରେ ନୂଆ ରାଜନୈତିକ ଦଳ ଗଠନ ପୂର୍ବରୁ ଭୁବନେଶ୍ବରରେ ହେବାକୁ ଥିବା ଯୁବ ସମାବେଶରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯୋଗଦେବେ ଯୁବବର୍ଗ। ଓଡିଶାର ଗୌରବ ଫେରି ପାଇବା ପାଇଁ ବିପ୍ଳବର ଆବଶ୍ୟକତା ଥିବା ମୋକିମ କହିଥିବା ବେଳେ ରାଜନୀତି ସମୀକ୍ଷକଙ୍କ କହିବା କଥା ବିରୋଧୀ କଂଗ୍ରେସ ଓ ବିଜେଡିର ହୋଇପାରେ ବଡ କ୍ଷତି । ....

Advertisment

ଜାତୀୟ ଯୁବ ଦିବସରେ ଯୁବ ସମାବେଶ । ପଡିବ ନୂଆ ରାଜନୈତିକ ଦଳର ମୂଳଦୂଆ । ଶକ୍ତି ପ୍ରଦର୍ଶନ କରିବେ ମୋକିମ୍ । ଆରମ୍ଭ ହେଲାଣି ସଜବାଜ । ଭୁବନେଶ୍ବର ସତ୍ୟନଗର ଅଞ୍ଚଳରେ ଚାଲିଛି ପ୍ରସ୍ତୁତି । ଆସନ୍ତାକାଲି ରାଜଧାନୀରେ ଜାତୀୟ ଯୁବ ଦିବସ ପାଳିବେ ବରିଷ୍ଠ ନେତା ମହମ୍ମଦ ମୋକିମ । ଉପକୂଳ ଓଡିଶାର ଯୁବ ନେତୃତ୍ବଙ୍କୁ ନେଇ ଓଡିଶାର ବିକାଶ ଉପରେ ହେବ ମାନସମନ୍ଥନ ।

କ୍ୟାଡର ଭିତ୍ତିରେ ଜାଗରଣ ସୃଷ୍ଟି କରାଯିବା ସହ ମୋକିମଙ୍କ ନୂଆ ରାଜନୈତିକ ଦଳର ମୁଳଦୁଆ ପଡିବ ବୋଲି ଚର୍ଚ୍ଚା ହେଉଛି। ଏହି ସମାବେଶରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୧୨ଶହରୁ ଅଧିକ ଯୁବନେତା ସାମିଲ ହେବେ । ମୋକିମ କହିଛନ୍ତି ୨୦୩୬ ମସିହାରେ ଓଡିଶାକୁ ଶହେ ବର୍ଷ ପୂରଣ ହେବ । ଓଡିଶାର ଗୌରବ ଫେରାଇ ଆଣିବା ପାଇଁ ଆଉ ଏକ ବିପ୍ଳବ ଦରକାର । ଏଥିପାଇଁ ଯୁବକମାନେ ନୂଆ ବାର୍ତ୍ତା ନେଇ ଯିବେ ।

Advertisment

ମୋକିମ ଯୁବ ସମାବେଶ ହେଲେ କାହାର ହେବ କ୍ଷତି? କେଉଁ ଦଳ ଉପରେ ପଡିବ ମୋକିମଙ୍କ ନଜର ? ତାକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ କଂଗ୍ରେସକୁ ଭାଗ ଭାଗ କରିବା ପାଇଁ ମୋକିମଙ୍କ ଯୋଜନା ବୋଲି କୁହାଯାଉଛି । ଯେବେଠାରୁ ମୋକିମ୍ କଂଗ୍ରେସରୁ ବହିଷ୍କାର ହେଲେଣି ସେବେଠାରୁ ନୂଆ ଦଳ ଗଢିବେ ବୋଲି ସଂକେତ ଦେଇଥିଲେ । ଯେଉଁ ଯୁବକମାନେ ଅନ୍ୟ ଦଳରେ ସୁଯୋଗ ପାଉନାହାନ୍ତି ସେମାନଙ୍କୁ ଦଳ ସୁଯୋଗ ଦେବେ ବୋଲି କହିଥିଲେ ।

ବିରୋଧୀ କଂଗ୍ରେସ ଓ ବିଜେଡିର ହୋଇପାରେ ବଡ କ୍ଷତି

ତେବେ ମୋକିମଙ୍କୁ କଡା ଜବାବ ଦେଇ ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି ଯିଏ କଂଗ୍ରେସରେ ରହି ରାଜ୍ୟ ସରକାର ବିରୁଦ୍ଧରେ କ୍ରିୟାଶୀଳ ହୋଇପାରିଲେନି ସେ ଅନ୍ୟ ଦଳ କଲେ ଆମେ ସ୍ବାଗତ କରିବୁ । କଂଗ୍ରେସରୁ ଯିଏ ଯିବା କଥା ଯାଆନ୍ତୁ। ଆମ ଦଳକୁ କିଛି ଫରକ ପଡିବନି ବୋଲି ଭକ୍ତ କହିଥିବା ବେଳେ ରାଜନୀତି ସମୀକ୍ଷକଙ୍କ କହିଛନ୍ତି, ବିଶେଷ କରି କଂଗ୍ରେସ ଓ ବିଜେଡି ଉପରେ ଏହାର ବେଶି ପ୍ରଭାବ ପଡିବ ।

Advertisment

କିନ୍ତୁ ନୂଆ ଦଳର ଭିବଷ୍ୟତ ଏବେଠାରୁ କହିହେବନି । ମୋକିମଙ୍କ ଯୁବ ସମାବେଶରେ କେଉଁ ଦଳର ରାଜନେତାମାନେ ସାମିଲ ହେଉଛନ୍ତି ଏବେ ସମସ୍ତଙ୍କ ନିଜର ତାଉପରେ । 
 

Md Moquim New Political Party
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ