Advertisment

Bhakta Das Flunks His First Big Test: ପ୍ରଥମ ଅଗ୍ନିପରୀକ୍ଷାରେ ପିସିସି ସଭାପତି ଭକ୍ତ ଦାସ ଫେଲ୍, ବିଫଳ ନୂଆପଡ଼ା ଷ୍ଟ୍ରାଟେଜୀକୁ ନେଇ ନିରଞ୍ଜନଙ୍କ ତେରଛା ବାଣ

ନୂଆପଡା ଉପନିର୍ବାଚନରେ କଂଗ୍ରେସର ସବୁ ଅଙ୍କ ଫେଲ୍ ମାରିଛି। ଆଦିବାସୀ କାର୍ଡ ଖେଳି ଦଳକୁ ବିଜୟର ସ୍ବାଦ ଚଖେଇବା ପାଇଁ ଲକ୍ଷ୍ୟ ରଖିଥିବା ସଭାପତି ଭକ୍ତଙ୍କ ସବୁ ଆଶା ମଉଳି ଯାଇଛି।

CONGRESS

CONGRESS Photograph: (OTV)

Advertisment

ଭକ୍ତ ରାଜ୍ୟ କଂଗ୍ରେସର ମଙ୍ଗ ଧରିବାପରେ ନୂଆପଡା ଉପନିର୍ବାଚନ ତାଙ୍କ ପାଇଁ ଥିଲା ଅଗ୍ନି ପରୀକ୍ଷା। ହେଲେ ଘାସିରାମଙ୍କ ନିଜ ଭୋଟକୁ ବି ଦଳ ନିଜ ପାଖରେ ରଖିବାରେ ଅସମର୍ଥ ହେବାପରେ ଶାସକ ଦଳର କଳ, ବଳ ଓ କୈଶଳକୁ ଦାୟୀ କରିଛନ୍ତି ଭକ୍ତ । ସେପଟେ ରାଜନୀତି ସମୀକ୍ଷକଙ୍କ କହିବା କଥା କଂଗ୍ରେସ ପାଖରେ ମାନବ ସମ୍ବଳର ଅଭାବ ମୂଳ କାରଣ।...

Advertisment

ଭକ୍ତଙ୍କ ପ୍ରଥମ ପରୀକ୍ଷାରେ କଂଗ୍ରେସ ଫେଲ୍। ନୂଆପଡ଼ା ପରାଜୟ ପରେ ପିସିସି ମୁଖିଆଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ। କଂଗ୍ରେସ ଦ୍ବିତୀୟ ସ୍ଥାନକୁ ଉଠିଥିଲେ ବି ଭକ୍ତଙ୍କ ପ୍ରଥମ ଇଂନିସରେ ବିଫଳତାକୁ ନେଇ ଦଳ ଭିତରେ ନାନା ଅସନ୍ତୋଷ ମୁଣ୍ଡ ଟେକିଛି। କେଉଁଠି ରହିଲା ଭୁଲ୍ ? ରଣନୀତିରେ ନା କେନ୍ଦ୍ରୀୟ ନେତାଙ୍କ ସପୋର୍ଟ ମିଳିଲାନି ? ଉପକୂଳ ନେତାଙ୍କ ସହଯୋଗ ନଲୋଡିବା ଭକ୍ତଙ୍କ ପାଇଁ ଅଡୁଆ ହେଲା କି ? ପରାଜୟ ପଛରେ ସବୁଠୁ ବଡ଼ କାରଣ ଟଙ୍କା ବୋଲି ଗତକାଲି କ୍ଷୋଭର ସହ କହିଥିଲେ ଘାସିରାମ।

ଏବେ ବରିଷ୍ଠ ନେତା ମୁହଁ ଖୋଲି ପିସିସି ମୁଖିଆଙ୍କ ପାରିବା ପଣିଆକୁ ନେଇ ପରୋକ୍ଷରେ ନିଶାନା କରିଛନ୍ତି। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଷ୍ଟ୍ରାଟେଜୀ ଫେଲର କାରଣ ଭକ୍ତ କହିପାରିବେ ବୋଲି କହି ତେରଛା ବାଣ ମାରିଛନ୍ତି। ସେପଟେ ଗତଥର ଭଳି ଆଦିବାସୀ ଭୋଟକୁ କଂଗ୍ରେସ ନିଜ ପାଖରେ ରଖି ନପାରିବା ବିପର୍ଯ୍ୟୟର କାରଣ ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା। 

Advertisment

କଂଗ୍ରେସ ଭୋଟ୍ ବିଜେପି ଖାତାକୁ ଯାଇଛି

୨୦୨୪ରେ ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢ଼ି ଘାସିରାମ ମାଝୀ ପ୍ରାୟ ୫୧ ହଜାର ଭୋଟ ପାଇଥିଲେ। ଉପନିର୍ବାଚନରେ ଏହା ୪୦ ହଜାରକୁ ଖସିଲା। କଂଗ୍ରେସର ଭୋଟ୍ ବିଜେପି ଖାତାକୁ ଯାଇଛି। ପୂର୍ବରୁ ବିଜୟ ଦମ୍ଭୋକ୍ତି ଦେଖାଉଥିବା ଭକ୍ତ ପରାଜୟ ପରେ ଗତକାଲି ସୋସିଆଲ୍ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ବିଜେପିର ବିଜୟ ପଛରେ ଅର୍ଥ, ବାହୁବଳ ଓ ସରକାରୀ କଳକୁ ଦାୟୀ କରିଥିଲେ। 

ସେପଟେ ରାଜନୀତି ସମୀକ୍ଷକଙ୍କ ମତରେ ଭକ୍ତଙ୍କ ପାଖରେ ମାନବ ସମ୍ବଳ ଓ ମ୍ୟାଟେରିଆଲ ନଥିଲା। ପ୍ରଚାର କରୁଥିବା ନେତା ନୂଆପଡା ସହ ସେତିକି ଜଣାଶୁଣା ନୁହଁନ୍ତି। ... 

Advertisment

ବିଜେଡି-ବିଜେପି ମେଣ୍ଟ ସରକାର ଅମଳରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ନେତୃତ୍ବରେ ୨୦୦୬ରେ ତଳସରା ଓ ୨୦୦୮ରେ ଲକ୍ଷ୍ମୀପୁର ଉପନିର୍ବାଚନରେ ବାଜି ମାରିଥିଲା କଂଗ୍ରେସ। ତାପରଠୁ ଜିତିବା ତ ଦୂର ଥାଉ, ଦଳ ଭିତରେ ଥିବା ଅନ୍ତଃକନ୍ଦଳ ଯୋଗୁ ଉଧେଇ ପାରୁନି କଂଗ୍ରେସ। ...

Congress Bhakta Charan Das nuapada byelection
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ