Advertisment

Pandian Helicopter Row: ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ହେବ ତଦନ୍ତ, ଅଭିଯୋଗକାରୀଙ୍କୁ ତଥ୍ୟ ଦାଖଲ ପାଇଁ କ୍ରାଇମବ୍ରାଞ୍ଚ ନୋଟିସ୍

ଅଭିଯୋଗ ଥିଲା, ଫାଇଭ୍ ଟି ଅଧ୍ୟକ୍ଷ ଥିଲା ବେଳେ ରାଜ୍ୟବ୍ୟାପୀ ପାଣ୍ଡିଆନ୍ ବିଭିନ୍ନ ସଭା ଓ କାର୍ଯ୍ୟକ୍ରମରେ ସରକାରୀ କ୍ଷମତାର ଅପବ୍ୟହାର କରୁଥିଲେ। ସେହିପରି ସରକାରୀ ତହବିଲରୁ ବିପୁଳ ପରିମାଣର ଅର୍ଥ ବ୍ୟୟ କରି ହେଲିକପ୍ଟରରେ ଗସ୍ତ କରୁଥିଲେ ।

PANDIAN

PANDIAN Photograph: (OTV)

Advertisment

ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା, ପଲିଟିକାଲ ଲଞ୍ଚିଂ ପାଇଁ ସରକାରୀ ଟଙ୍କାର ଅପବ୍ୟବହାର ଏବଂ ସର୍ଭିସ ରୁଲ ଉଲ୍ଲଘଂନର ହେବ ତଦନ୍ତ। ତଥ୍ୟ ମାଗିଲା କ୍ରାଇମବ୍ରାଞ୍ଚ। ପାଣ୍ଡିଆନଙ୍କ ପାଇଁ ବଢିଲା ଅଡୁଆ। ଅଭିଯୋଗକାରୀଙ୍କୁ ଜାନୁଆରୀ ୬ ଭିତରେ ତଥ୍ୟ ଦେବାକୁ କୁହାଯାଇଛି।

Advertisment

ନିର୍ବାଚନ ପୂର୍ବରୁ ଗୃହ ବିଭାଗ ପାଖରେ ହୋଇଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ତେବେ କଂଗ୍ରେସ କିନ୍ତୁ ଏହା କେବଳ ଆଇ ୱାସ ବୋଲି ଅଭିଯୋଗ କରିଥିବା ବେଳେ ତଦନ୍ତ କରିବାକୁ ଚାଲେଞ୍ଜ ଦେଇଛି ବିଜେଡି।...

ପାଣ୍ଡିଆନଙ୍କ ପାଇଁ ବଢ଼ିଲା ଅଡୁଆ

ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ
ସରକାରୀ ଟଙ୍କାରେ ହେଲିକପ୍ଟରରେ ବୁଲାର ହେବ ତଦନ୍ତ
ଅଭିଯୋଗକାରୀଙ୍କୁ ତଥ୍ୟ ପ୍ରମାଣ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚର ନୋଟିସ୍

Advertisment

ଅଭିଯୋଗକାରୀ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ଇଏ ହେଉଛି କ୍ରାଇମବ୍ରାଞ୍ଚର ସେଇ ନୋଟିସ୍। ଯେଉଁଥିରେ 24 ନିର୍ବାଚନ ପୂର୍ବରୁ ପାଣ୍ଡିଆନଙ୍କ ବିରୋଧରେ ସେ ଆଣିଥିବା ଅଭିଯୋଗର ତଥ୍ୟ ସହ ଇଲେକ୍ଟ୍ରୋନିକ୍ସ ରେକର୍ଡ ଏବଂ ଅନ୍ୟାନ୍ୟ ପ୍ରମାଣ ଦାଖଲ କରିବାକୁ କୁହାଯାଇଛି। ଆସନ୍ତା ୬ ତାରିଖ ଭିତରେ ସମସ୍ତ ତଥ୍ୟ ଦାଖଲ ପାଇଁ ସୁରେନ୍ଦ୍ରଙ୍କୁ ଏଇ ନୋଟିସ୍ କରିଛି କ୍ରାଇମବ୍ରାଞ୍ଚ।

ସୁରେନ୍ଦ୍ରଙ୍କ ଅଭିଯୋଗ ଥିଲା ଫାଇଭ୍ ଟି ଅଧ୍ୟକ୍ଷ ଥିଲା ବେଳେ ରାଜ୍ୟବ୍ୟାପୀ ପାଣ୍ଡିଆନ୍ ବିଭିନ୍ନ ସଭା ଓ କାର୍ଯ୍ୟକ୍ରମରେ ସରକାରୀ କ୍ଷମତାର ଅପବ୍ୟହାର କରୁଥିଲେ। ସେହିପରି ସରକାରୀ ତହବିଲରୁ ବିପୁଳ ପରିମାଣର ଅର୍ଥ ବ୍ୟୟ କରି ହେଲିକପ୍ଟରରେ ଗସ୍ତ କରୁଥିଲେ ଏବଂ ସ୍କୁଲ, କଲେଜ ବନ୍ଦ କରି ସରକାରୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଯାହା ଓଡ଼ିଶା ରୁଲସ ଅଫ ବିଜିନେସ-୧୯୫୬ର ଉଲ୍ଲଘଂନ।...

Advertisment

ବଡ଼ କଥା ହେଉଛି, ସୁରେନ୍ଦ୍ର ତଥ୍ୟ ଦାଖଲ କରିବା ପରେ ଆଗକୁ ବଢିବ ତ କ୍ରାଇମବ୍ରାଞ୍ଚ ? ତଦନ୍ତ ପରିସରଭୁକ୍ତ ହେବେ ତ ପାଣ୍ଡିଆନ ? ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବେ ତ ସରକାର ? କାହିଁକିନା, ଯଦିଓ ନୂଆ ସରକାର ଆସିବା ପରେ ଏଇ ପ୍ରସଙ୍ଗକୁ ନେଇ 2024 ଅଗଷ୍ଟ ୧୪ ତାରିଖରେ କ୍ୟାପିଟାଲ ଥାନାରେ ପାଣ୍ଡିଆନଙ୍କ ନାଁରେ ଏତଲା ଦିଆଯାଇଥିଲା, ତା ସତ୍ତ୍ବେ କିଛି ବି କିଛି ହେଲାନି।

ବିଧାନସଭାରେ ଚାଲେଞ୍ଜ ଦେଇଥିଲେ

ସବୁଠୁ ବଡ଼ କଥା ହେଉଛି ପାଣ୍ଡିଆନଙ୍କ ଉପରେ ତଦନ୍ତ ଆଉ କାର୍ଯ୍ୟାନୁଷ୍ଠାନର କଥା କହି ହିଁ ସରକାରକୁ ଆସିଥିଲା ବିଜେପି। ଏମିତି କି ସରକାରକୁ ଆସିବା ପରେ ହେଲିକପ୍ଟର ବୁଲା, ହେଲିପ୍ୟାଡ ନିର୍ମାଣରେ ସରକାରୀ ଟଙ୍କାର ଅପଚୟର ତଦନ୍ତ ହେବ ବୋଲି ବାରମ୍ବାର କହି ଆସିଥିଲେ ନେତା ଓ ମନ୍ତ୍ରୀ।

କିନ୍ତୁ ଏଯାଏଁ ସେମିତି କିଛି ବି ହୋଇନି। ଯେଉଁଥିପାଇଁ ବିଧାନସଭାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରବିନ୍ଦ ମହାପାତ୍ରଙ୍କ ଭଳି ବିଜେଡି ନେତା ମଧ୍ୟ ପ୍ରଶ୍ନ ଉଠାଇ ଚାଲେଞ୍ଜ ଦେଇଥିଲେ। ତେଣୁ ଏଥର କ୍ରାଇମବ୍ରାଞ୍ଚର ଏ ନୋଟିସକୁ ନେଇ ତେଜିଛି ରାଜନୀତି।

ବିଜେଡିରେ ପାଣ୍ଡିଆନଙ୍କ ବିରୋଧରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଥିବା ବେଳେ କ୍ରାଇମବ୍ରାଞ୍ଚର ଏ ନୋଟିସ୍ ପାଣ୍ଡିଆନ୍ଙ୍କ ଅଡୁଆ ବଢ଼ାଇଛି। ତେବେ ଏହି ତଦନ୍ତ ତଦନ୍ତରେ ରହୁଛି ନା ଅସଲରେ କାର୍ଯ୍ୟାନୁଷ୍ଠାନ ହେଉଛି ତା ଉପରେ ନଜର। 

Crime Branch VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ