BHAKTA-CONGRESS Photograph: (OTV)
ଭକ୍ତଙ୍କ ବିଭୀଷଣ ଉପାଖ୍ୟାନ ପରେ ବଢିଲା କଂଗ୍ରେସ ବିବାଦ । ପ୍ରଶ୍ନ ଉଠାଇଲେ ନିରଞ୍ଜନ- ଯଦି ବିଭୀଷଣ ଅଛି, ତାହେଲେ ରାବଣ କିଏ ? କଂଗ୍ରେସକୁ ଫେରିଲା ପୁରୁଣା ରୋଗ। ନୂଆପଡ଼ା ଉପ-ନିର୍ବାଚନରେ ଶୋଚନୀୟ ପରାଜୟ ପରେ ପିସିସି ସଭାପତି ଭକ୍ତ ଦାସ ନିଜେ ଦୋଷ ମୁଣ୍ଡେଇବା ପରିବର୍ତ୍ତେ ଦଳର କିଛି ନେତାଙ୍କୁ ବିଭୀଷଣ ଆଖ୍ୟା ଦେଇଥିଲେ। ଯାହାକୁ ନେଇ କଂଗ୍ରେସ ଶିବିରରେ ଝଡ଼।
ବିଭୀଷଣ ପ୍ରସଙ୍ଗରେ ଭକ୍ତ, ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ଟାର୍ଗେଟ୍ କରିଥିବା ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ଖପ୍ପା ମୋକିମ୍ । ଏଥିପାଇଁ ଗତ ୧୭ ତାରିଖରେ ଭକ୍ତଙ୍କ ବିରୁଦ୍ଧରେ ଶୃଙ୍ଖଳା କମିଟିକୁ ଚିଠି ଲେଖଥିଲେ ମୋକିମ୍ ।
ଏସବୁ ଭିତରେ ଶୀର୍ଷ ନେତୃତ୍ବଙ୍କ କନ୍ଦଳରେ ପ୍ୟାଚ୍ ପକାଇବାକୁ ଯାଇ ମୋକିମ କହିଛନ୍ତି, ଶୃଙ୍ଖଳା କମିଟିଠୁ ଉତ୍ତର ପାଇଛି। କିନ୍ତୁ ଉତ୍ତରରେ କଣ ପାଇଛନ୍ତି ତାହା କହିବାକୁ ମନା କରିଦେଇଛନ୍ତି। ଏସବୁ ଭିତରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମାରିଛନ୍ତି ରାବଣ ବାଣ । କହିଛନ୍ତି, ବିଭୀଷଣ ସତ୍ୟପଥ ଅନୁସରଣ କରିଥିଲେ । ହେଲେ ରାବଣ ଭୁଲ୍ ମାର୍ଗରେ ଯାଇଥିଲେ। ଯଦି ଦଳରେ ବିଭୀଷଣ ଅଛନ୍ତି ତାହେଲେ ରାବଣ କିଏ ? ସେପଟେ ବିବାଦ ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।
ବରିଷ୍ଠଙ୍କ ମଧ୍ୟରେ ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବାବେଳେ କନିଷ୍ଠଙ୍କ ଟାର୍ଗେଟରେ ବି ପିସିସି ସଭାପତି । ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରି ଯୁବନେତା କହିଛନ୍ତି- କଂଗ୍ରେସ ଦଳ ପାଇଁ ଯୁବ ନେତୃତ୍ୱ ଲଢେଇ କରୁଥିବା ବେଳେ ପିସିସି ସଭାପତି ବିଭୀଷଣ ମନ୍ତବ୍ୟ ଦେବା ଉଚିତ ନୁହେଁ। ଏଭଳି ମନ୍ତବ୍ୟ ତାଙ୍କୁ ଶୋଭା ପାଉନି। ଦଳରେ ୭୦ ପ୍ରତିଶତରୁ ଅଧିକ ନେତା ବିଭୀଷଣ ବୟାନକୁ ବିରୋଧ କରୁଛନ୍ତି। ରାହୁଲ ଗାନ୍ଧୀ ସବୁ ଧର୍ମର ଲୋକଙ୍କ ପାଇଁ ଲଢେଇ କରୁଥିବା ବେଳେ ଭକ୍ତ କାହାକୁ ଧମକାଇବା ଓ ଡରାଇବା କଂଗ୍ରେସ ଦଳର କଲଚର ନୁହେଁ। ଏହାକୁ ବିରୋଧ କରି କିଛି ଯୁବ ନେତା ଦିଲ୍ଲୀ ଯିବାକୁ ସଜବାଜ ହେଉଥିବା ଜଣାପଡ଼ିଛି ।
ସେପଟେ ରାଜନୀତି ସମୀକ୍ଷକଙ୍କ କହିବା କଥା, ଏହା କଂଗ୍ରେସର ପୁରୁଣା ରୋଗ । ପିସିସି ସଭାପତିଙ୍କ ଏଭଳି ବୟାନ୍ ଦଳକୁ କ୍ଷତି ପହଁଚାଇବ। କଂଗ୍ରେସରେ ବିଭୀଷୟ ବିବାଦ ଆଗକୁ କେଉଁ ରୂପ ନେଉଛି ତାହା ଉପରେ ନଜର....
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/22/bhakta-congress-2025-11-22-20-48-28.jpg)